Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତ କଡ଼ା ଜବାବ ଦେବା ପାଇଁ ପ୍ରସ୍ତୁତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତ କଡ଼ା ଜବାବ ଦେବା ପାଇଁ ପ୍ରସ୍ତୁତ


ଭାରତ ପାଇଁ ବିପଦ ସାଜିଛନ୍ତି ଦୁଇ ପଡ଼ୋଶୀ ରାଷ୍ଟ୍ର ଚୀନ୍ ଓ ପାକିସ୍ତାନ । ଚୀନ୍ ଭାରତର ଅଖଣ୍ଡତା ପ୍ରତି ବିପଦ ବାରମ୍ବାର ସୃଷ୍ଟି କରି ଚାଲିଥିବା ବେଳେ ପାକିସ୍ତାନ ଆତଙ୍କବାଦୀମାନଙ୍କୁ ତାଲିମ ଦେଇ ଭାରତରେ ହିଂସାକାଣ୍ଡ ଭିଆଇବାରେ ଲାଗି ପଡ଼ିଛି । ତେବେ ଆମେରିକାର ଗୁଇନ୍ଦା ସଂସ୍ଥା ଜାରି କରିଥିବା ତାର ବାର୍ଷିକ ରିପୋର୍ଟରେ ଯାହା ଉଲ୍ଲେଖ କରିଛି ତାହା ଚିନ୍ତାର କାରଣ ପାଲଟିଛି । ଆଗକୁ ଭାରତ ଓ ଚୀନ୍ ମଧ୍ୟରେ ତିକ୍ତତା ବୃଦ୍ଧି ସହ ଉଭୟ ରାଷ୍ଟ୍ର ମଧ୍ୟରେ ଯୁଦ୍ଧ ଲାଗିଯିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ଏହି ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି । ଏଲ୍ଏସି ନିକଟରେ ଏବେ ଉଭୟ ଭାରତ ଓ ଚୀନ୍ ସେମାନଙ୍କ ସେନା ସଂଖ୍ୟା ବୃଦ୍ଧି କରିବାରେ ଲାଗି ପଡ଼ିଛନ୍ତି । ଦୁଇ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ପରସ୍ପରକୁ ଟକ୍କର ଦେବା ପାଇଁ କଡ଼ା ପ୍ରସ୍ତୁତି କରୁଥିବା ଦେଖିବାକୁ ମିଳୁଛି ।

Leave a Reply