ବୁଲା କୁକୁର ମାମଲାରେ ପଶୁ ପ୍ରେମୀଙ୍କ ବଡ଼ ବିଜୟ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର୍ ବୁଲା କୁକୁର ମାମଲାରେ ପଶୁ ପ୍ରେମୀଙ୍କ ବଡ଼ ବିଜୟ ହୋଇଛି । ଧରା ଯାଇ ସେଲ୍ଟର ହୋମ୍‌ରେ ରଖା ଯାଇଥିବା ବୁଲା କୁକୁରଙ୍କ ବନ୍ଧ୍ୟାକରଣ ଓ ଟୀକାକରଣ ପରେ ପୁଣି ଥରେ ସେହି ଅଞ୍ଚଳରେ ଛାଡ଼ିଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ୩ ଜଣିଆ ଖଣ୍ଡପୀଠରେ ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ସନ୍ଦୀପ ମେହେଟ୍ଟା ଓ ଜଷ୍ଟିସ ଏନବି ଅଞ୍ଜରିୟା ରହିଛନ୍ତି ।


ପୂର୍ବରୁ ସୁପ୍ରିମକୋର୍ଟ ବୁଲା କୁକୁରଙ୍କୁ ଧରି ନେଇ ସେଲ୍ଟର ହୋମମରେ ରଖିବା ପାଇଁ ଦେଇଥିବା ନିର୍ଦ୍ଦେଶନାମାରେ ସଂଶୋଧନ କରିଛନ୍ତି । ତେବେ ଆଜି ସର୍ବୋଚ୍ଚ ନ୍ୟାୟାଳଯ ନେଇଥିବା ନିଷ୍ପତ୍ତିରେ କେତେକ ନିଷ୍ପତ୍ତିକୁ କଡ଼ାକଡ଼ି ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । କୋର୍ଟ କହିଛନ୍ତି, ସର୍ବସାଧାରଣ ସ୍ଥାନରେ ବୁଲା କୁକୁରଙ୍କୁ ଖାଇବାକୁ ଦେବା ଉପରେ ପ୍ରତିବନ୍ଧକ ରହିବ । ସର୍ବସାଧାରଣ ସ୍ଥାନରେ କୁକୁରଙ୍କୁ ଖାଇବାକୁ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।


ବୁଲା କୁକୁରଙ୍କୁ ଖାଇବାକୁ ଦେବା ଲାଗି ଅଲଗା ଭାବେ ସ୍ଥାନ ଚିହ୍ନଟ କରାଯିବ । କେବଳ ନିର୍ଦ୍ଧାରିତ ସ୍ଥାନରେ ହିଁ ବୁଲା କୁକୁରଙ୍କୁ ଖାଇବାକୁ ଦେଇ ହେବ । ତେବେ ରୋଗାକ୍ରାନ୍ତ ଏବଂ ହିଂସ୍ର କୁକୁରଙ୍କୁ ସେଲ୍ଟର ହୋମ୍‌ରେ ରଖିବା ଲାଗି କହିଛନ୍ତି ସୁପ୍ରିମକୋର୍ଟ । ଏ ନେଇ କୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟକୁ ନୋଟିସ୍ ମଧ୍ୟ ଜାରି କରିଛନ୍ତି ।

Leave a Reply