Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଇତିହାସ ଆଢୁଆଳେ ଦେବିଲ ଗ୍ରାମର ଶହୀଦ ଶ୍ରୂତୀ ବିଶ୍ୱାଳ ମୂକସାକ୍ଷୀ ପାଲଟିଛି ଫାସି ପଡ଼ିଆ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଇତିହାସ ଆଢୁଆଳେ ଦେବିଲ ଗ୍ରାମର ଶହୀଦ ଶ୍ରୂତୀ ବିଶ୍ୱାଳ ମୂକସାକ୍ଷୀ ପାଲଟିଛି ଫାସି ପଡ଼ିଆ

।ା ପ୍ରଭାନୁ୍ୟଜ ।ା ଯାଜପୁର,୧୪ା୫: ଇତିହାସ କେବେ ଲୋପ ପାଏ ନାହିଁ । ଦିନେନା ଦିନେ ତାହା ଅଗ୍ନୀଶିଖାର ରୂପ ନେଇଥାଏ । ସମୟର ପ୍ରଭାବରେ ଇତିହାସର ଅନେକ କଥାବସ୍ତୁ ବିସ୍ମୃତିର ଅତଳ ଗର୍ଭରେ ବିଲୀନ ହୋଇ ଯାଇଥାଏ ସତ କିନ୍ତୁ କିଛି ଘଟଣା ଜନଶ୍ରୂତି ଅଥବା କିମ୍ବଦନ୍ତୀ ଆକାରରେ ଜନ ମାନସରେ ଉଜ୍ଜିବୀତ ହୋଇ ରୁହେ । ସେଇଭଳି ଭାରତର ସ୍ୱାଧିନତା ସଂଗ୍ରାମର ଇତିହାସ ପୃଷ୍ଠାରେ ସ୍ଥାନ ପାଇନଥିବା ଯାଜପୁର ଜିଲାର ବରୁହାଁ ପ୍ରଗଣା ଅନ୍ତର୍ଗତ ଦେବିଲ ଗ୍ରାମର ଶ୍ରୂତୀ ବିଶ୍ୱାଳଙ୍କ ଲୋମ ଟାଙ୍କୁରା କାହାଣୀ ଅନ୍ୟତମ । ଯାହା ଏବେ ସବୁରି ହୃଦୟରେ ସ୍ଥାନ ପାଇବାରେ ଲାଗିଛି । ଓଡିଶାରେ ଇଂରେଜ ଶାସନ ବିଳମ୍ବରେ ପ୍ରଚଳିତ ହୋଇଥିଲା । ୧୮୫୭ ମସିହାରେ ଯେଉଁ ସିପାହୀ ବିଦ୍ରୋହ ଆରମ୍ଭ ହୋଇଥିଲା ତାହା କେବଳ ସମ୍ବଲପୁର ଓ ଯାଜପୁର ଠାରେ ଅଧିକ ଅନୁଭୂତ ହୋଇଥିଲା । ସେତେ ବେଳେ ବରୁହାଁ ପ୍ରଗଣାର ନେତୃତ୍ୱ ନେଉଥିଲେ ବାଲିଆର ତକ୍ରାଳୀନ ଜମିଦାର ରାମକୃଷ୍ଣ ସାମନ୍ତସିଂହାର । ସେଥିଲେ ବିଦଗ୍ଧ କବି ଅଭିମନୁ୍ୟ ସାମନ୍ତସିଂହାରଙ୍କ ଏକମାତ୍ର ପୁତ୍ର । ତାଙ୍କର ଜମିଦାରୀ ଇଲାକା ଥିଲା ଅବିଭକ୍ତ କଟକ ଜିଲାର ସମଗ୍ର ଅଞ୍ଚଳ । ସେ ଏହି ସବୁ ଅଞ୍ଚଳର ସ୍ୱାଧିନତା ସଂଗ୍ରାମର ନେତୃତ୍ୱ ନେଉଥିଲେ । ତାଙ୍କର ଇଂରେଜ ବିରୋଧି ନୀତି ନିୟମକୁ ବାର୍ତାବହ ଭାବେ କାର୍ଯ୍ୟ କରୁଥିଲେ ଦେବିଲ ଗ୍ରାମର ବୀର ଯୋଦ୍ଧା ସ୍ତୂତୀ ବିଶ୍ୱାଳ । ସେ ଥିଲେ ଜଣେ ଦୁଃସାହସୀ ଓ ବଳିଷ୍ଠ ଚେହେରାର ବ୍ୟକ୍ତି । ସେ ସେତେ ବେଳେ ଗ୍ରାମଗ୍ରାମ ବୁଲି ଇଂରେଜ ସରକାରଙ୍କୁ ରାଜସ୍ୱ ନଦେବା ଲାଗି ପ୍ରଜା ମାନଙ୍କୁ ପ୍ରବର୍ତ୍ତାଉଥିଲେ । ଇଂରେଜ ମାନଙ୍କୁ ପ୍ରତିରୋଧ ଓ ପ୍ରତିଶୋଧ ନେବା ପାଇଁ ବାଲିଆ ବାଉନ ମୌଜାର ଖଣ୍ଡାୟତ ମାନଙ୍କୁ ଏକଜୁଟ କରାଇଥିଲେ । ତାଙ୍କର ଦୃଢ ନେତୃତ୍ୱ ବଳରେ ୫୨ମୌଜାର ଜନସାଧାରଣ ସଶସ୍ତ୍ର ଏକଜୁଟ ହୋଇଥିଲେ । ଏହି ସମୟରେ ମୁଖ୍ୟ ସୂତ୍ରଧର ଦେବିଲର ଶ୍ରୂତୀ ବିଶ୍ୱାଳ ୨୨ମାହାଲ ଓ ଖଣ୍ଡାୟତ ବହୁଳ ଗ୍ରାମ ମାନଙ୍କୁ ରାମକୃଷ୍ଣଙ୍କ ବାର୍ତା ଅତି ଦୁର୍ଗମ ରାସ୍ତା ଦେଇ ନେବା ଆଣିବା କରୁଥିଲେ । ବାସ୍ତବରେ ଶ୍ରୂତୀ ବିଶ୍ୱାଳ ଇଂରେଜ ମାନଙ୍କ ସମସ୍ତ ନିୟମକୁ ଭଣ୍ଡୁର କରିଥିଲେ । ଇଂରେଜେ ମାନେ ବହହୁ କଳ କୈାଶଳରେ ତାଙ୍କୁ ଗିରଫ କରିଥିଲେ । ତାଙ୍କ ବିରୋଧରେ ଦେଶ ଦେଶଦୋ୍ରହ ଓ ଷଡଯନ୍ତ୍ରକାରୀ ଦଫା ଲଗାଇ ତାକୁ ଚୋର ଖଣ୍ଟ ଆଖ୍ୟା ଦେଇଥିଲେ । ଠିକ ଜୟୀ ରାଜଗୁରୁଙ୍କୁ ଫାସୀ ଦେବା ଭଳି ଶ୍ରୂତୀ ବିଶ୍ୱାଳଙ୍କୁ ନିଜ ଗ୍ରାମ ଦେବିଲଠାରେ ଗ୍ରାମବାସୀଙ୍କ ଉପସ୍ଥିତିରେ ଗୋଟିଏ ବରଗଛରେ ଟଙ୍ଗାଇ ଫାସୀ ଦେଇଥିଲେ । ସେଦିନ ଥିଲା ୧୮୫୮ ମସିହା ଜୁନ ମାସ୧୭ତାରିଖ । ସେ ଦୃଶ୍ୟ ଥିଲା ଲୋମହର୍ଷଣକାରୀ । ଆଜି ସେହି ବରଗଛ ନାହିଁ, କିନ୍ତୁ ସେହି ସ୍ଥାନଟି ଫାସୀ ପଡିଆ ନାମରେ ସ୍ୱତନ୍ତ୍ର ପରିଚୟ ଲାଭ କରିଛି । ଶ୍ରୂତୀ ବିଶ୍ୱାଳ ଫାସୀ ପାଇବାର୧୬୫ ବର୍ଷ ଅତିକ୍ରମ କରିଗଲାଣି । ଭାରତ ସ୍ୱାଧିନତା ପାଇବାର ୭୬ ବର୍ଷ ପୂରଣ କଲାଣି । ସରକାର ପରେ ସରକାର ଗଡି ଚାଲିଛି । ୧୫ ଥର ଲୋକସଭା ନିର୍ବାଚନ ହୋଇ ସାରିଲାଣି । ୭୬ ବର୍ଷ ଧରି ସ୍ୱାଧିନତା ଦିବସ ଓ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇ ସାରିଲାଣି । କିନ୍ତୁ କେହି ଏଭଳି ଏକ ଐତିହାସିକ ଦୁର୍ଲ୍ଲଭ ତଥ୍ୟପୂର୍ଣ୍ଣ ଘଟଣାଟି ପ୍ରତି ଦୃଷ୍ଟି ଦେଇ ନାହାନ୍ତି । ଶ୍ରୂତୀ ବିଶ୍ୱାଳଙ୍କ ସେହି ଫାସୀ ପଡିଆଟି ଏବେବି ମୂକ ସାକ୍ଷୀ ଭାବେ ଆଖିରୁ ଲୁହ ଗଡାଉଛି । ସ୍ୱାଧିନତା ଦିବସ ସାରା ଭାରତରେ ଧୂମ ଧାମରେ ପାଳନ କରାଯାଇ ଚାଲିଥିବା ବେଳେ କେହି ହେଲେ ରାମକୃଷ୍ଣ ସାମନ୍ତସିଂହାର ବା ଶ୍ରୂତୀ ବିଶ୍ୱାଳଙ୍କ ନାମ ଉଚ୍ଚାରଣ କରନ୍ତି ନାହିଁ । ସ୍ମୃତୀ ପୀଠଟିର ଉନ୍ନତି ନହେଲା ନାହିଁ, ସରକାର ଚାହିଁଥିଲେ ଅନ୍ତଃତ ସ୍ୱାଧିନତା ସଂଗ୍ରାମୀଙ୍କ ଇତିହାସରେ ଏମାନଙ୍କୁ ସାମିଲ କରି ପାରିଥାଆନ୍ତେ । ତାହା ବି ଏପର୍ଯ୍ୟନ୍ତ ସମ୍ଭବ ହୋଇ ପାରିନାହିଁ । ଗ୍ରାମର ଜଣେ ଶିକ୍ଷାବିତ କୃଷ୍ଣଚନ୍ଦ୍ର ବିଶ୍ୱାଳ ଏସମ୍ପର୍କରେ ତଥ୍ୟ ସମ୍ବଳିତ ଏକ ପୁସ୍ତକ ପ୍ରକାଶ କରିବା ଏବଂ ଅଖିଳଚକ୍ର ଓଡିଶାର ମୁଖପତ୍ର ଅଖିଳାୟନରେ ମନ୍ମଥ ରାୟଙ୍କ ଏକ ସନ୍ଦର୍ଭ ପ୍ରକାଶ ପାଇଲା ପରେ ଗ୍ରାମବାସୀଙ୍କ ମଧ୍ୟରେ ଏକ ଜାଗରଣ ସୃଷ୍ଟି ହୋଇଛି । ବୀର ସୁରେନ୍ଦ୍ର ସାଏ, ରାଣୀ ଲକ୍ଷ୍ମୀବାଇଙ୍କ ପରି ରାମକୃଷ୍ଣ ଜଣେ ବିପ୍ଳବୀ ଓ ଇଂରେଜ ବିରୋଧି ବ୍ୟକ୍ତି ହୋଇଥିଲେ ହେଁ ସେ ଐତିହାସିକ ମାନଙ୍କ ଅବହେଳାର ଶୀକାର ହୋଇଛନ୍ତି । ଦୁଃଖର ବିଷୟ ଶ୍ରୂତୀ ବିଶ୍ୱାଳ ଶହୀଦ ହେବାର ୧୬୫ ବର୍ଷ ଅତିକ୍ରମ କରି ଯାଇଥିଲେ ହେଁ ତାଙ୍କର ପ୍ରତିମୂର୍ତ୍ତିଟିଏ ସରକାରଙ୍କ ଦ୍ୱାରା ଜିଲା ମୁଖ୍ୟାଳୟରେ ସ୍ଥାନ ପାଇଲା ନାହିଁ । କିନ୍ତୁ ଜିଲାର ଅଗ୍ରଣୀ ସାରସ୍ୱତ ସଂଗଠନ ଅଖିଳଚକ୍ର ଓଡିଶା ପକ୍ଷରୁ ଏକ ଆବକ୍ଷ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇ ତାଙ୍କ ସ୍ମୃତି ପୀଠରେ ସ୍ଥାପନ କରିବାକୁ ଆଗଭର ହୋଇଛନ୍ତି । ଦେବିଲଠାରେ ଥିବା ସେହି ଫାସୀ ପଡିଆଟି ଅନାବନା ପରିବେଶରେ ପଡି ରହିଛି । ସେହି ସ୍ଥାନକୁ ଯିବା ପାଇଁ ୧୬୫ ବର୍ଷ ତଳର ଗୋହିରୀ ରାସ୍ତାଟିଏ ଯେପରି ଥିଲା ସେହିପରି ରହିଛି । ଦୁଃଖର କଥା ସ୍ୱାଧିନତା ଦିବସରେ କୌଣସି ପ୍ରଶାସକ ଶ୍ରଦ୍ଧାଜ୍ଞଳିଟିଏ ଦେବାକୁ ଯିବା ଦେଖା ଯାଇନାହିଁ । ବୋଧହୁଏ ସରକାର ଓ ପ୍ରଶାସକଙ୍କ ଦୃଷ୍ଟି ଆଢୁଆଳେ ଏପୀଠଟି ରହିଯାଇଛି । ଏବେବି ଶ୍ରୂତୀ ବିଶ୍ୱାଳ ସେହି ଫାସୀ ପଡିଆରେ ରହି ଆଖିରୁ ଲୁହ ଝରାଉଥିବା ମନେହୁଏ । ଫାସୀ ପାଇବା ପୂର୍ବରୁ ଶ୍ରୂତୀ ବିଶ୍ୱାଳ ଗ୍ରାମବାସୀଙ୍କ ଯେଉଁ ଆହ୍ୱାନ ଦେଇଥିଲା-ବୀର ଯୋଦ୍ଧାପଣ କେବେ ହେଲେ ଛାଡିବ ନାହିଁ । ବାସ୍ତବରେ ଭାରତ ସ୍ୱାଧିନତା ହାସଲ କଲା ପରେ ଆମେ କଣ କେବେ ଆମ ପୂର୍ବପୁରୁଷଙ୍କ ବୀରତ୍ୱକୁ ମନେ ପକାନ୍ତି?

Leave a Reply