Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସ୍ୱାସ୍ଥ୍ୟ ସେବା କୁ ନେଇ ଆଜି ମଧ୍ୟ ପ୍ରଶ୍ନବାଚୀ -ଖଟିଆରେ ବୁହା ହେଲେ ପ୍ରସୂତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସ୍ୱାସ୍ଥ୍ୟ ସେବା କୁ ନେଇ ଆଜି ମଧ୍ୟ ପ୍ରଶ୍ନବାଚୀ -ଖଟିଆରେ ବୁହା ହେଲେ ପ୍ରସୂତି

ଜୟପାଟଣା: ଜୟପାଟଣା ବ୍ଲକ ର କେତେକ ଦୁର୍ଗମ ଅଞ୍ଚଳରେ ନିୟମିତ ସ୍ୱାସ୍ଥ୍ୟ ସେବା କୁ ନେଇ ଆଜି ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । କେବଳ ସ୍ୱାସ୍ଥ୍ୟ ସେବା ନୁହେଁ, ସମୁଦ୍ର ପତ୍ତନ ୧୫୦୦ ଫୁଟ ଉପରେ ପାହାଡ଼ ମାନଙ୍କର ଦୂର୍ଭେଦ୍ୟ ଶିଖର ମାନଙ୍କରେ ଅବସ୍ଥାନ କରୁଥିବା ନଳା ଚୁଆଁ ଗ୍ରାମବାସୀ ଙ୍କ ପାଇଁ ଗମନା ଗମନ ଆଜିବି ସ୍ୱପ୍ନ ହୋଇ ରହିଛି ।ଦୁଇ ଦିନ ତଳେ ଜଣେ ଗର୍ଭବତୀ ଙ୍କ ପାଇଁ ଗର୍ଭ ଯନ୍ତ୍ରଣା ଜୀବନ ମରଣ ର ଖେଳ ଦେଖେଇ ଥିବା ବେଳେ ଅନେକଙ୍କ ମଧ୍ୟରେ ସମବେଦନା ସୃଷ୍ଟି ହୋଇଥିବା ବେଳେ ଦେବଦୂତ ଭଳି ଡାକ୍ତରୀ ଦଳ ଙ୍କ ଉପସ୍ଥିତି ପ୍ରସୂତି ପାଇଁ ଜୀବନ କବଚ ପାଲଟିଛି ।ସୂଚନା ରୁ ପ୍ରକାଶ ଯେ, ଜୟପାଟଣା ବ୍ଲକ ଅନ୍ତର୍ଗତ ଧନସୁଳୀ ପଞ୍ଚାୟତ ର ପାହାଡ ଉପରେ ଥିବା ଅବହେଳିତ ନଳା ଚୂଆଁ ଗ୍ରାମର ଲଳିତା ଜାନି ଙ୍କ ଗର୍ଭ ବେଦନା ଆରମ୍ଭ ହୋଇ ପୁତ୍ର ସନ୍ତାନ ଟି ଏ ଜନ୍ମ ଦେଇଥିଲେ ।ପରେ ଅବସ୍ଥା ଗୁରୁତର ହେବାରୁ ଧନସୁଲି ସ୍ୱାସ୍ଥ୍ୟ କେନ୍ଦ୍ରକୁ ସୂଚନା ମିଳିବା ପରେ ଡାକ୍ତର ଗୁନିନ୍ଦ୍ର ମହନ୍ତ , ଷ୍ଟାଫ୍ ନର୍ସ କୁସୁମ କୁମାରୀ, ସୁରକ୍ଷା କର୍ମୀ ଭଗବାନ ରାଉତଓ ଆଶା କର୍ମୀ ପାହାଡ଼ ଚଢ଼ି ଦୁର୍ଗମ ନଳା ଚୁଆ ଗ୍ରାମରେ ପହଞ୍ଚି ଥିଲେ ।ପ୍ରସୂତିର ଅବସ୍ଥା ଗୁରୁତର ଥିବା ଦେଖି ଏକ ଖଟିଆ ଯୋଗେ ପ୍ରସୂତି କୁ ନେଇ ଓହ୍ଲାଇ ଥିଲେ । ସେତିକି ବେଳେ ପ୍ରସୂତି ଙ୍କ ଅବସ୍ଥା ଅଧିକ ଗୁରୁତର ହୋଇ ଅଚେତ୍ ଅବସ୍ଥାକୁ ଆସୁଥିବା ବେଳେ ସାଲାଇନ୍ ମଧ୍ୟ ଦିଆଯାଇ ପ୍ରାଣ ରକ୍ଷା କରାଯାଉଥିଲା ।ପରେ ଏକ ୧୦୮ଆମ୍ବୁଲାନ୍ସ ଯୋଗେ ଜୟପାଟଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇ ଭର୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇ ଥିଲା ।ଏଠାରେ କ୍ରମାଗତ ଉଦ୍ୟମ ପରେ ପ୍ରସୂତି ଗର୍ଭରୁ ଅନ୍ୟ ଏକ ମୃତ ଶିଶୁ କନ୍ୟାକୁ ବାହାର କରାଯାଇ ଥିଲା ।ଶିଶୁକୁ ଜନ୍ମ ଦେଲା ପରେ ମା କୋଳରୁ ଛଡେଇ ନେଇ ଅନ୍ୟ ଏକ ଅଜଣା ପ୍ରସବ ପାଇଁ ଅବଚେତନ୍ ଅବସ୍ଥାରେ ଖଟିଆ ରେ ବୁହା ହୋଇ ଯିବା ଘଟଣାକୁ ନେଇ ସମବେଦନାର ସ୍ୱର ଉଠୁଥିବା ବେଳେ ଡ଼ାକ୍ତର ମାନଙ୍କ ଉଦ୍ୟମକୁ ନେଇ ପରସ୍ପରରେ ସେବା ମନୋଭାବ ର ବାସ୍ତବତା କୁ ନେଇ ଆଲୋଚନା ଦେଖିବାକୁ ମିଳିଛି ।

Leave a Reply