ଏବେ ସମୟ ବଦଳିସାରିଛି । ଗୋଟିଏ ସମୟ ଥିଲା ବ୍ରିଟେନ୍.. ଜବରଦସ୍ତ ଭାରତରୁ ସୁନା ନେଇଯାଇଥିଲା । ଏବେ ସେହି ସୁନା ଭାରତ ଫେରୁଛି । ଏଥର କିନ୍ତୁ ମଜବୁରୀ ନୁହେଁ ବରଂ ନିଜ ଦମ୍ରେ ସୁନା ଫେରାଇ ଆଣୁଛି ଭାରତ । ଏହାଦ୍ୱାରା ସବୁଠାରୁ ବଡ଼ ଝଟ୍କା ସେହି ଦେଶକୁ ଲାଗିଛି ଯେଉଁ ଦେଶର କରେନ୍ସିକୁ ସାରା ବିଶ୍ୱର ବାଦ୍ଶାହ ବୋଲି କୁହାଯାଏ । ଆମେରିକାର ଡଲାର ଏବେ ଦୁର୍ବଳ ହେବାକୁ ଯାଉଛି । କାରଣ ଭାରତ ଏବଂ ବ୍ରିଟେନ୍ ମଧ୍ୟରେ ହୋଇଥିବା FTA ଡିଲ ତାହା କରି ଦେଖାଇଛି । ଯାହାର କଳ୍ପନା କେବେ କେହି କରିନଥିଲେ ।
ଏବେ ନା କେବଳ ବ୍ରିଟେନ୍ରୁ ସୁନା ଆଣୁଛି ଭାରତ, ବରଂ ଭାରତର UPI ବ୍ୟବହାର କରୁଛି ବ୍ରିଟେନ୍ । ଯେଉଁ ପାଉଣ୍ଡ ଦିନେ ଭାରତର ଅର୍ଥ ବ୍ୟବସ୍ଥା ଉପରେ ରାଜ କରୁଥିଲା । ଏବେ ସେହି ବ୍ରିଟେନ୍କୁ ଭାରତ ଆଗରେ ମୁଣ୍ଡ ନୁଆଁଇବାକୁ ପଡ଼ିଛି । ଏହା କେବଳ ଏକ ବ୍ୟାପାର ସମ୍ଝୋତା ନୁହେଁ । ଏହା ହେଉଛି ସେହି ଇତିହାସର ଓଲଟା ପ୍ରହାର । ଯାହା ବର୍ଷ ବର୍ଷ ଧରି ଭାରତକୁ ଭାଙ୍ଗି ଚଲିଥିଲା ।
ଯେଉଁ ଭାରତ ୧୯୯୦ରେ ଆଇଏମ୍ଫ ପାଖରେ ନିଜର ସୁନା ବନ୍ଧା ରଖିଥିଲା, ଏବେ ସେହି ଭାରତ ବିଭିନ୍ନ ସ୍ଥାନରୁ ଟନ୍ ଟନ୍ ସୁନା କିଣିବାରେ ଲାଗିଛି । ୩୦ ଟନ୍ରୁ ଅଧିକ ସୁନା କେବଳ ୨୦୨୫ରେ କିଣିଛି ଭାରତ । ଆଉ ଏହାର ପୁରା ଶ୍ରେୟ ଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରଣନୀତିକକୁ । ଯାହା ଦୁନିଆର ଆର୍ଥିକ ଛବିକୁ ବଦଳାଇଦେଇଛି । ଋଷରୁ ଶସ୍ତା ତେଲ କିଣିବା ହେଉ କିମ୍ବା ଫ୍ରାନ୍ସରୁ ରାଫେଲ କିଣିବା ହେଉ ପ୍ରତ୍ୟେକ ଚାଲ୍ରେ ଭାରତ ପ୍ରଥମେ ରାଷ୍ଟ୍ରହିତକୁ ଅଧିକ ପ୍ରାଧାନ୍ୟ ଦେଇଛି ।
ଯେତେବଳେ ୟୁରୋପ – ଜାପାନ ଭଳି ଦେଶ ନିଜର ଆର୍ଥିକ ରିଜର୍ଭ ହ୍ରାସ ପାଇଁ ଚିନ୍ତାରେ ପଡ଼ିଛନ୍ତି, ସେତେବେଳେ ଭାରତ ନିଜ ଭଣ୍ଡାର ଘରେ ସୁନା ଏବଂ ଡଲାର ଭର୍ତ୍ତି କରିବାରେ ଲାଗିଛି । ଯେମିତିକି ଭବିଷ୍ୟତରେ ଭାରତ ପ୍ରତି କୌଣସି ଆର୍ଥିକ ବିପତ୍ତି ନଆସିବ । ତେବେ ଏହା ତ କେବଳ ଆରମ୍ଭ ମାତ୍ର । ଆଗକୁ ଅସଲି ଖେଳ ବାକି ରହିଛି । କ’ଣ ଏହି ମୁଖ୍ୟ ଖେଳ ? କେମିତି ଡଲାରର ରାଜ୍ ସରିବାକୁ ଯାଉଛି ?
ଆମେରିକାର ଗୋଟିଏ ଧମକରେ ଯେଉଁ ଦେଶମାନେ ଡରରେ ଥରିବା ଆରମ୍ଭ କରୁଥିଲେ । ଏବେ ସେହି ଆମେରିକା… ଭାରତ ସର୍ତ୍ତରେ ଖେଳିବାକୁ ବାଧ୍ୟ ହେଉଛି । ଦିନ ଥିଲା ଆମେରିକା ଅର୍ଥିକ ଚାପ ସୃଷ୍ଟି କରି ସାରା ବିଶ୍ୱକୁ ମୁଣ୍ଡ ନୁଆଇଁବାକୁ ବାଧ୍ୟ କରୁଥିଲା । କିନ୍ତୁ ଏବେ ସେହି ଆମେରିକା ଭାରତ ନିକଟରେ ନଇଁବାକୁ ବାଧ୍ୟ ହେଉଛି । ଯାହାକୁ ଦଶନ୍ଧି ଦଶନ୍ଧି ଧରି ହାଲୁକା ଭାବେ ନେଉଥିଲା ।
ସାରା ବିଶ୍ୱରେ ଏବେ ସୁନାର ଡିମାଣ୍ଡ ରେକର୍ଡ ଭାଙ୍ଗୁଛି । ଆମେରିକାର ଉଚ୍ଚା ସୁଧ କାରଣରୁ ସାରା ଦୁନିଆର କରେନ୍ସିକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛି । ୟୁରୋପର ୟୁରୋ ଅଣ୍ଟା ଭାଙ୍ଗୁଥିବା ବେଳେ ଜାପାନର ଅର୍ଥ ବ୍ୟବସ୍ଥା ମାନ୍ଦାବସ୍ଥା ଦେଇ ଗତି କରୁଛି । ଅନ୍ୟପଟେ ଚୀନ୍ ମଧ୍ୟ ଭାରତର ସୁନା କିଣିବା ଆଗ୍ରହକୁ ଦେଖି ଚିନ୍ତାରେ ପଡ଼ିଯାଇଛି ।
ଭାରତ ପାଖରେ ଏବେ ୮୭୬ ଟନ୍ ସୁନା ରହିଛି । ସେଥିରୁ ୩୧୪ ଟନ୍ ସୁନା ବ୍ୟାଙ୍କ ଅଫ୍ ଇଂଲଣ୍ଡ ପାଖରେ ରହିଛି । କିନ୍ତୁ ଏବେ ବ୍ରିଟେନ୍ରୁ ସୁନା ଫେରାଇ ଆଣିବାରେ ଲାଗିଛି ଭାରତ । ଖାଲି ସେତିକି ନୁହେଁ ଏଥର ସୁନା କେବଳ ଫେରି ଆସୁଛି ନୁହେଁ ବରଂ ଇତିହାସ ରିପିଟ୍ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଫାଇନାନ୍ସିଆଲ ଷ୍ଟ୍ରାଟେଜୀ, ଡିଜିଟାଲ ଓ୍ୱାର ଏବଂ ବୈଶ୍ୱୟିକ କୁଟନୀତି ଯୋଗୁଁ ଏହା ସତ ହେବାକୁ ଯାଉଛି । ଏବେ ବ୍ରିଟେନ୍ ଯଦି ଭାରତ ସହ ବ୍ୟବସାୟ କରିବାକୁ ଚେଷ୍ଟା କରିବ ତେବେ ଭାରତୀୟ ମୁଦ୍ରା ହିଁ ବ୍ୟବହାର କରିବ ।
FTA ଡିଲ ବ୍ରିଟେନ୍କୁ ବାଧ୍ୟ କରିଦେଇଛି, ଭାରତକୁ ସ୍ୱଳ୍ପ ଟିକସରେ ଟେକ୍ନୋଲୋଜି ଏବଂ ଡିଫେନ୍ସ ସାମଗ୍ରୀ ବିକ୍ରି କରିବ । ଏହାସହ ସେହି ସୁନା ସବୁ ଫେରସ୍ତ କରିବ ଯାହାକୁ ଦିନେ ସେ ଚୋରି କରିଥିଲା ।
ଯେଉଁ ଡଲାରକୁ ଆମେରିକା ନିଜ ଶକ୍ତି ଭାବେ ସମ୍ଭାଳି ରଖିଥିଲା । ଏବେ ସେହି ଡଲାରକୁ ସାଇଡ୍ କରାଯାଉଛି । ଭାରତ ଏବଂ ବ୍ରିଟେନ୍ ଭଳି ଚିର ଶତ୍ରୁ ମଧ୍ୟ ଏବେ ବ୍ୟବସାୟ ପାଇଁ ଡଲାର ବଦଳରେ ପାଉଣ୍ଡ ଏବଂ ଟଙ୍କା ବ୍ୟବହାର କରୁଛନ୍ତି । ଡଲାରକୁ ବାଏପାସ୍ କରାଯିବ । ଏଥିରୁ ସ୍ପଷ୍ଟ ଭାରତକୁ ଫେରୁଥିବା ସୁନା କେବଳ ଖଜାନା ନୁହେଁ ବରଂ ଫରେକ୍ସ ରିଜର୍ଭକୁ ମଜଭୁତ କରୁଥିବା ଅସ୍ତ୍ର ହେବାକୁ ଯାଉଛି ।
ଭାରତ ନା କେବଳ ଡଲାର ବରଂ ୟୁରୋ… ପାଉଣ୍ଡ… ୟୁଆନ୍… କାନାଡ଼ା… ନିଜ ରିଜର୍ଭରେ ସାମିଲ କରୁଛି । କାରଣ ଭବିଷ୍ୟତରେ ଡରାଲ ଦୁର୍ବଳ ହେଲେ ବି ଭାରତର ଅର୍ଥନୀତିକୁ ସ୍ଥିର ରଖିବାର ଏହା ବଡ଼ କାରଣ ।
ଦିନ ଥିଲା ଭାରତକୁ ବିଦେଶୀ ମୁଦ୍ରା ପାଇଁ ୟୁରୋପ ଓ ଆମେରିକା ଦୁଆରେ ଛିଡ଼ା ହେବାକୁ ପଡ଼ୁଥିଲା। କିନ୍ତୁ ଆଜି ସେହି ଭାରତ UPIର ଚେର ଲମ୍ବାଇବାରେ ଲାଗିଛି । ଆଉ ଏହା କେବଳ ଆରମ୍ଭ ମାତ୍ର ।
ଭାରତ ଏବେ ନିଜ ଇତିହାସ ଆଉ ପୁନରାବୃତ୍ତି କରିବ ନାହିଁ । ଏବେ ସେ ନିଜେ ନୂଆ ଇତିହାସ ଲେଖିବ । ଭାରତ ଏବେ କେବଳ ଗୋଟିଏ ଦେଶ ନୁହେଁ, ବରଂ ଗ୍ଲୋବାଲ ପାଓ୍ୱାର ଭାବେ ନିଜର ପରିଚୟ ସୃଷ୍ଟି କରି ସାରିଛି । ଆଉ ଏହାର ସବୁଠାରୁ ବଡ଼ ଶକ୍ତି ହେଲା, ଏହାର ଟେକ୍ନୋଲୋଜି ଓ ବିଶ୍ୱାସ । ମିଡିଲ୍ ଇଷ୍ଟ ଦେଶ ହୁଅନ୍ତୁ ବା ମାଲଦୀପ ଭଳି ଦେଶ, ଏମାନଙ୍କୁ କେବଳ ସାହାଯ୍ୟ ନୁହେଁ ବରଂ ନିଜର ଟେକ୍ନୋଲୋଜି ବିକ୍ରି କରି ପୁରା ବିଶ୍ୱର ଗେମ୍ ଚେଞ୍ଜ କରୁଛି । ଯେଉଁ ମାଳଦୀପରେ ଦିନେ ଇଣ୍ଡିଆ ଆଉଟ୍ ନାରା ଶୁଭୁଥିଲା, ଏବେ ସେହି ମାଳଦୀପ… ଭାରତ ଆଗରେ ହାତ ପତାଇ ଟେକ୍ନୋଲୋଜି ମାଗୁଛି ।
ପ୍ରଧାନମନ୍ତ୍ରୀ ସେଠାରେ UPI ଲଞ୍ଚ କଲେ । ଏବେ ସେଠାକାର ଲୋକେ UPI ଜରିଆରେ ପେମେଣ୍ଟ କରିବେ। ଭାରତୀୟ ବ୍ୟାଙ୍କ ସହ ଯୋଡ଼ିହେବେ । ଯାହାଦ୍ୱାରା ଭାରତର ଅର୍ଥ ବ୍ୟବସ୍ଥାକୁ ସିଧା ଫାଇଦା ଦେବ ।
ଏହାରି ଭିତରେ ସବୁଠାରୁ ଅଧିକ କଷ୍ଟ ସହୁଛି ଆମେରିକା । କାରଣ UPI ଯୋଗୁଁ ଏହାର ସିଧା ପ୍ରଭାବ ଡଲାର ଉପରେ ପଡ଼ୁଛି । UPI ଜରିଆରେ ଯେତେବେଳେ ଇଣ୍ଟରନାସନାଲ ଟ୍ରାଞ୍ଜାକ୍ସନ ହେଉଛି, ସେତେବେଳେ ଡଲାରର କୌଣସି ଆବଶ୍ୟକତା ରହୁ ନାହିଁ । ଆଉ ଯେତେବେଳେ ଡଲାରର ଡିମାଣ୍ଡ କମୁଛି, ସେତେବେଳେ ତାର ଶକ୍ତି ମଧ୍ୟ ହ୍ରାସ ଘଟୁଛି । ଭାରତ ଏବେ ଆଫ୍ରିକାର ଛୋଟ ଛୋଟ ଦେଶଗୁଡ଼ିକୁ ଯାଇ ଆଧାର, UPI, ଡିଜି ଲକର ଭଳି ସେବା ଯୋଗାଇଦେଉଛି । ଆଉ ତାହା ପୁଣି ବିନା କୌଣସି ବଡ଼ କରଜରେ । ଭାରତ ଟଙ୍କା ନୁହେଁ ଭରସା ଦେଇଥାଏ । ଯାହାଫଳରେ ଏହି ଦେଶ ଭାରତରେ ନିଜର ଗୋଲ୍ଡ ରିଜର୍ଭ, ଭାରତରେ ରଖିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ତେଲ-ଗ୍ୟାସ-ଔଷଧ-ଅସ୍ତ୍ରଶସ୍ତ୍ରକୁ ଭାରତ ଏବେ ବିନା ଡଲାରରେ କଣିପାରୁଛି ।
ଭାରତ ନିଜର ସୁନା ଏବେ ବିଦେଶୀ ବ୍ୟାଙ୍କରୁ ବଡ଼ ମାତ୍ରା ଫେରାଇ ଆଣିବା ପାଇଁ ସକ୍ଷମ ହୋଇଛି । ଏହାଦ୍ୱାର ଭାରତର ଆର୍ଥିକ ସ୍ୱାଧିନତା ପାଇପାରିବ । ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୬୯୦ ଆରବ ଡଲାର ପାଖାପାଖି ପହଞ୍ଚି ସାରିଛି । ଇତିହାସରେ ପ୍ରଥମ ଥର ପାଇଁ ଏତେ ବଡ଼ ଉଚ୍ଛାଲ ଦେଖିବାକୁ ମିଳିଛି । ଦୁନିଆର ସବୁଠାରୁ ଅଧିକ ସୁନା ଏବେ ବି ଅମେରିକାର ଫୋଟନକ୍ସରେ ରହିଛି ।
ଅନ୍ୟପଟେ ମୋଦି ସରକାର ଗତ ୧୦ ବର୍ଷ ମଧ୍ୟରେ ଭାରତକୁ କେବଳ ଏକ ବିକାଶଶୀଳ ଦେଶ ନୁହେଁ ବରଂ ଏକ ନିର୍ଣ୍ଣାୟକ ଦେଶ ଭାବେ ଗଢ଼ିତୋଳିଛନ୍ତି । ବିଭିନ୍ନ ବୈଶ୍ୱୟିକ ମଞ୍ଚରେ ଏବେ ସବୁଠାରୁ ଚର୍ଚ୍ଚିତ ନାଁ ହେଉଛି ଭାରତ ।