Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଅଖଣ୍ଡ ଜ୍ୟୋତିକୁ ସ୍ୱାଗତ,ହତ୍ୟାର ସିବିଆଇ ତଦନ୍ତ ଦାବି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଅଖଣ୍ଡ ଜ୍ୟୋତିକୁ ସ୍ୱାଗତ,ହତ୍ୟାର ସିବିଆଇ ତଦନ୍ତ ଦାବି

ବାରିପଦା: ବାରିପଦା ରାଧାମାଧବ ମନ୍ଦିର ପରିସରରେ ସତ୍ୟ ସନାତନ ପ୍ରଜା ସମିତି ଆନୁକୁଲ୍ୟରେ ୨୭ତମ ସତ୍ୟ ସନାତନ ଧର୍ମ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାସ୍ଥଳରୁ ଆସିଥିବା ଅଖଣ୍ଡ ଜ୍ୟୋତିକୁ ସ୍ୱାଗତ କରାଯାଇଥିଲା । ଏଥିରେ ସତ୍ୟ ସନାତନ ପ୍ରଜା ସମିତି ରାଜ୍ୟ ସଭାପତି ଇଂ. ଦେବାଶିଷ ହୋତା ଯୋଗଦେଇ ଖ୍ରିଷ୍ଟିୟାନ ପାଦ୍ରୀ ଗ୍ରାହମ ଷ୍ଟେନ୍ସଙ୍କ ହତ୍ୟା ଅଭିଯୋଗରେ ଦାରାସିଂ ୨୪ ବର୍ଷ ହେବ ଜେଲରେ ଥିବା ବେଳେ, ଗତ ୨୦୦୮ ମସିହା ଅଗଷ୍ଟ୨୩ ତାରିଖ ଜନ୍ମାଷ୍ଟମୀ ଦିନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ବିଭତ୍ସ ଭାବରେ ହତ୍ୟା କରାଯାଇଥିଲେ ମଧ୍ୟ ମୁଖ୍ୟ ଷଡଯନ୍ତ୍ରକାରୀ ରାଜନୈତିକ ଛତ୍ରଛାୟା ତଳେ ରହି ରହି ଆଜି ଯାଏଁ ଗିରଫ ହୋଇ ନାହାଁନ୍ତି ଏଣୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ କରାଯିବା ନିମନ୍ତେ ଦାବୀ କରିଛନ୍ତି ।ଏହି ସମ୍ମିଳନୀରେ ବକ୍ତା ଭାବରେ ଦିଲ୍ଲେଶ୍ୱରାନନ୍ଦ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱ ହିନ୍ଦୁ ପରିଷଦର ମଠ ମନ୍ଦିର ପ୍ରମୁଖ ହରିହର ପଣ୍ଡା, ଯୋଗେଶ୍ୱର ଦଣ୍ଡପାଟ, ଦିବାକର ତ୍ରିପାଠୀ, ବାଘା ସିଂ, ସୋମନାଥ ଦାଶ, ବିଶ୍ୱଜିତ ରଣା ପ୍ରମୁଖ ଉପସ୍ଥିତ ଥିଲେ । ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଷଡ଼ଯନ୍ତ୍ରକାରୀକୁ ଧରିବା ପାଇଁ ସିବିଆଇ ତଦନ୍ତ କରାଇବା ଦାବିରେ ସମଗ୍ର ରାଜ୍ୟ ପରିଭ୍ରମଣ କରୁଥିବା ଏହି ଅଖଣ୍ଡ ଜ୍ୟୋତିକୁ କେନ୍ଦୁଝର ଠାରେ ସ୍ୱାଗତ କରିଥିଲେ ।

Leave a Reply