Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଇଣ୍ଡୋନେସିଆର ରାଜଧାନୀ ଜକାର୍ତ୍ତାକୁ ଗ୍ରାସିବାରେ ଲାଗିଛି ଜାଭା ସାଗର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଇଣ୍ଡୋନେସିଆର ରାଜଧାନୀ ଜକାର୍ତ୍ତାକୁ ଗ୍ରାସିବାରେ ଲାଗିଛି ଜାଭା ସାଗର


ନୂଆଦିଲ୍ଲୀ: ପଡୋଶୀ ଦେଶ ଇଣ୍ଡୋନେସିଆ ପ୍ରତି ମାଡି ଆସୁଛି ଏକ ଭୟଙ୍କର ବିପଦ । ସମୁଦ୍ର ରୂପରେ ଗର୍ଜନ କରି ସହର ଆଡକୁ ମୁହାଁଇଛି ମୃତ୍ୟୁର ଛାୟା । ଧିରେ ଧିରେ ଇଣ୍ଡୋନେସିଆର ରାଜଧାନୀ ଜକାର୍ତ୍ତାକୁ ଗ୍ରାସିବାରେ ଲାଗିଛି ଜାଭା ସାଗର । ଖୁବଶୀଘ୍ର ଏହି ସହର ପାଣି ଭିତରେ ଲୀନ ହୋଇଯିବ ବୋଲି ଅନୁମାନ କରାଯାଉଛି । ୨୦୫୦ ମସିହା ମଧ୍ୟରେ ଜକାର୍ତ୍ତା ସହରର ଏକ ତୃତୀୟାଂଶ ସମୁଦ୍ର ଗର୍ଭରେ ଲୀନ ହୋଇଯିବ ବୋଲି କୁହାଯାଉଛି । ତେବେ ଏହି ସହର ପାଣିରେ ଅନ୍ତଧ୍ୟାନ ହେବା ପୂର୍ବରୁ ରାଷ୍ଟ୍ରପତି ଜୋକୋ ଭିଡୋଡୋ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଜକାର୍ତ୍ତ ସହର ଆଡକୁ ସୁ ସୁ ହୋଇ ଜାଭା ସାଗର ମାଡି ଆସୁଥିବା ଦେଖିବାକୁ ମିଳିଛି । ଏହି ସହରର ପ୍ରାୟ ଏକ ତୃତୀୟାଂଶ ଖୁବଶୀଘ୍ର ସମୁଦ୍ର ଗର୍ଭରେ ଲୀନ ହୋଇଯିବ ବୋଲି ଅନୁମାନ କରାଯାଉଛି । ତେବେ ବୃଦ୍ଧି ପାଉଥିବା ଜନସଂଖ୍ୟା, ପ୍ରଦୂଷଣ, ଭୂକମ୍ପର ସମ୍ବେଦନଶୀଳ କ୍ଷେତ୍ର, ପବନର ବେଗ ଏବଂ ମୃତ୍ୟୁମୁଖା ଜକାର୍ତ୍ତାକୁ ଛାଡିବା ପାଇଁ ବାଧ୍ୟ ହେଉଛନ୍ତି ଏଠାକାର ବାସିନ୍ଦା । ତେଣୁ ଇଣ୍ଡୋନେସିଆ ଜକାର୍ତ୍ତା ସ୍ଥାନରେ ଏକ ନୂଆ ରାଜଧାନୀ ସୃଷ୍ଟି କରିବା ପାଇଁ ନିଷ୍ପତ୍ତି ନେଇଛି । ଏଣିକି ଇଣ୍ଡୋନେସିଆର ନୂଆ ରାଜଧାନୀ ବୋର୍ଣ୍ଣିଓରେ ହେବ ବୋଲି ଘୋଷଣା କରିଛନ୍ତି ରାଷ୍ଟ୍ରପତି ଜୋକୋ ଭିଡୋଡୋ । ଏଠାରେ ସହରର ଇନଫ୍ରାଷ୍ଟ୍ରକଚର ଅତ୍ୟାଧୂନିକ କୌଶଳରେ ପ୍ରସ୍ତୁତ କରାଯିବ ଏବଂ ଜ୍ସ୍ ସୁବିଧା ଉପଲବ୍ଧ ହୋଇପାରିବ । ତେବେ ନୂଆ ରାଜଧାନୀ ପ୍ରସ୍ତୁତ ହେଉଥିବା ସ୍ଥାନଟି ଜଙ୍ଗଲୀ ଅଞ୍ଚଳ ହୋଇଥିବାରୁ ଚିନ୍ତା ବୃଦ୍ଧି ପାଇବାରେ ଲାଗିଛି । ଏଠରେ ଆଦିବାସୀଙ୍କ ସହ ଜଭ୍ଗଲୀ ପଶୁପକ୍ଷୀଙ୍କ ସଂଖ୍ୟା ମଧ୍ୟ କୁବ ଅଧିକ ରହିଛି । ତେଣୁ ନୂଆ ରାଜଧାନୀ ସୃଷ୍ଟି କରିବାକୁ ହେଲେ ଏ ସମସ୍ତ ଗଛ ଏବଂ ଜଙ୍ଗଲକୁ କାଟିବାକୁ ହେବ । ଯେଉଁଥିପାଇଁ ଏଠାରେ ବସବାସ କରୁଥିବା ଆଦିବାସୀ ଏବଂ ପଶୁପକ୍ଷୀମାନଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ତେବେ ଏହି ସହରରେ ବର୍ତ୍ତମାନର ଜନସଂଖ୍ୟା ୧କୋଟି ରହିଥିବା ବେଳେ ଜାଭା ସାଗରର ବର୍ଦ୍ଧିତ ଜଳସ୍ତର ଏଥିପାଇଁ ବିପଦ ପାଲଟିଛି । ଗ୍ଲୋବାଲ ୱାର୍ମିଙ୍ଗ ଯୋଗୁଁ ସୁଦ୍ରର ଜଳସ୍ତର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।

Leave a Reply