Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିବିସି ଟିକସ ପ୍ରସଙ୍ଗ ଉଠାଇଥିବା ବ୍ରିଟେନ ମନ୍ତ୍ରୀଙ୍କୁ କଡ଼ା ଜବାବ ଦେଲେ ଏସ୍ ଜୟଶଙ୍କର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିବିସି ଟିକସ ପ୍ରସଙ୍ଗ ଉଠାଇଥିବା ବ୍ରିଟେନ ମନ୍ତ୍ରୀଙ୍କୁ କଡ଼ା ଜବାବ ଦେଲେ ଏସ୍ ଜୟଶଙ୍କର

ନୂଆଦିଲ୍ଲୀ: ବିବିସିର ଟିକସ ଫାଙ୍କି ପ୍ରସଙ୍ଗରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ତାଙ୍କ ବ୍ରିଟେନ ପ୍ରତିପକ୍ଷଙ୍କୁ କଡ଼ା ଜବାବ ଦେଇଛନ୍ତି । ବ୍ରିଟିଶ ବୈଦେଶିକ ମନ୍ତ୍ରୀ ଜେମ୍ସ ଆଜି ଏକ ଦ୍ୱିପାକ୍ଷିକ ବୈଠକରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ବିବିସିରେ ଭାରତ ସରକାରଙ୍କ ପକ୍ଷରୁ କରାଯାଇଥିବା ଟିକସ ଚଢ଼ାଉ ପ୍ରସଙ୍ଗ ଉଠାଇଥିଲେ । ତେବେ, ଜୟଶଙ୍କର ତାଙ୍କ ବ୍ରିଟେନ ପ୍ରତିପକ୍ଷଙ୍କୁ ଦୃଢ଼ ଜବାବ ଦେଇ କହିଥିଲେ ଯେ ଭାରତରେ କାର୍ଯ୍ୟକରୁଥିବା ସମସ୍ତ ସଂସ୍ଥା ଦେଶର ଆଇନକୁ ସମ୍ପୂର୍ଣ୍ଣ ଭାବେ ପାଳନ କରିବା ଆବଶ୍ୟକ ।ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଗତ ସପ୍ତାହରେ ଏକ ସାକ୍ଷାତକାରରେ ବିବିସି ଡକ୍ୟୁମେଣ୍ଟାରିର ସମୟ ଆକସ୍ମିକ ନୁହେଁ ବୋଲି କହିଥିଲେ ଏବଂ ବିଦେଶୀ ଗଣମାଧ୍ୟମରେ ଏହି ଖବରକୁ ନିନ୍ଦା କରିଥିଲେ । ବିଦେଶୀ ସଂସ୍ଥାର ଏଭଳି କାହାଣୀ ପଛର ଉଦେ୍ଦଶ୍ୟ ଥିଲା ଭାରତ ବିରୋଧୀ ଏଜେଣ୍ଡାକୁ ଆଗକୁ ବଢ଼ାଇବା ବୋଲି ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି ।

Leave a Reply