Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଉଡ଼ି ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କଲା ସେନା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଉଡ଼ି ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କଲା ସେନା

ବାରାମୁଲା : ବାରାମୁଲା ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟରେ ଉଡ଼ି ସେକ୍ଟରରେ ଶନିବାର ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି ସେନାର ଯବାନ ମାନେ । ବିଭାଗୀୟ ଅଧିକାରୀ ମାନେ ଏନେଇ ସୂଚନା ଦେଇ କହିଛନ୍ତି ଯେ, ସେନା ପକ୍ଷରୁ ବଣ ଜଙ୍ଗଲ ଘେରା ସମ୍ପୃକ୍ତ ଅଂଚଳରେ ତଲାସୀ ଅଭିଯାନ ଆରମ୍ଭ ହୋଇଛି । ଅଧିକାରୀ ମାନେ କହିଛନ୍ତି ଯେ, ଆତଙ୍କବାଦୀ ଓ ସେନା ମଧ୍ୟରେ କିଛି ସମୟ ପାଇଁ ଗୁଳି ବିନିମୟ ହୋଇଥିଲା । ଏହାପରେ ପାକିସ୍ତାନ ଦ୍ୱାରା ଘଟଣାସ୍ଥଳରେ ଏକ କ୍ୱାଡ କାପ୍ଟର ଉଡା ଯାଇଥିଲା । ଯବାନ ମାନଙ୍କ ଦ୍ୱାରା ଗୁଳି ଚଳାଯିବା ପରେ କ୍ୱାଡ କାପ୍ଟରକୁ ପୁଣି ଫେରାଇ ନେଇଥିଲା ପାକିସ୍ତାନ ।

Leave a Reply