Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୯ତମ ଜନ୍ମ ଜୟନ୍ତୀ ସମାରୋହ-୨୦୨୩ ପାଳନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୯ତମ ଜନ୍ମ ଜୟନ୍ତୀ ସମାରୋହ-୨୦୨୩ ପାଳନ


ମୟୁରଭଂଜ,୧୨/୫: ମୟୁରଭଂଜ ଜିଲ୍ଲା କପ୍ତିପଦା ବ୍ଲକ ଅନ୍ତର୍ଗତ ଶରତ ଠାରେ ଗୁରୁ ରାମ୍କେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୯ ତମ ଜନ୍ମ ଜୟନ୍ତୀ ସମାରୋହ ଜଗତ୍ ଜାହିରା ମାଝି ଓ ଧର୍ମଜାଗରଣ ମୟୁରଭଂଜ ଜିଲ୍ଲା ସାନ୍ତାଳ ସମାଜ ପରିଯୋଜନା ପ୍ରମୁଖ ଶ୍ରୀ ଶୈଳେନ୍ଦ୍ର ହେମବ୍ରମଙ୍କ ନେତୃତ୍ୱରେ ପାଳିତ ହୋଇ ଯାଇଛି । ମେ ମାସ ୫ ତାରିଖ ସକାଳେ ଶରତ ଗାଁର ପୂଜକ (ନାଇକେ) ସୁରଜ ଟୁଡୁ ଗୋଷାଣେଙ୍କ ପାଖରେ ପୂଜା ଅର୍ଚ୍ଚନା କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ପଣ୍ଡିତ ରଘୁନାଥ ମୁର୍ମୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଭଗବାନ ପଣ୍ଡା ସାନ୍ତାଳ ସମାଜର ପତାକା ଉତୋଳନ କରି ୩ ଦିନିଆ ଉତ୍ସବକୁ ଉଦ୍ଘାଟନ କରିଥିଲେ । ପଣ୍ଡିତ ରଘୁନାଥ ମୁର୍ମୁ ୧୯୦୫ ମସିହା ମେ ୫ ତାରିଖ ରାଇରଙ୍ଗପୁର ପାଖ ତାଣ୍ଡଦୋଷ ଗାଁରେ ଜନ୍ମ ଗ୍ରହଣ କରିଥିଲେ । ପିଲାବେଳୁ ପାଠ ପଢିବା ସମୟରେ ସାନ୍ତାଳମାନଙ୍କର ଭାଷା ଲିପି କେମିତି ହେବ ଅକ୍ଲାନ୍ତ ଚେଷ୍ଟାକରି ୧୯୨୫ ମସିହାରେ ଲିପି-ଅଲିଚିକି ଉଭାବନ କରିଥିଲେ । ସଂଘକୁ ୧୦୦ ବର୍ଷ ହେବାକୁ ଯାଉଛି, ଅଲିଚିକି ଭାଷାକୁ ମଧ୍ୟ ୧୦୦ ହେବାକୁ ବସିଲାଣୀ । ୨୦୦୩ ଡିସେମ୍ବର ୨୨ରେ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ ଭାଷାକୁ ମାନ୍ୟତା ପ୍ରଦାନ କରିଥିଲେ । ଲିପି, ଭାଷା ମାଧ୍ୟମରେ ପଣ୍ଡିତ ମୁର୍ମୁ ସଂପୂର୍ଣ୍ଣ ଭାରତ ବର୍ଷର ୬୦ ଲକ୍ଷ ସାନ୍ତାଳ ସମାଜକୁ ସଂଗଠିତ କରିପାରିଛନ୍ତି । ଆଦିବାସୀ ପରମ୍ପରା, ସଂସ୍କୃତି, ନୃତ୍ୟ, ଜୀବନଶୈଳିକୁ ସମୃଦ୍ଧ କରିବା ପାଇଁ ତାଙ୍କର ସଂପୂର୍ଣ୍ଣ ଜୀବନ ସମର୍ପି ଦେଇଥିଲେ । ସେହି ମହାପୁରୁଷଙ୍କୁ ସ୍ମରଣକରି ପ୍ରତିବର୍ଷ ଶରତରେ ଭବ୍ୟ କାର୍ଯ୍ୟକ୍ରମ ପାଳନ ହୁଏ । ୫ ତାରିଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ୮୪ ପୀଢ ପରଗନା ପ୍ରିଥ୍ ମାରାଣ୍ଡି, ପିତାମ୍ବର ସାହୁ । ଦ୍ୱିତୀୟ ଦିବସ ୬ ତାରିଖ ସଭାରେ ଯୋଗଦେଇଥିଲେ ପଦ୍ମବତୀ ସିଂହ,ସୌନା ମାରାଣ୍ଡି, କାଳି ଚରଣ ମାଝି । ସମାରୋହର ଅନ୍ତିମ ଦିବସରେ ପଣ୍ଡିତ ମୁର୍ମୁଙ୍କ ନାତି ଚୁନିୟନ ରଘୁ ମୁର୍ମୁ ଯୋଗଦେଇ ସଦ୍ୟ ସମାପ୍ତ ହୋଇଥିବା ପଣ୍ଡିତ ରଘୁନାଥ ମୁର୍ମୁ ରଥଯାତ୍ରାର ବିବରଣୀ ପ୍ରଦାନ କରି କହିଲେ ଯେ,ଯାତ୍ରା ୨୬ ବ୍ଲକର ୫୪୫ ଗାଁ ଭ୍ରମଣ କରିଥିଲା । ୧ଲକ୍ଷ ୧୫ ହଜାର ବ୍ୟକ୍ତି ରଥକୁ ସ୍ୱାଗତ କରିଥିଲେ । ରଥଯାତ୍ରା ଫେବୃଆରୀ ୨ରୁ ବାହାରି ମେ ୫ ରେ ପୈତୃକ ଗାଁ ତାଣ୍ଡଦୋଷରେ ସମାପ୍ତ ହୋଇଥିଲା । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଣ୍ଡଦୋଷରେ ରଥରେ ପୁଷ୍ପମାଲ୍ୟ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ ରଥ ଯାତ୍ରାର ସମାପନରେ ଯୋଗଦେଇଥିଲେ । ଶରତର ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଧର୍ମ ଜାଗରଣ କ୍ଷେତ୍ର ପ୍ରମୁଖ ବିନୟ କୁମାର ଭୂୟାଁ ଦାବୀ ଉପସ୍ଥାପନ କରିଥିଲେ ଯେ ବିଧାନସଭା ଓ ଦିଲ୍ଲୀ ପାର୍ଲ୍ୟାମେଂଟରେ ପଣ୍ଡିତ ମୁର୍ମୁଙ୍କ ପ୍ରତିମୂର୍ତି ସ୍ଥାପନ କରାଯାଉ । ଅଲିଚିକି ଭାଷାକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରାନ୍ତୁ । ସାନ୍ତାଳି ସମାଜ ସପ୍ତାହକୁ ଥରେ ଗାଁ ଗୋଷାଣେଙ୍କ ପାଖରେ ଏକତ୍ରୀତ ହୋଇ ସମାଜକୁ ସଂଗଠିତ ଓ ଶକ୍ତିଶାଳୀ କରନ୍ତୁ । ସଭାରେ ଲକ୍ଷ୍ମଣ ମାରାଣ୍ଡି, ଡ.ରୋହିତ ରାମ ହେମ୍ରମ୍ବ ଆଦି ଅନେକ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ମୁର୍ମୁଙ୍କ ଆଦର୍ଶକୁ ମାନିବା ପାଇଁ ଅନୁରୋଧ କରିଥିଲେ । ୩ ଦିନ ଭିତରେ ୪୨୦ ଗାଁରୁ ୨୨୦୦୦ ବ୍ୟକ୍ତି ଯୋଗ ଦେଇଥିଲେ । ସମସ୍ତଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା । ସମାଜର ସମସ୍ତ ପୁରୁଷ ମହିଳା ମିଶି ନାଚ, ଗୀତ ମାଧ୍ୟମରେ ଏକଜୁଟ ହୋଇ କାର୍ଯ୍ୟକ୍ରମରେ ସହଭାଗୀ ହୋଇଥିଲେ । ଆସନ୍ତା ବର୍ଷ ସଂପୂର୍ଣ୍ଣ ଜିଲ୍ଲାରେ ସବୁ ଗାଁରେ ସପ୍ତାହ ବ୍ୟାପି ସମାରୋହ କରିବା ପାଇଁ ସ୍ଥିର କରାଯାଇଛି ।

Leave a Reply