Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆନ୍ଧ୍ରପ୍ରଦେଶ ସରକାରଙ୍କ ହିନ୍ଦୁ କଥା ମନେ ପଡିଲା -ହିନ୍ଦୁଆସ୍ଥାର ରକ୍ଷା ପାଇଁ ନିର୍ମାଣ ହେବ ୩ ହଜାର ମନ୍ଦିର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆନ୍ଧ୍ରପ୍ରଦେଶ ସରକାରଙ୍କ ହିନ୍ଦୁ କଥା ମନେ ପଡିଲା -ହିନ୍ଦୁଆସ୍ଥାର ରକ୍ଷା ପାଇଁ ନିର୍ମାଣ ହେବ ୩ ହଜାର ମନ୍ଦିର

ନୂଆଦିଲ୍ଲୀ: ହିନ୍ଦୁ ଆସ୍ଥା ରକ୍ଷା ପାଇଁ ଆନ୍ଧ୍ରପ୍ରଦେଶ ସରକାର ରାଜ୍ୟରେ ୩ ହଜାର ହିନ୍ଦୁ ମନ୍ଦିର ତିଆରି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ କହିବା ଅନୁଯାୟୀ ସମଗ୍ର ରାଜ୍ୟରେ ମନ୍ଦିର ନିର୍ମାଣ କାମ ଦ୍ରୁତ ଗତିରେ ଚାଲୁଛି । ତୀର୍ଥକୁ ବିକଶିତ କରାଯାଉଛି । ଏଥିପାଇଁ ପ୍ରତି ମନ୍ଦିର ପିଛା ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ କୋଟ୍ଟୁ ସତ୍ୟନାରାୟଣ କହିଛନ୍ତି ଯେ ହିନ୍ଦୁ ଆସ୍ଥାର ସଂରକ୍ଷଣ ଏବଂ ପ୍ରଚାର କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏହି ନିଷ୍ପତ୍ତି ନେଇଛନ୍ତି । ସତ୍ୟନାରାୟଣ କହିଛନ୍ତି ଯେ ‘ହିନ୍ଦୁ ଆସ୍ଥାକୁ ବଡ଼ ସ୍ତରରେ ପ୍ରଚାର କରିବା ପାଇଁ ସରକାର ଦୁର୍ବଳ ବର୍ଗର ଲୋକଙ୍କ ଅଞ୍ଚଳରେ ମନ୍ଦିର ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି । ତିରୁମଲା ତିରୁପତି ଦେବସ୍ଥାନମର ଶ୍ରୀ ବାଣୀ ଟ୍ରଷ୍ଟ ତରଫରୁ ପ୍ରତି ମନ୍ଦିରର ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ପ୍ରଥମେ ରାଜ୍ୟରେ ୧୩୩୦ ମନ୍ଦିର ନିର୍ମାଣ ନିଷ୍ପତ୍ତି ନିଆଯାଇଥିଲା । ଏବେ ଏହି ତାଲିକାରେ ୧୪୬୫ ମନ୍ଦିର ଯୋଡ଼ାଯାଇଛି । ଏହା ବ୍ୟତୀତ କିଛି ବିଧାୟକଙ୍କ ଦାବି ଆଧାରରେ ଅଧିକ ୨୦୦ ମନ୍ଦିର ତିଆରି କରାଯିବ । ମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ପୁରା ରାଜ୍ୟରେ ୯୭୮ ମନ୍ଦିର ତିଆରି ପାଇଁ କାମ ଚାଲିଛି । ସେ କହିଛନ୍ତି ୨୫ ମନ୍ଦିର ନିର୍ମାଣ ପାଇଁ ଜଣେ ଇଞ୍ଜିନିୟରଙ୍କୁ ନିୟୋଜିତ କରାଯାଇଛି । ମନ୍ତ୍ରୀ କହିଛନ୍ତି ଯେ ୨୭୦ କୋଟି ଟଙ୍କାର ବଜେଟ ଆବଣ୍ଟନ ମନ୍ଦିରର ପୁନର୍ନିମାଣ ପାଇଁ ଜାରି କରାଯାଇଛି । ଏତିକି ନୁହେଁ ମନ୍ଦିରରେ ଧାର୍ମିକ କାର୍ଯ୍ୟକ୍ରମ ପାଇଁ ମଧ୍ୟ ୨୩୮ କୋଟି ଟଙ୍କା ଜାରି କରାଯାଇଛି । ଏହାସହ ଧୂପ, ଦୀପ ପାଇଁ ମଧ୍ୟ ୨୮ କୋଟି ଟଙ୍କା ଜାରି କରାଯାଇଛି ।

Leave a Reply