Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମହିଳାମାନଙ୍କ ନିରବଚ୍ଛିନ୍ନ ପ୍ରୟାସ ବଡ଼ମାଲ ସଂରକ୍ଷିତ ଜଙ୍ଗଲକୁ ସବୁଜିମା କରି ରଖିଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମହିଳାମାନଙ୍କ ନିରବଚ୍ଛିନ୍ନ ପ୍ରୟାସ ବଡ଼ମାଲ ସଂରକ୍ଷିତ ଜଙ୍ଗଲକୁ ସବୁଜିମା କରି ରଖିଛି


ବଲାଙ୍ଗୀର ଜିଲ୍ଲା ରେଢାଖୋଲ ବନଖଣ୍ଡ ଅଧୀନ ବଡ଼ମାଲ ରେଞ୍ଜରେ ଥିବା ବଡ଼ମାଲ ସଂରକ୍ଷିତ ଜଙ୍ଗଲ । ଯେତେବେଳେ ଏହା ପୁରୁଷଙ୍କ ହାତରେ ଥିଲା, ସେତେବେଳେ ନିଆଁ ଲାଗୁଥିଲା ଓ ଗଛ ମଧ୍ୟ ଚୋରି ହେଉଥିଲା । ଏବେ ଏହାର ସୁରକ୍ଷା କବଚ ପାଲଟିଛନ୍ତି ୧୬ ମହିଳା । ସେମାନେ ଏହାର ସୁରକ୍ଷା ଦାୟିତ୍ୱ ନେଇଛନ୍ତି । ବନସୁରକ୍ଷା ସମିତିର ଏହି ୧୬ ମହିଳା ହାତରେ ବାଡ଼ି ଓ କାନ୍ଧରେ କୁରାଢି ଧରି ବର୍ଷସାରା ଜଙ୍ଗଲକୁ ଜଗି ରହିଛନ୍ତି । ୨୦ ବର୍ଷ ତଳେ ଏହି ଜଙ୍ଗଲରେ ଲଗାଯାଇଥିବା ଗଛ ଏବେ ବଟବୃକ୍ଷରେ ପରିଣତ ହୋଇଛି । ଚାରିଆଡ଼େ ସବୁଜିମା ଛାଇ ହୋଇ ରହିଛି । କେଉଁଠି ଶାଳ, ପିଆଶାଳ ତ ଆଉ କେଉଁଠି ମହୁଲ ଗଛ । ଏହି ୧୬ ମହିଳାଙ୍କ ଯୋଗୁ ୨୦ ବର୍ଷ ଭିତରେ ଗୋଟିଏ ଗଛ ଚୋରି ହୋଇନି କି ଜଙ୍ଗଲରେ କେବେ ବି ନିଆଁ ଲାଗିନି । ବନ ସୁରକ୍ଷା ସମିତିର ଜଣେ ସଦସ୍ୟା କହିଛନ୍ତି ଯେ ୨୦୦୩-୦୪ରୁ ଆମେ ଏହି ଜଙ୍ଗଲ ଜଗୁଛୁ । ଗଛ ଆମର ମା ପରି । ତେଣୁ ଆମେ ତାକୁ ସେବା ଯତ୍ନ ନେଇ ବଢାଇବାରେ ଲାଗିଛୁ । । ନିଜ ପିଲାପରି ସେମାନେ ଗଛର ଯତ୍ନ ନେଉଛନ୍ତି । ଗଛରେ ଲାଗିଥିବା ଉଇ ସଫା କରିବା ସହ ଅନାବନା ଡାଳକୁ ନିୟମିତ କାଟୁଛନ୍ତି । ଏଥିସହ ଜଙ୍ଗଲରୁ ଛତୁ, ଶାଳପତ୍ର, କେନ୍ଦୁପତ୍ର, ଶାଳମଞ୍ଜି, ଝୁଣା, ମହୁଲ, ହରିଡା, ବାହାଡ଼ା ଆଦି ସଂଗ୍ରହ କରି ନିଜେ ବି ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ମହିଳାମାନଙ୍କ ଏହି ନିରବଚ୍ଛିନ୍ନ ପ୍ରୟାସ ଜଙ୍ଗଲକୁ ସବୁଜିମା କରି ରଖିଛି । ଏଠାରେ ବହୁ ଜୀବଜନ୍ତୁ ବି ରହୁଛନ୍ତି ।

Leave a Reply