Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଂଘଶିକ୍ଷା ବର୍ଗ ଉଦ୍ଘାଟିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଂଘଶିକ୍ଷା ବର୍ଗ ଉଦ୍ଘାଟିତ


କଟକ/ଭୁବନେଶ୍ୱର,୧୩/୫: କଟକ ଗତିରାଉତ ପାଟଣା ସ୍ଥିତ କେଶବଧାମ ଆବାସିକ ସରସ୍ୱତୀ ବିଦ୍ୟାମନ୍ଦିର ପରିସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବ ପ୍ରାନ୍ତର ପ୍ରଥମ ବର୍ଷ ସାମାନ୍ୟ ସଂଘ ଶିକ୍ଷାବର୍ଗ ଓ ପୂର୍ବକ୍ଷେତ୍ରର ଦ୍ୱିତୀୟ ବର୍ଷ ସାମାନ୍ୟ ସଂଘ ଶିକ୍ଷା ବର୍ଗ ଶୁକ୍ରବାର ଦିନ ସଂଧ୍ୟାରେ ଉଦଘାଟିତ ହୋଇ ଯାଇଛି । ପ୍ରଥମ ବର୍ଷ ସାମାନ୍ୟ ଉଦ୍ଘାଟନ ଉତ୍ସବରେ ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ସଂଘଚାଳକ ଶ୍ରୀ ସମୀର କୁମାର ମହାନ୍ତି ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଶ୍ରୀ ମହାନ୍ତି ତାଙ୍କର ଉଦ୍ଘାଟନୀ ଭାଷଣରେ ସମାଜ ପରିବର୍ତନ ପାଇଁ ସ୍ୱୟଂସେବକମାନଙ୍କ ଭିତରେ ଆବଶ୍ୟକ ଥିବା ନେତୃତ୍ୱ, କତୃତ୍ୱ ଓ ବ୍ୟକ୍ତିତ୍ୱର ବିକାଶ ନିମନ୍ତେ ଏକ ଦୀର୍ଘକାଳୀନ ସାଧାନାର ଆବଶ୍ୟକତା ଓ ତାହା ଏହି ପ୍ରଶିକ୍ଷଣ ବର୍ଗରୁ ହିଁ ପ୍ରାପ୍ତ କରିବାକୁ ଆହ୍ୱାନ ଦେଇଥିଲେ । ପ୍ରଥମ ବର୍ଷ ବର୍ଗରେ ଡକ୍ଟର ଗୌତମ ମହାରଣା ବର୍ଗାଧିକାରୀ, ଶ୍ରୀ ସୃଷ୍ଟିଧର ବିଶ୍ୱାଳ ବର୍ଗର ପାଳକ, ଅଶୋକ ରଣଜିତ ବର୍ଗ କାର୍ଯ୍ୟବାହ ଓ ଶରତ ଚନ୍ଦ୍ର ସେନ ବର୍ଗର ବ୍ୟବସ୍ଥା ପ୍ରମୁଖ ଅଛନ୍ତି ।
ଦ୍ୱିତୀୟ ବର୍ଷ ସାମାନ୍ୟ ବର୍ଗର ଉଦ୍ଘାଟନ ଉତ୍ସବରେ ପୂର୍ବକ୍ଷେତ୍ରର କ୍ଷେତ୍ର ସଂଘଚାଳକ ଅଜୟ କୁମାର ନଦୀ ପ୍ରଦୀପ ପ୍ରଜ୍ୱଳନ କରି ପ୍ରଶିକ୍ଷଣ ଶିବିରକୁ ଉଦ୍ଘାଟନ କରିଥିଲେ । ଶ୍ରୀ ନନ୍ଦୀ ତାଙ୍କର ବକ୍ତବ୍ୟରେ ବର୍ତମାନ ସମୟର ଆହ୍ୱାନକୁ ସମ୍ମୁଖୀନ ହେବା ପାଇଁ ସୁଦକ୍ଷ, ଦୃଢନିଷ୍ଠ ଓ ପ୍ରଶିକ୍ଷିତ କାର୍ଯ୍ୟକର୍ତାମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦ୍ୱିତୀୟ ବର୍ଷ ସଂଘଶିକ୍ଷା ବର୍ଗ ନିତ୍ୟାନ୍ତ ଜରୁରୀ ବୋଲି ସ୍ୱୀକାର କରିଥିଲେ । ଏହି ଦ୍ୱିତୀୟ ବର୍ଷ ବର୍ଗରେ ଶ୍ରୀ ଜଗଦୀଶ ପ୍ରସାଦ ଖାଡଙ୍ଗା ବର୍ଗର ପାଳକ, ଭଗବାନ ତ୍ରିପାଠୀ ସର୍ବାଧିକାରୀ, ସର୍ବେଶ୍ୱର ବେହେରା ବର୍ଗ କାର୍ଯ୍ୟବାହ ଅଛନ୍ତି ।

Leave a Reply