Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନରେ ଅତି କମରେ ଏକ ଡଜନ ଆତଙ୍କବାଦୀ ସଂଗଠନର ଘର ପାଲଟିଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନରେ ଅତି କମରେ ଏକ ଡଜନ ଆତଙ୍କବାଦୀ ସଂଗଠନର ଘର ପାଲଟିଛି

ୱାଶିଂଟନ : ଆମେରିକା ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଥିବା ରିପବ୍ଲିକାନ ପାର୍ଟି ନେତା ନିକ୍କି ହେଲି ପାକିସ୍ତାନକୁ ଟାର୍ଗେଟ କରିବା ଜାରି ରଖିଛନ୍ତି । ମୂଳ ଭାରତୀୟ ନିକ୍କି ବର୍ତ୍ତମାନ କହିଛନ୍ତି ଯେ ପାକିସ୍ତାନରେ ଅତି କମରେ ଏକ ଡଜନ ଆତଙ୍କବାଦୀ ସଂଗଠନର ଘର ପାଲଟିଛି । ତେଣୁ ଏହା ଆମେରିକାରୁ ଆଦୌ ଆର୍ଥôକ ସହାୟତା ପାଇବା ଉଚିତ ନୁହେଁ । ଏହାପୂର୍ବରୁ ସେ ପାକିସ୍ତାନକୁ ପ୍ରଦାନ କରାଯାଉଥିବା ଆମେରିକା ସହାୟତାକୁ ବିରୋଧ କରିଥିଲେ । ସେ କହିଥିଲେ ଯେ ଗତ ବର୍ଷ ଆମେରିକା ୪୬ ବିଲିୟନ ଆମେରିକୀୟ ଡଲାର ବିଦେଶୀ ସହାୟତା ପାଇଁ ଖର୍ଚ୍ଚ କରିଥିଲା । ଏହି ସହାୟତା ଚାଇନା, ପାକିସ୍ଥାନ ଏବଂ ଇରାକ ଭଳି ଦେଶକୁ ଯାଇଥିଲା । ସେ କହିଛନ୍ତି ଯେ ଆମେରିକୀୟ ଟିକସଦାତାଙ୍କର ଏହି ଟଙ୍କା କୁଆଡେ ଯାଉଛି ଜାଣିବାର ଅଧିକାର ଅଛି । ନିକ୍କିଙ୍କ ଅନୁଯାୟୀ, ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ପାକିସ୍ତାନକୁ ସାମରିକ ସହାୟତା ଆରମ୍ଭ କରିଛନ୍ତି । ଏହି ଦେଶରେ ଅତି କମରେ ଏକ ଡଜନ ଆତଙ୍କବାଦୀ ସଂଗଠନ ଘର କରିଛନ୍ତି ଏବଂ ଏହାର ସରକାର ଚାଇନା ସହିତ ଘନିଷ୍ଠ ସମ୍ପର୍କରେ ଅଛନ୍ତି ।

Leave a Reply