Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭଙ୍ଗା ହେଲା ଗ୍ୟାଙ୍ଗ୍ ଷ୍ଟର ଆତିକ୍ ଅହମଦ ର ସହଯୋଗୀଙ୍କ ଘର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭଙ୍ଗା ହେଲା ଗ୍ୟାଙ୍ଗ୍ ଷ୍ଟର ଆତିକ୍ ଅହମଦ ର ସହଯୋଗୀଙ୍କ ଘର

ପ୍ରୟାଗରାଜ: ଉମେଶ ପାଲ୍ ହତ୍ୟା ମାମଲାର ଅଭିଯୁକ୍ତ କୁଖ୍ୟାତ ଗ୍ୟାଙ୍ଗ୍ ଷ୍ଟର ଆତିକ୍ ଅହମଦ ର ଜଣେ ସହଯୋଗୀଙ୍କ ଘରକୁ ଆଜି ‘ପ୍ରୟାଗରାଜ ଡେଭ୍ଲପ୍ମେଣ୍ଟ୍ ଅଥରିଟି’ ଭାଙ୍ଗିବା ଆରମ୍ଭ କରିଛି । ଆତିକିଂକ ଭାଇ ଅଶରଫ୍ ନାଁ ବି ଏହି ମାମଲାରେ ଥିବା ଜଣାପଡ଼ିଛି । ପ୍ରୟାଗରାଜର କରେଲି ଥାନା ଅନ୍ତର୍ଗତ ଚାକିଆରେ ଅବସ୍ଥିତ ଉକ୍ତ ଘର ଖଲିଦ୍ ଜଫରଙ୍କର ବୋଲି କୁହାଯାଉଛି । ବେଆଇନ ଭାବେ ଏହି ଘର ନିର୍ମାଣ କରାଯାଇଛି ବୋଲି ପୂର୍ବରୁ ନୋଟିସ୍ ଦିଆଯାଇଥିଲା । ଏହି ଘରର ମୂଲ୍ୟ ୨.୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ସୂଚନାଯୋଗ୍ୟ, ଉମେଶ ପାଲ୍ ହେଉଛନ୍ତି ୨୦୦୫ରେ ସଂଗଠିତ ‘ବିଏସ୍ପି’ ବିଧାୟକ ରାଜୁ ପାଲ୍ଙ୍କ ହତ୍ୟାକାଣ୍ଡର ଜଣେ ପ୍ରମୁଖ ସାକ୍ଷୀ । ଫେବ୍ରୁଆରି ୨୪ ତାରିଖ ଦିନ ପ୍ରୟାଗରାଜସ୍ଥିତ ତାଙ୍କ ଘର ବାହାରେ ତାଙ୍କୁ ସର୍ବସମ୍ମୁଖରେ ଗୁଳି ମାରି ହତ୍ୟା କରାଯାଇଥିଲା । ବିଧାୟକ ରାଜୁ ପାଲ୍ଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଜେଲ୍?ରେ ଥିବା ‘ସମାଜବାଦୀ ପାର୍ଟି’ର ପୂର୍ବତନ ସାଂସଦ ଆତିକ୍ ଅହମଦ୍ । ସମ୍ପ୍ରତି ଗୁଜରାଟର ସାବରମତୀ ଜେଲ୍ରେ ଥିବା ଆତିକ୍ ଉମେଶଙ୍କୁ ହତ୍ୟା କରିବା ଲାଗି ଜେଲରେ ଷଡ଼ଯନ୍ତ୍ର କରିଥିଲା ।

Leave a Reply