ନୂଆଦିଲ୍ଲୀ: ୨୦୧୯ ବାଲାକୋଟ ବିମାନ ଆକ୍ରମଣ ସମୟରେ ଭାରତୀୟ ପାଇଲଟ୍ ଅଭିନନ୍ଦନ ବର୍ଧମାନଙ୍କୁ ଧରିଥିବା ପାକିସ୍ତାନର ଜଣେ ମେଜର୍ଙ୍କୁ ତାଲିବାନ ଆତଙ୍କୀ ହତ୍ୟା କରିଛନ୍ତି। ପାକିସ୍ତାନ ସ୍ବତନ୍ତ୍ର ବାହିନୀର ସମ୍ପୃକ୍ତ ଅଧିକାରୀ ଜଣକ ଅଭିନନ୍ଦନଙ୍କୁ ଧରିଥିବା ଦାବି କରିଥିଲେ। ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ଦ୍ବାରା ଏହି ଅଫିସର ନିହତ ହୋଇଛନ୍ତି। ସେ ହେଉଛନ୍ତି ମେଜର୍ ସୟଦ ମୁଇଜ। ପାକ୍ ସ୍ବତନ୍ତ୍ର ସର୍ଭିସ ଗ୍ରୁପ୍ର ଷଷ୍ଠ କମାଣ୍ଡୋ ବାଟାଲିଅନ୍ରେ ତାଙ୍କର ପୋଷ୍ଟିଂ ଥିଲା।