Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆଇଏନଏସ ମୋର୍ମୁଗାଓରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆଇଏନଏସ ମୋର୍ମୁଗାଓରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ


ବିଶାଖାପାଟଣା- କିଛିଦିନ ପୂର୍ବେ ଭାରତୀୟ ନୌସେନାରେ ସାମିଲ ହୋଇଥିବା ଆଇଏନ୍ଏସ୍ ମୋର୍ମୁଗାଓରୁ ଆଜି ପ୍ରଥମ ଥର ପାଇଁ ନିକ୍ଷେପ କରାଯାଇଥିବା ସୁପର୍ସୋନିକ୍ କ୍ରୁଜ୍ ମିସାଇଲ୍ ‘ବ୍ରହ୍ମୋସ୍’ ନିର୍ଦ୍ଧାରିତ ଲକ୍ଷ୍ୟ ଭେଦ କରିଛି । ଆଇଏନଏସ୍ ମୋର୍ମୁଗାଓ ଡିଷ୍ଟ୍ରୟରରୁ ବ୍ରହ୍ମୋସର ଏହା ପ୍ରଥମ ପରୀକ୍ଷଣ ଥିଲା । ଏହି ବିଧ୍ୱଂସକ ଯୁଦ୍ଧପୋତରୁ କ୍ରୁଜ ମିସାଇଲ ଫାଇରିଂ କରି ସଫଳତାର ସହ ଲକ୍ଷକୁ ନଷ୍ଟ କରିଛି । ସୂଚନାଯୋଗ୍ୟ, ୨୦୨୨ ଡିସେମ୍ବର ୧୮ ତାରିଖରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଇଏନଏସ ମୋର୍ମୁଗାଓକୁ ନୌସେନାରେ ସାମିଲ କରିଥିଲେ । ଭାରତୀୟ ନୌସେନାରେ ବିଶାଖାପଟ୍ଟନମ ଶ୍ରେଣୀର ପ୍ରୋଜେକ୍ଟ ୧୫-ବିରେ ଏହା ଦ୍ୱିତୀୟ ବିଧ୍ୱଂସକ ଯୁଦ୍ଧପୋତ । ଏହି ଦୁର୍ଦ୍ଦାନ୍ତ ଯୁଦ୍ଧପୋତକୁ ଭାରତୀୟ ନୌସେନାର ୱାରସିପ୍ ଡିଜାଇନ ବୁ୍ୟରୋ ନିର୍ମାଣ କରିଥିଲେ । ୧୬୩ ମିଟର ଲମ୍ବା ୧୭ ମିଟର ଚୌଡା ଏହି ଯୁଦ୍ଧପୋତର ଓଜନ ୭ହଜାର ୪୦୦ ଟନ ରହିଛି । ଏହି ଯୁଦ୍ଧପୋତ ଭାରତୀୟ ନୌସେନାର ଶକ୍ତିକୁ ଅନେକ ଗୁଣା ବୃଦ୍ଧି କରିଛି । ଆଇଏନଏସ୍ ମୋର୍ମୁଗାଓକୁ ପଶ୍ଚିମ ଉପକୂଳର ଐତିହାସିକ ବନ୍ଦର ସହର ନାମରେ ନାମିତ କରାଯାଇଛି । ଏହା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ବେଳେ ନୌସେନାର ସବୁଠୁ ଶକ୍ତିଶାଳୀ ବିଧ୍ୱଂସକ । ସମୁଦ୍ରରେ ଏହା ସର୍ବାଧିକ ୩୦ ନଟିକାଲ ମାଇଲ „ବେଗରେ ଚାଲି ପାରୁଥିବା ବେଳେ ଏହା ବ୍ରହ୍ମୋସ ଓ ବାରାକ-୮ କ୍ଷେପଣାସ୍ତ୍ରରେ ସଜ୍ଜିତ ହୋଇଛି । ଏହି ଯୁଦ୍ଧପୋତରେ ଇସ୍ରାଏଲ ରାଡାର ଏମଏଫଷ୍ଟାର ଲାଗିଛି, ଯାହା ଶୂନ୍ୟରେ ଦୀର୍ଘ ଦୂରତାରେ ଥିବା ଲକ୍ଷ୍ୟର ସନ୍ଧାନ କରିପାରେ । ୧୨୭ ମିମି ଗନ୍ରେ ସଜ୍ଜିତ ଏହି ଯୁଦ୍ଧପୋତ ୩୦୦ କିଲୋମିଟର ଦୂରରୁ ଲକ୍ଷ ଭେଦ କରିପାରେ । ଏହି ଯୁଦ୍ଧପୋତରେ ଏକେ-୬୩୦ଆଣ୍ଟି ମିଜାଇଲ ଗନସିଷ୍ଟମ ଲଗାଯାଇଥିବା ବେଳେ ଏହା ଆଣ୍ଟି ସବମେରିନ ରକେଟ ଲଞ୍ଚରରେ ମଧ୍ୟ ସଜ୍ଜିତ । ଏହି ଯୁଦ୍ଧପୋତ ପରମାଣୁ, ରସାୟନିକ ଓ ଜୈବିକ ଯୁଦ୍ଧ ଲଢିବାକୁ ସକ୍ଷମ । ଭାରତୀୟ ନୌସେନା ନିକଟରେ ଏହିପରି ୪ଟି ବିଶାଖାପାଟଣା ଶ୍ରେଣୀର ବିଧ୍ୱଂସକ ରହିଛି ।

Leave a Reply