Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ଭିଭିପି ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକରେ ଭିତ୍ତିଭୂମି, ସଂସ୍କୃତି ଏବଂ ପର୍ଯ୍ୟଟନର ସଂରକ୍ଷଣକୁ ପ୍ରୋତ୍ସାହିତ କରି ନିଯୁକ୍ତି ବୃଦ୍ଧି କରୁଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭିଭିପି ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକରେ ଭିତ୍ତିଭୂମି, ସଂସ୍କୃତି ଏବଂ ପର୍ଯ୍ୟଟନର ସଂରକ୍ଷଣକୁ ପ୍ରୋତ୍ସାହିତ କରି ନିଯୁକ୍ତି ବୃଦ୍ଧି କରୁଛି

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଦୁଇ ଦିନିଆ ଭାଇବ୍ରାଣ୍ଟ ଭିଲେଜ୍ ପ୍ରୋଗ୍ରାମ୍ (ଭିଭିପି) କର୍ମଶାଳାର ଉଦଘାଟନୀ ଅଧିବେଶନକୁ ମୁଖ୍ୟ ଅତିଥି ଭାବେ ସମ୍ବୋଧିତ କରିଛନ୍ତି। ନୂଆଦିଲ୍ଲୀରେ ଗୃହ ମନ୍ତ୍ରଣାଳୟ (ଏମ୍ଏଚ୍ଏ) ର ସୀମା ପରିଚାଳନା ବିଭାଗ ଦ୍ୱାରା ଏହି କର୍ମଶାଳାର ଆୟୋଜନ କରାଯାଉଛି। ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ’’ଭାଇବ୍ରାଣ୍ଟ ଭିଲେଜ୍ ପ୍ରୋଗ୍ରାମ୍” ର ଲୋଗୋ ଉନ୍ମୋଚନ କରିଥିଲେ। କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବନ୍ଦୀ ସଞ୍ଜୟ କୁମାର, ଗୃହ ସଚିବ, ଗୁଇନ୍ଦା ବ୍ୟୁରୋ (ଆଇବି) ର ନିର୍ଦ୍ଦେଶକ, ସୀମା ପରିଚାଳନା ସଚିବ, ଭିଭିପିର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ସୀମାବର୍ତ୍ତୀ ରାଜ୍ୟଗୁଡ଼ିକର ମୁଖ୍ୟ ସଚିବ, ସୀମା ସୁରକ୍ଷା ପାଇଁ ନିୟୋଜିତ ସୁରକ୍ଷା ବାହିନୀର ମହାନିର୍ଦ୍ଦେଶକ ଏବଂ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ଅନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଭାଇବ୍ରାଣ୍ଟ ଭିଲେଜ୍ ପ୍ରୋଗ୍ରାମ୍ ତିନୋଟି ପ୍ରମୁଖ ଦିଗ ଉପରେ ଆଧାରିତ: ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକରୁ ସ୍ଥାନାନ୍ତରଣକୁ ରୋକିବା, ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକର ପ୍ରତ୍ୟେକ ନାଗରିକ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଯୋଜନାର ଶତପ୍ରତିଶତ ଲାଭ ପାଇବା ସୁନିଶ୍ଚିତ କରିବା ଏବଂ ସୀମା ଏବଂ ଜାତୀୟ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଭିଭିପି ଅଧୀନରେ ଗ୍ରାମଗୁଡ଼ିକୁ ସୁଦୃଢ଼ ଉପକରଣରେ ବିକଶିତ କରିବା। ସେ କହିଥିଲେ ଯେ ଯେତେବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘‘ଭାଇବ୍ରାଣ୍ଟ ଭିଲେଜ୍ ପ୍ରୋଗ୍ରାମ୍” ର ବିଚାର ଉପସ୍ଥାପନ କରିଥିଲେ, ସେତେବେଳେ ନିଷ୍ପତ୍ତି ନିଆଯାଇଥିଲା ଯେ ଏହାକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯିବ। ପ୍ରତ୍ୟେକ ସୀମାନ୍ତବର୍ତ୍ତୀ ଗ୍ରାମକୁ କେବଳ ସମସ୍ତ ସୁବିଧା ଯୋଗାଇ ଦିଆଯିବ ନାହିଁ, ବରଂ ଏହି ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକରେ ରହୁଥିବା ପ୍ରତ୍ୟେକ ନାଗରିକଙ୍କୁ, ସେମାନଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ସମସ୍ତ କଲ୍ୟାଣକାରୀ ଯୋଜନାର  ସମ୍ପୂର୍ଣ୍ଣ ସୁବିଧା ପହଞ୍ଚାଇବାକୁ ବ୍ୟବସ୍ଥା କରାଯିବ। ଏହା ବ୍ୟତୀତ, ଏହି ଗ୍ରାମଗୁଡ଼ିକୁ ଦେଶ ଏବଂ ଏହାର ସୀମାର ସୁରକ୍ଷା ପାଇଁ ଶକ୍ତିଶାଳୀ ଉପକରଣ ଭାବେ ବିକଶିତ କରାଯିବ। ସେ ଆହୁରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ଶେଷ ଗ୍ରାମକୁ ପ୍ରଥମ ଗ୍ରାମ ଭାବେ ନାମିତ କରି ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକ ପ୍ରତି ଆମର ଦୃଷ୍ଟିକୋଣକୁ ବଦଳାଇ ଦେଇଛନ୍ତି।

ଶ୍ରୀ ଅମିତ ଶାହ କହିଥିଲେ ଯେ ଆଗାମୀ କିଛି ବର୍ଷ ମଧ୍ୟରେ ‘‘ଭାଇବ୍ରାଣ୍ଟ ଭିଲେଜ୍ ପ୍ରୋଗ୍ରାମ୍” ଅଧୀନରେ ଚିହ୍ନଟ ହୋଇଥିବା ଗ୍ରାମଗୁଡ଼ିକ ଆମ ଦେଶ ଏବଂ ଏହାର ସୀମାର ସୁରକ୍ଷାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଉପକରଣ ବୋଲି ପ୍ରମାଣିତ ହେବ। ସେ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭିତ୍ତିଭୂମି ବିକାଶକୁ ପ୍ରୋତ୍ସାହନ ଦେବା, ସଂସ୍କୃତିର ସଂରକ୍ଷଣ ଏବଂ ବୃଦ୍ଧି, ପର୍ଯ୍ୟଟନ ମାଧ୍ୟମରେ ନିଯୁକ୍ତି ସୃଷ୍ଟି କରିବା ଏବଂ ବହୁ-ଦିଗ ତଥା ବହୁ-କ୍ଷେତ୍ରୀୟ ବିକାଶର ଦୂରଦୃଷ୍ଟି ସହିତ ଗ୍ରାମୀଣ ଜୀବନକୁ ପ୍ରତ୍ୟେକ ଉପାୟରେ ଜୀବନ୍ତ କରିବା ପାଇଁ ପ୍ରୟାସ କରାଯାଇଛି।

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ଭିଭିପିରେ ସାମିଲ ଗ୍ରାମଗୁଡ଼ିକର ଜିଲ୍ଲାପାଳ ଏବଂ ସମସ୍ତ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍)ଙ୍କ ଦାୟିତ୍ୱ ହେଉଛି ନିଜକୁ କେବଳ ଭିଭିପି ମଧ୍ୟରେ ସୀମିତ ନ ରଖିବା ଏବଂ ଏହାର ଉଦ୍ଦେଶ୍ୟ ହାସଲ କରିବା ପାଇଁ କାର୍ଯ୍ୟକ୍ରମ ବ୍ୟତୀତ ଆଉ କ’ଣ ସବୁ ଅତିରିକ୍ତ ପଦକ୍ଷେପ ନିଆଯାଇପାରିବ, ତାହାର ବିଚାର କରିବା। ସେ ଗୁରୁତ୍ୱାରୋପ କରିଥିଲେ ଯେ ଭିଭିପିର ଲକ୍ଷ୍ୟକୁ ପୂରଣ କରିବା ପାଇଁ ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ, ଯାହାଦ୍ୱାରା ଏହି ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକୁ ସୁରକ୍ଷା ପାଇଁ ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ ଉପକରଣରେ ପରିଣତ କରାଯାଇପାରିବ।

ଶ୍ରୀ ଅମିତ ଶାହ କହିଥିଲେ ଯେ ଭାଇବ୍ରାଣ୍ଟ ଭିଲେଜ୍ ପ୍ରୋଗ୍ରାମ ର ପରିକଳ୍ପନାକୁ ସାକାର କରିବା ପାଇଁ ସରକାରୀ ଯୋଜନାଗୁଡ଼ିକର ଶତପ୍ରତିଶତ ପରିପୂର୍ଣ୍ଣତା ହାସଲ କରିବା, ପର୍ଯ୍ୟଟନ ପାଇଁ ଅତ୍ୟାବଶ୍ୟକ ସାର୍ବଜନୀନ ସୁବିଧାଗୁଡ଼ିକୁ ପ୍ରୋତ୍ସାହନ ଦେବା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ସମବାୟ ସଂସ୍ଥାଗୁଡ଼ିକୁ ପ୍ରୋତ୍ସାହିତ କରିବା ଆବଶ୍ୟକ। ସେ କହିଥିଲେ ଯେ ଯଦି ହୋମ ଷ୍ଟେ ଭଳି ପଦକ୍ଷେପଗୁଡ଼ିକ ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକୁ ସମ୍ପ୍ରସାରିତ କରାଯାଏ ଏବଂ ରାଜ୍ୟ ପର୍ଯ୍ୟଟନ ବିଭାଗଗୁଡ଼ିକ ବୁକିଂ ପାଇଁ ଉପଯୁକ୍ତ ବ୍ୟବସ୍ଥା କରନ୍ତି, ତେବେ ଏହି ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକର ପ୍ରତ୍ୟେକ ପରିବାରକୁ ନିଯୁକ୍ତି ମିଳିବ। ଶ୍ରୀ ଶାହ ଗୁରୁତ୍ୱାରୋପ କରିଥିଲେ ଯେ ରାଜ୍ୟଗୁଡ଼ିକର ଗ୍ରାମ୍ୟ ଉନ୍ନୟନ ବିଭାଗଗୁଡ଼ିକ ଏହି ଗ୍ରାମଗୁଡ଼ିକର ଗୌରବ ପ୍ରତିଷ୍ଠା କରିବା ଦିଗରେ କାର୍ଯ୍ୟ କରିବା ଉଚିତ ଏବଂ ଏହି ପ୍ରୟାସରେ ଜିଲ୍ଲାପାଳମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ସେ ଉଲ୍ଲେଖ କରିଥିଲେ ଯେ ଯଦି ଗ୍ରାମଗୁଡ଼ିକରେ ସମସ୍ତ ସୁବିଧା ଏବଂ ନିଯୁକ୍ତି ସୁଯୋଗ ମିଳିବ, ତେବେ ସ୍ଥାନୀୟ ଅଧିବାସୀମାନେ ସ୍ଥାନାନ୍ତର କରିବାକୁ ଚାହିଁବେ ନାହିଁ। ଗୃହ ମନ୍ତ୍ରୀ ଆହୁରି କହିଥିଲେ ଯେ ଆହ୍ୱାନପୂର୍ଣ୍ଣ ଭୌଗୋଳିକ ପରିସ୍ଥିତି ସତ୍ତ୍ୱେ, ନାଗରିକମାନେ ଯେପରି ନିଜ ଗ୍ରାମ ପରିତ୍ୟାଗ ନ କରିବେ, ସ୍ଥାନାନ୍ତରଣକୁ ରୋକାଯାଇପାରିବ ଏବଂ ଗାଁର ଜନସଂଖ୍ୟା ମଧ୍ୟ ବୃଦ୍ଧି ପାଇବ, ତାହା ଯୁବ ଜିଲ୍ଲାପାଳମାନେ ସୁନିଶ୍ଚିତ କରିବା ଉଚିତ।

କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ ଅରୁଣାଚଳ ପ୍ରଦେଶରେ ‘‘ଭାଇବ୍ରାଣ୍ଟ ଭିଲେଜ୍ ପ୍ରୋଗ୍ରାମ୍” କାର୍ଯ୍ୟକାରୀ ହେବା ପରେ ଅନେକ ସୀମାନ୍ତବର୍ତ୍ତୀ ଗ୍ରାମରେ ଜନସଂଖ୍ୟା ବୃଦ୍ଧି ପାଇଛି। ଏହା ଆମ ଦେଶର ସମସ୍ତ ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକ ପାଇଁ ଏକ ବାର୍ତ୍ତା ଯେ ଏହି ଗ୍ରାମଗୁଡ଼ିକୁ ଲୋକେ ଫେରି ଆସିବାର ଏହି ଧାରା ସଠିକ୍ ଦିଗରେ ଗତି କରୁଛି।

ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ କହିଥିଲେ ଯେ, ଜନସଂଖ୍ୟାରେ ହେଉଥିବା ପରିବର୍ତ୍ତନ ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ଏବଂ ସୀମାନ୍ତବର୍ତ୍ତୀ ଗ୍ରାମ ଗୁଡ଼ିକର ଜିଲ୍ଲାପାଳମାନେ ମଧ୍ୟ ଏହାକୁ ନିଜର କର୍ତ୍ତବ୍ୟ ବୋଲି ଗୁରୁତ୍ଵ ଦେବା ଜରୁରୀ। ସେ ଏହା ମଧ୍ୟ କହିଥିଲେ ଯେ ‘‘ଭାଇବ୍ରାଣ୍ଟ ଭିଲେଜ୍ ପ୍ରୋଗ୍ରାମ୍” ରେ ସାମିଲ ହୋଇଥିବା ଜିଲ୍ଲାର ଜିଲ୍ଲାପାଳମାନେ ଏହି ସମସ୍ୟାକୁ ଗମ୍ଭୀରତାର ସହ ସମାଧାନ କରି ଏହାର ବିସ୍ତୃତ ବିବରଣୀ ଉପରେ ଧ୍ୟାନ ଦେବା ଅତ୍ୟନ୍ତ ଆବଶ୍ୟକ। ସୀମାବର୍ତ୍ତୀ ଅଞ୍ଚଳରେ ଜନସଂଖ୍ୟାରେ ପରିବର୍ତ୍ତନ ସିଧାସଳଖ ଦେଶ ଏବଂ ଏହାର ସୀମାର ସୁରକ୍ଷାକୁ ପ୍ରଭାବିତ କରିଥାଏ। ଗୃହ ମନ୍ତ୍ରୀ କହିଥିଲେ ଯେ ଭୌଗୋଳିକ ସ୍ଥିତି କାରଣରୁ ଏହା ଘଟୁଛି ବୋଲି ଧରାଯିବା ଉଚିତ ନୁହେଁ; ବରଂ ଏହା ଏକ ସୁଚିନ୍ତିତ ଯୋଜନା ଆଧାରରେ ଘଟୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟଗୁଡ଼ିକର ମୁଖ୍ୟ ସଚିବ ଏବଂ ସିଏପିଏଫ୍ ମାନେ ମଧ୍ୟ ଏହା ଉପରେ ଧ୍ୟାନ ଦେବା ଆବଶ୍ୟକ।

ଶ୍ରୀ ଅମିତ ଶାହ କହିଥିଲେ ଯେ ସରକାରୀ ଯୋଜନାର ୧୦୦% ସଫଳତା ହାସଲ କରିବା ପାଇଁ ଜିଲ୍ଲାପାଳମାନେ ବିଚାର କରିବା ଉଚିତ ଯେ ସେମାନେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ) ସହିତ ସମନ୍ୱୟ ରକ୍ଷା କରିପାରିବେ କି ନାହିଁ। ସେ କହିଥିଲେ ଯେ ସିଏପିଏଫ୍ ଗୁଡ଼ିକ ସ୍ୱାସ୍ଥ୍ୟ, କ୍ରୀଡ଼ା ଏବଂ ଶିକ୍ଷା କ୍ଷେତ୍ରକୁ ସହାୟତା ପ୍ରଦାନ କରିପାରିବେ। ଶ୍ରୀ ଶାହ କହିଥିଲେ ଯେ ଅରୁଣାଚଳ ପ୍ରଦେଶରେ ଆଇଟିବିପି ପରୀକ୍ଷାମୂଳକ ଭାବେ ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀ ଯେପରିକି କ୍ଷୀର, ପନିପରିବା, ଅଣ୍ଡା ଏବଂ ଶସ୍ୟ ଆଦି ଭାଇବ୍ରାଣ୍ଟ ଗ୍ରାମଗୁଡ଼ିକରୁ କ୍ରୟ କରିବାରେ ସଫଳ ହୋଇଛି। ପ୍ରତ୍ୟେକ ସୀମାନ୍ତବର୍ତ୍ତୀ ଗ୍ରାମରେ ଏହି ପରୀକ୍ଷଣକୁ କାର୍ଯ୍ୟକାରୀ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ଶାହ ଏହା ମଧ୍ୟ କହିଥିଲେ ଯେ ସୀମାରେ ନିୟୋଜିତ ସେନା ଗୃହ ମନ୍ତ୍ରଣାଳୟ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ସହିତ ସମନ୍ୱୟ ରକ୍ଷା କରି ଭାଇବ୍ରାଣ୍ଟ ଗ୍ରାମରେ ନିଯୁକ୍ତି ସୃଷ୍ଟି କରିବାର ଦାୟିତ୍ୱ ନେବା ଉଚିତ।

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ ଗ୍ରାମରୁ ସିଧାସଳଖ ସିଏପିଏଫ୍ ଏବଂ ସେନାର ଦୁଗ୍ଧ ଆବଶ୍ୟକତାକୁ ପୂରଣ କରିବା ପାଇଁ ଦୁଗ୍ଧ ସମବାୟ ସମିତି ପ୍ରତିଷ୍ଠା କରିବା କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍) ଏବଂ ଜିଲ୍ଲାପାଳଙ୍କ ଦାୟିତ୍ୱ । ଏହା ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହେବ। ଶ୍ରୀ ଶାହ କହିଛନ୍ତି ଯେ ଏହି ପରୀକ୍ଷଣକୁ ଏକ ପ୍ରଭାବଶାଳୀ ମଡେଲ ଭାବରେ ବିକଶିତ କରାଯିବା ଉଚିତ ଏବଂ ଗୃହ ମନ୍ତ୍ରଣାଳୟ, ସମସ୍ତ ସିଏପିଏଫ୍, ପ୍ରତିରକ୍ଷା ମନ୍ତ୍ରଣାଳୟ ମାଧ୍ୟମରେ ସେନା ଏବଂ ଜିଲ୍ଲାପାଳଙ୍କ ନେତୃତ୍ୱରେ ପ୍ରତ୍ୟେକ ଭାଇବ୍ରାଣ୍ଟ ଗ୍ରାମରେ କାର୍ଯ୍ୟକାରୀ କରାଯିବା ଉଚିତ। ସେ ଆହୁରି ମଧ୍ୟ କହିଛନ୍ତି ଯେ ନିଯୁକ୍ତି ସୃଷ୍ଟି ଛାଏଁ ଛାଏଁ ସ୍ଥାନାନ୍ତରଣକୁ ରୋକିବ।

ଶ୍ରୀ ଅମିତ ଶାହ କହିଥିଲେ ଯେ ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକରେ ଦୂରସଞ୍ଚାର, ସଡ଼କ ସଂଯୋଗ, ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ସ୍ୱଚ୍ଛ ପାନୀୟ ଜଳର ସୁବିଧା ରହିବା ଉଚିତ। ସେ ଗୁରୁତ୍ୱାରୋପ କରିଥିଲେ ଯେ ‘‘ଭାଇବ୍ରାଣ୍ଟ ଭିଲେଜ୍ ପ୍ରୋଗ୍ରାମ୍” (ଭିଭିପି) କେବଳ ଏକ ସରକାରୀ କାର୍ଯ୍ୟକ୍ରମ ହୋଇ ରହିବା ଉଚିତ ନୁହେଁ, ବରଂ ଏହା ପ୍ରଶାସନର ଭାବନା ହେବା ଉଚିତ। ଗୃହ ମନ୍ତ୍ରୀ କହିଥିଲେ ଯେ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ କେବଳ ସେତେବେଳେ ହାସଲ କରାଯାଇପାରିବ ଯେତେବେଳେ ଏହା ପ୍ରଶାସନିକ ନୈତିକତାରେ ସାମିଲ ହେବ। ଭିଭିପି ଅଧୀନରେ ଏମଜିଏନ୍ଆରଇଜିଏ ରେ ନୂତନ ପୋଖରୀ ନିର୍ମାଣ, ବ୍ୟାପକ ବନୀକରଣ ଏବଂ ସ୍ଥାୟୀ ଭିତ୍ତିଭୂମି ନିର୍ମାଣ ଭଳି ସମ୍ଭାବନା ଉପରେ ମଧ୍ୟ ବିଚାର କରାଯିବା ଉଚିତ ବୋଲି ସେ ପରାମର୍ଶ ଦେଇଥିଲେ।

କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ ‘‘ଭାଇବ୍ରାଣ୍ଟ ଭିଲେଜ୍ ପ୍ରୋଗ୍ରାମ୍-୧” ରେ ପ୍ରୟାସ କେବଳ କାର୍ଯ୍ୟକ୍ରମ ମଧ୍ୟରେ ସୀମିତ ଥିଲା, କିନ୍ତୁ ‘‘ଭାଇବ୍ରାଣ୍ଟ ଭିଲେଜ୍ ପ୍ରୋଗ୍ରାମ୍-୨” ରେ ପ୍ରଶାସନିକ ଆଭିମୁଖ୍ୟରେ ପରିବର୍ତ୍ତନର ଆବଶ୍ୟକତା ରହିଛି। ବେଆଇନ ଧାର୍ମିକ ଜବରଦଖଲକୁ ହଟାଇବା ପାଇଁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ସୀମାବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଅନୁରୋଧ କରି କହିଛନ୍ତି ଯେ ଏହି ଜବରଦଖଲ ଏକ ସୁଚିନ୍ତିତ ଯୋଜନାର ଅଂଶ । ସୀମାଠାରୁ ଅତିକମରେ ୩୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ସମସ୍ତ ବେଆଇନ ଜବରଦଖଲ ହଟାଯିବା ଉଚିତ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ଶାହ ଗୁରୁତ୍ୱାରୋପ କରିଥିଲେ ଯେ ଗୁଜରାଟ ଏହି ଦିଗରେ ପ୍ରଶଂସନୀୟ କାର୍ଯ୍ୟ କରିଛି, ଉଭୟ ସାମୁଦ୍ରିକ ଏବଂ ସ୍ଥଳ ସୀମାରେ ଅନେକ ଜବରଦଖଲକୁ ହଟାଇ ଦେଇଛି ।

Leave a Reply