Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚୁକ୍ତି ଭାଙ୍ଗିଲେ ବିଶ୍ୱାସ ଭାଙ୍ଗେ’ ଢାକାରେ ଚୀନକୁ ଜୟଶଙ୍କରଙ୍କ ଟାର୍ଗେଟ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚୁକ୍ତି ଭାଙ୍ଗିଲେ ବିଶ୍ୱାସ ଭାଙ୍ଗେ’ ଢାକାରେ ଚୀନକୁ ଜୟଶଙ୍କରଙ୍କ ଟାର୍ଗେଟ୍

ଢାକା : ବାଂଲାଦେଶ ଗସ୍ତରେ ଥିବା ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପରୋକ୍ଷରେ ଚୀନକୁ ଟାର୍ଗେଟ କରିଛନ୍ତି । ଜୟଶଙ୍କର କହିଛନ୍ତି ଯେ ଯେତେବେଳେ ଦେଶଗୁଡ଼ିକ ଚୁକ୍ତିକୁ ଉଲ୍ଲଂଘନ କରନ୍ତି, ସେତେବେଳେ ପାରସ୍ପରିକ ବିଶ୍ୱାସର ବଡ଼ ଧରଣର କ୍ଷତି ହୋଇଥାଏ । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଶୁକ୍ରବାର କହିଛନ୍ତି ଯେ ଯେତେବେଳେ ରାଷ୍ଟ୍ରମାନେ ଆଇନଗତ ଦାୟିତ୍ୱକୁ ଅବମାନନା କରନ୍ତି କିମ୍ବା ଦୀର୍ଘଦିନର ଚୁକ୍ତିକୁ ଉଲ୍ଲଂଘନ କରନ୍ତି ସେତେବେଳେ ବିଶ୍ୱାସ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୁଏ । ବାଂଲାଦେଶର ରାଜଧାନୀରେ ଷଷ୍ଠ ଭାରତ ମହାସାଗର ସମ୍ମିଳନୀକୁ ସମ୍ବୋଧିତ କରି ସେ ଏହା କହିଛନ୍ତି । ଜୟଶଙ୍କର ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ମହାସାଗର ଅଞ୍ଚଳର ଦେଶମାନଙ୍କ ଏକ ସାଧାରଣ ଚିନ୍ତା ହେଉଛି ଯେ ଅଦରକାରୀ ପ୍ରକଳ୍ପଗୁଡ଼ିକ ପାଇଁ ଆସୁଥିବା ଋଣ । ଚୀନ କ୍ରମାଗତ ଭାବେ ଭାରତକୁ ଧୋକା ଦେଉଛି । ସ୍ୱାଧୀନତା ପରେ ୧୯୬୨ ରେ ଏବଂ ବର୍ତ୍ତମାନ ଗଲୱାନରେ । ଚୁକ୍ତିକୁ ନେଇ ଚୀନ୍ କେବେ ସଚ୍ଚୋଟ ନୁହେଁ । ଏହି କାରଣରୁ ଭାରତ ସବୁବେଳେ ଚୀନକୁ ଦର୍ପଣ ଦେଖାଉଛି । ଭାରତ ମହାସାଗର ସମ୍ମିଳନୀର ଷଷ୍ଠ ସଂସ୍କରଣରେ ଯୋଗଦେବା ପାଇଁ ଜୟଶଙ୍କର ଢାକାରେ ଅଛନ୍ତି । ମରିସସ୍ ରାଷ୍ଟ୍ରପତି ପୃଥ୍ୱୀରାଜ ସିଂହ ରୂପାନ, ମାଳଦ୍ୱୀପର ଉପରାଷ୍ଟ୍ରପତି ଫୈଜଲ ନାସିମ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଙ୍କ ସମେତ ଆଉ କିଛି ଦେଶର ମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ।

Leave a Reply