Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ନୂଆ ନିୟମ : ଧାରଣା ଦେଲେ ଗଣିବାକୁ ପଡ଼ିବ ୨୦ହଜାର ଜୋରିମାନା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ନୂଆ ନିୟମ : ଧାରଣା ଦେଲେ ଗଣିବାକୁ ପଡ଼ିବ ୨୦ହଜାର ଜୋରିମାନା

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେନେୟୁ) ରେ ଏକ ନୂତନ ନିୟମ ଲାଗୁ କରାଯାଇଛି । ଏହାପରେ ଏଠାରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ନୂତନ ନିୟମ ଅନୁଯାୟୀ, କ୍ୟାମ୍ପସରେ ଧାରଣା ଦେଲେ ଛାତ୍ରମାନଙ୍କୁ ବର୍ତ୍ତମାନଠାରୁ ୨୦,୦୦୦ଟଙ୍କା ଜରିମାନା ଏବଂ ହିଂସା ଘଟାଇଲେ ସେମାନଙ୍କ ଆଡମିଶନ ବାତିଲ ହେବା ସହ ୩୦,୦୦୦ଟଙ୍କା ମଧ୍ୟ ଜରିମାନା ଲଗାଯାଇପାରେ । ୧୦ ପୃଷ୍ଠାର ଜେଏନ୍ୟୁ ଛାତ୍ରମାନଙ୍କ ପାଇଁ ଅନୁଶାସନ ନିୟମ ଏବଂ ସଠିକ୍ ଆଚରଣରେ ବିରୋଧ ପ୍ରଦର୍ଶନ ଏବଂ ଜାଲିଆତି ଭଳି ବିଭିନ୍ନ କାର୍ଯ୍ୟ ପାଇଁ ଦଣ୍ଡବିଧାନ ନିର୍ଦ୍ଧାରିତ କରାଯାଇଛି । ଏଥିସହ ଅନୁଶାସନ ଉଲ୍ଲଂଘନ କଲେ ତଦନ୍ତ ପ୍ରକ୍ରିୟା କରାଯିବ ବୋଲି ଉଲ୍ଲେଖ କରାଯାଇଛି ।

Leave a Reply