Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୫୩ ଦେଶରେ ଚୀନ ଖୋଲିଛି ୧୦୨ ପୋଲିସ ଷ୍ଟେସନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୫୩ ଦେଶରେ ଚୀନ ଖୋଲିଛି ୧୦୨ ପୋଲିସ ଷ୍ଟେସନ

ନୂଆଦିଲ୍ଲୀ: ସାରା ଦୁନିଆରେ ନିଜର ଉପସ୍ଥିତି ଜାହିର କରିବା ପାଇଁ ଚୀନ ନୂଆ ଚକ୍ରାନ୍ତ ରଚିବାରେ ଲାଗିଛି । ୨୦୨୨ ସେପ୍େଟମ୍ୱରରେ ସ୍ପେନର ନାଗରିକ ଅଧିକାରୀ ଗ୍ରୁପର ଏକ ରିପୋର୍ଟରେ ଦାବି କରିଥିଲେ ଯେ ଅନେକ ଦେଶରେ ଚୀନ ଓଭରସିଜ୍ ପୋଲିସ ଷ୍ଟେସନ ସ୍ଥାପନ କରୁଛି । ଏହାରି ଭିତରେ ଏକ ରିପୋର୍ଟ ସାମନାକୁ ଆସିଛି, ଏଥିରେ କରାଯାଇଥିବା ଦାବି ଅନୁସାରେ ଚୀନ ୫୩ ଦେଶରେ ୧୦୨ଟି ପୋଲିସ ଷ୍ଟେସନ ଖୋଲି ସାରିଛି । ଏକ ରିପୋର୍ଟ ଅନୁସାରେ ଉଙଚଝର ନେଟୱାର୍କ ଚୀନ ସ୍ଥିତ ସାର୍ବଜନୀନ ସୁରକ୍ଷା ବ୍ୟୁରୋ (ପିଏସବି) ଦ୍ୱାରା ୨୦୧୬ରେ ପ୍ରତିଷ୍ଠା କରାଯାଇଥିଲା । ଭିନ୍ନ ଭିନ୍ନ ଦେଶରେ ଚୀନର ଏହି ପୋଲିସ ଷ୍ଟେସନକୁ ସେଠାରେ ବେଜିଂ ବିରୋଧରେ ଉଠୁଥିବା ସ୍ୱର ଉପରେ ନଜର ରଖିବାରେ ବ୍ୟବହାର କରାଯାଉଛି । ଏହାଛଡା ଚୀନରୁ ପଳାୟନ କରି ବିଦେଶକୁ ଚାଲି ଯାଇଥିବା ନାଗରିଙ୍କୁ ସ୍ୱଦେଶକୁ ଫେବାଇବା ପାଇଁ ଏହି ପୋଲିସ ଚାପ ପ୍ରୟୋଗ କରିଥାଏ । ଏହାଛଡ଼ା ଚୀନ ପ୍ରତି ଅସନ୍ତୋଷ ଥିବା ତିବ୍ଦତୀୟ, ଉଇଗର ମୁସଲମାନ ଏବଂ ଚୀନ ବିରୋଧୀ ସ୍ୱରକୁ ଏହା ଜରିଆରେ ଚାପିବା ପାଇଁ ପ୍ରୟାସ କରାଯାଏ । ରିପୋର୍ଟ ଅନୁସାରେ ଉଙଚଝରେ ଚୀନର ପୂର୍ବତନ ପୋଲିସ ଅଧିକାରୀ ଏବଂ ଦୂତାବାସର ପୂର୍ବତନ ଅଧିକାରୀଙ୍କୁ ସାମିଲ କରାଯାଇଛି । ଏହା ଚୀନ ଦୂତାବାସଠାରୁ ଅଲଗା କାମ କରିଥାଏ । ଏହାର କୌଣସି ଅଫିସ ନାହିଁ ।

Leave a Reply