Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆଫଗାନିସ୍ତନରେ ମହିଳାମାନଙ୍କ ବିକାଶ ପାଇଁ ସହଯୋଗ କରିବ ଭାରତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆଫଗାନିସ୍ତନରେ ମହିଳାମାନଙ୍କ ବିକାଶ ପାଇଁ ସହଯୋଗ କରିବ ଭାରତ


ମାର୍ଚ୍ଚ ୭ ତାରିଖ ଦିନ ଦିଲ୍ଲୀରେ ଭାରତ ସହ ସେଂଟ୍ରାଲ ଏସିଆ ଜଏଂଟ ୱାର୍କିଂ କମିଟି ମଧ୍ୟରେ ବୈଠକ ହୋଇଥିଲା । ଏହି ବୈଠକରେ ଭାରତ ଆଫଗାନିସ୍ତାନରେ ବର୍ତମାନର ରାଜନୈତିକ ସ୍ଥିତି, ସୁରକ୍ଷା ଓ ସୃଷ୍ଟି ହୋଇଥିବା ମାନବିକ ପରିସ୍ଥିତିକୁ ନେଇ ଅନ୍ୟ ସେଂଟ୍ରାଲ୍ ଏସିଆ ରାଷ୍ଟ୍ରମାନଙ୍କ ସହ ଆଲୋଚନା କରିଥିଲା । ଏହି ବୈଠକରେ ଆଫଗାନିସ୍ତନରେ ସ୍ଥିର ସରକାର ଆଣିବା ସହ ଶିକ୍ଷା, ସ୍୍ୱାସ୍ଥ୍ୟ ଓ ମହିଳାଙ୍କ ସମେତ ସମସ୍ତ ଆଫଗାନ ନାଗରିକଙ୍କୁ ସମାନ ଅଧିକାର ମିଳିବା ନେଇ ମଧ୍ୟ ଆଲୋଚନା ହୋଇଛି । ବିଶେଷ କରି ମହିଳାମାନଙ୍କ ଜୀବିକାର ବିକାଶ କ୍ଷେତ୍ରରେ ସହଯୋଗ ଯୋଗାଇ ଦେବାକୁ ଭାରତ ଓ ଜାତିସଂଘ ରାଜି ହୋଇଛନ୍ତି । ଏହି ବୈଠକରେ ଭାରତ ଓ ମିଳିତ ଜାତିସଂଘ ଅଫିସ ଡ୍ରଗ୍ସ ଆଣ୍ଡ କ୍ରାଇମ୍ ମିଳିତ ଭାବେ ଡ୍ରଗ୍ସ ·ଲାଣକୁ ରୋକିବା ଓ ଡ୍ରଗ୍ସ ଅଭ୍ୟସ୍ତ ଆଫଗାନ ଲୋକଙ୍କୁ ସେଥିରୁ ମୁକୁଳାଇବା ଦିଗରେ କାମ କରିବାକୁ ସହମତି ପ୍ରକାଶ କରିଛନ୍ତି । ବର୍ତମାନ ଆଫଗାନିସ୍ତାନରେ ଦେଖାଦେଇଥିବା ପରିସ୍ଥିତିକୁ ଦେଖି ମାନବିକତାରେ ଦୃଷ୍ଟିରୁ ଗହମ ରପ୍ତାନୀ କରାଯିବ । ଇରାନର ·ବାହର ପୋର୍ଟ ଦେଇ ଏହି ଗହମ ରପ୍ତାନୀ କରାଯିବ ବୋଲି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ।

Leave a Reply