Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ହାବିଲଦାରଙ୍କ ପତ୍ନୀ ଏବେ ଲକ୍ଷ୍ନୌର ମେୟର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ହାବିଲଦାରଙ୍କ ପତ୍ନୀ ଏବେ ଲକ୍ଷ୍ନୌର ମେୟର

ଲକ୍ଷ୍ନୌ : ସୁଷମା ଖର୍କୱାଲ ଲକ୍ଷ୍ନୌର ମେୟର ନିର୍ବାଚନ ଜିତି ନେଇଛନ୍ତି । ସେ ସପା ପ୍ରତ୍ୟାଶି ବନ୍ଦନା ମିଶ୍ରଙ୍କୁ ୬୦ ହଜାର ଭୋଟରେ ମାତ୍ ଦେଇଛନ୍ତି । ସୁଷମା ଖର୍କୱାଲଙ୍କୁ ରାଜନୀତି ଉତ୍ତରାଧିକାରୀ ଭାବେ ମିଳିନାହିଁ । ସେ ନିଜର ସଂଘର୍ଷ ଓ ପରିଶ୍ରମ ବଳରେ ବିଜେପିରେ କେବଳ ନିଜର ପରିଚୟ ତିଆରି କରିନାହାନ୍ତି ଏକ ସଫଳତା ବି ହାସଲ କରିଛନ୍ତି । ସେ ବିଜେପିରେ ଅନେକ ପଦରେ କାମ କରି ସାରିଛନ୍ତି । ସମସ୍ତ ବିପରୀତ ପରିସ୍ଥିତି ସତ୍ତ୍ୱେ କେବେ ସାହସ ହରାଇ ନଥିଲେ । ସ୍ୱାମୀ ଥିଲେ ସେନାରେ । ଦୁଇ ଜଣ ଛୋଟ ଛୋଟ ପିଲାଙ୍କ ଦାୟିତ୍ୱ ନିଜେ ସୁଷମାଙ୍କ ଉପରେ ଥିଲା । ଏହା ସତ୍ତ୍ୱେ ରାଜନୀତି ଛାଡ଼ି ନଥିଲେ ସେ । ପାଖାପାଖି ୩୫ ବର୍ଷ ଧରି ସେ ବିଜେପି ପାଇଁ କାମ କରୁଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଅଟଳ ବିହାରୀ ବାଜପେୟୀଙ୍କ ସଭା ଓ ରାଲି ଗୁଡ଼ିକରେ ତାଙ୍କର ସ୍କୁଟର ସମସ୍ତଙ୍କ ଠାରୁ ଆଗରେ ଥିଲା । ଅଟଳ ଜୀ ତାଙ୍କୁ ଭଲ ଭାବେ ଜାଣିଥିଲେ । ନିଜେ ସୁଷମା କୁହନ୍ତି ଅଟଳ ଜୀଙ୍କ ଲକ୍ଷ୍ନୌରେ କୌଣସି ବି ସଭା , ରାଲି , ରୋଡ୍ ଶୋ ନାହିଁ , ଯେଉଁଥିରେ ସେ ଆଗରେ ରହି ନାହାନ୍ତି । ସେ କହୁନ୍ତି , ଥରେ ଅନେକ ମହିଳା ଏକାଠି ଅଟଳ ଜୀଙ୍କୁ ଭେଟିବାକୁ ଯାଇଥିଲେ । ସେଥିରେ ପୂର୍ବତନ ମେୟର ସଂଯୁକ୍ତା ଭାଟିଆ ବି ଥିଲେ । ସବୁ ମହିଳାମାନେ ତାଙ୍କୁ କହିଥିଲେ ଆପଣ ଜଣେ ବି ମହିଳାକୁ ଏମଏଲସି କଲେ ନାହିଁ । ଏହା ଉପରେ ଅଟଳ ଜୀ କହିଥିଲେ ସୀମା ରିଜୱିଙ୍କୁ ତ କରିଛି । ପରେ ସେ କହିଥିଲେ, ଏମାନେ ସବୁ ରାଗିଛନ୍ତି । ଲାଗୁଛି ଭୋକିଲା ଅଛନ୍ତି । ତାଙ୍କୁ କିଛି ଖାଇବାକୁ ଦିଅ । ସୁଷମା କୁହନ୍ତି ଅଟଳ ଜୀ ବହୁତ ସ୍ନେହ କରୁଥିଲେ । ସୁଷମା ନିଜର ସ୍ନାତକ ପଢା ଉତ୍ତରାଖଣ୍ଡରେ କରିଥିଲେ । ତାଙ୍କର ପରିବାରରେ ଦୁଇ ଜଣ ପୁଅ । ବଡ଼ ପୁଅ ମୟଙ୍କ ଫିଲିପ୍ସ କମ୍ପାନୀରେ ସିନିୟର ପଦରେ । ସାନ ପୁଅ ମନିଷ ଇଂଜିନିୟର । ସୁଷମା କୁହନ୍ତି , ଉତ୍ତରାଖଣ୍ଡ ବିଭାଜନ ପର ଭଗତ ସିଂହ କୋଶ୍ୟାରୀ ତାଙ୍କୁ ଉତ୍ତରାଖଣ୍ଡ ଯିବାକୁ କହିଥିଲେ । କିନ୍ତୁ ସେ ଯାଇ ନଥିଲେ । ତାଙ୍କର ସ୍ୱାମୀ ସେନାରେ ହାବିଲଦାର ପଦରୁ ଅବସର ନେଇଥିଲେ । ଏହାପରେ ବିଧାନସଭା ରେ ସହାୟକ ମାର୍ଶଲ ପଦରେ ମୁତୟନ ଥିଲେ ।

Leave a Reply