Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରଥ ଖଳାକୁ ଗଲା ମହାପ୍ରଭୁଙ୍କ ଆଜ୍ଞାମାଳ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରଥ ଖଳାକୁ ଗଲା ମହାପ୍ରଭୁଙ୍କ ଆଜ୍ଞାମାଳ

ପୁରୀ : ମହାପ୍ରଭୁଙ୍କ ପବିତ୍ର ଭଉଁରୀ ଯାତ୍ରାୟ ସକାଳ ଧୂପ ବଢ଼ିଲା ପରେ ୩ ଜଣ ପୂଜାପଣ୍ଡା ଶ୍ରୀଅଙ୍ଗରୁ ଅ ।ଜ୍ଞାମାଳ ନେଇ ରଥଖଳାକୁ ବିଜେ କରିଛନ୍ତି । ସେଠାରେ ରଥ ମହାରଣାଙ୍କ ଦ୍ୱ୍ାରା ୨ଟି ଲେଖାଏଁ ଚକ ଅଖ ଦ୍ୱାରା ସଂଯୋଗ କରାଯାଇଛି । ପୂଜାପଣ୍ଡା ୩ଟି ରଥ ଚକରେ ଅ ।ଜ୍ଞା ମାଳ ପ୍ରଦାନ କରିଥାନ୍ତି । ଏହି ୩ଟି ମାଳ ରଥ ଚକରେ ଲାଗି ହେବା ପରେ ଏହାକୁ ଭୋଇ ସେବକମାନେ ତାଙ୍କ ଇଷ୍ଟ ରଥ ଖଳାରେ ଥିବା ମା ଚର୍ଚ୍ଚିକାଙ୍କୁ ଅର୍ପଣ କରିଥାନ୍ତି । ଏଥିପାଇଁ ଅ ।ବଶ୍ୟକ ଚକ ସବୁ ର୍ନିମାଣ ସରିଛିୟ ଶିଳ୍ପଶାସ୍ତ୍ର ଓ ରଥ ସଂହିତା ଅନୁସାରେ ତିନି ରଥରେ ଚକ ଅଖ ଡେରା ଏକ ପ୍ରମୁଖ କାମ । ଭୋଇ ସେବକମାନେ ତିନି ରଥରେ ଚକ ଅଖ ସଂଯୋଗ ପରେ ରଥଖଳାରେ ପ୍ରଥମ ହରିବୋଲ ପକାଇଥାନ୍ତି । ପୂର୍ବାହ୍ନରେ ଚକ ଅଖରେ ପାଣିଅ । ଅ ।ପଟ ସେବକ ପାଣି ଢାଳି ଶୁଦ୍ଧ କରିଥାନ୍ତି । ଶୁଦ୍ଧ ପରେ ଦୋଳବେଦୀ କୋଣ କମାରଶାଳରୁ ତିନିରଥର ମୁଖ୍ୟ ଓଝା ସେବକମାନେ ରଥଖଳାରେ ପହଞ୍ଚି ନାହାକା ଚକରେ ଲଡୁ ମହାପ୍ରସାଦ ଲାଗି କରି ନଡ଼ିଅ । ବାଡେଇ ପନ୍ଦରୀ ·ବି ବଡ଼ିଅ । ଅନୁକୂଳ କରିଥାନ୍ତି । ୧ ଚକରେ ୪ଟି ପନ୍ଦରୀ ·ବି ଲାଗିଥାଏ । ଭଉଁରୀ ଓ ରଥ ଚକ ଅଖ ଡେରା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ବ୍ୟବସ୍ଥା ହୋଇଛି । ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ ରଥରେ ମୋଟ୍ ୪୨ ଟି ଚକ ଲାଗିବ । ଏହା ମଧ୍ୟରେ ବର୍ତମାନ ସୁଦ୍ଧା ୬ଟି ଚକ ର୍ନିମାଣ ଶେଷ ହୋଇସାରିଛି ଅ ।ଉ ୩୬ ଟି ଚକ ତିଅ ।ରି ହେବ । ରଥରେ ଚକ ଅଖ ଯୋଡାଯିବା ପରେ ତିନି ରଥର ୪୨ଟି ତୁମ୍ଭରେ ଅର ଯୋଡାଯିବ । ଅ ।ଗକୁ ସ୍ନାନ ପୂର୍ଣ୍ଣମାରେ ତିନି ରଥର ·ରି ନାହାକା ଟେକା ଯିବାର ପରମ୍ପରା ରହିଛି । ସେପଟେ ଅ ।ଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ଶେଷ ଦିନ । ଚଳିତ ବର୍ଷ କରୋନା କାରଣରୁ ବାହାର ଚନ୍ଦନ ନୀତି ବି ମନ୍ଦିର ଭିତରେ ସଂପନ୍ନ ହେବ ।

Leave a Reply