Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନପଟୁ ଡ୍ରୋନଗୁଡ଼ିକ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଭାରତ ଭିତରକୁ ଆସୁଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନପଟୁ ଡ୍ରୋନଗୁଡ଼ିକ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଭାରତ ଭିତରକୁ ଆସୁଛି

ନୂଆଦିଲ୍ଲୀ :ଭାରତ ଉପରେ ଗୁପ୍ତଚର ଡ୍ରୋନ ଉଡ଼ାଉଛି ପାକିସ୍ତାନ, ପାକିସ୍ତାନପଟୁ ଡ୍ରୋନଗୁଡ଼ିକ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଭାରତ ଭିତରକୁ ଆସୁଛି । ପୁଣି ଭାରତ ଉପରେ ନିଜର ରଖିବାକୁ ପାକିସ୍ତାନ ଚୀନ ନିର୍ମିତ ଡ୍ରୋନ ବ୍ୟବହାର କରୁଛି । ଆହୁରି ଚିନ୍ତାଜନକ ବିଷୟ ହେଉଛି ପଞ୍ଜାବରେ ପୁଣି ଖଲିସ୍ତାନ ଆନେ୍ଦାଳନ ମୁଣ୍ଡ ଟେକୁଥିବାବେଳେ ପାକିସ୍ତାନ ଓ ଚୀନ ସେଥିପାଇଁ ଅସ୍ତ୍ରଶସ୍ତ୍ର ଯୋଗାଉଛନ୍ତି । ଗତ ଡିସେମ୍ବର ୨୫, ୨୦୨୨ରେ ବିଏସଏଫ ପାକିସ୍ତାନରୁ ଆସୁଥିବା ଏଭଳି ଏକ ଡ୍ରୋନକୁ ଧ୍ୱଂସ କରିଥିଲା ଏବଂ ଏହାର ଯୋଜନାକୁ ବିଫଳ କରିଥିଲା । ଯେତେବେଳେ ଏହି ଡ୍ରୋନକୁ ଜବତ କରି ଫରେନସିକ୍ ପରୀକ୍ଷା ପାଇଁ ପଠାଯାଇଥିଲା, ସେତେବେଳେ ଚୀନ ଓ ପାକିସ୍ତାନର ଏକ ବଡ଼ ଷଡ଼ଯନ୍ତ୍ର ପଦାକୁ ଆସିଥିଲା । ୨୦୨୨ ଡିସେମ୍ବର ୨୫ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ୪୫ ମିନିଟରେ ଅମୃତସର ସେକ୍ଟରର ଏଓଆର ବିଓପି ରାଜତାଲରେ ଏକ ପାକିସ୍ତାନୀ କ୍ୱାଡକପ୍ଟର ଡ୍ରୋନ ଭାରତୀୟ ସୀମାରେ ଅନୁପ୍ରବେଶ କରିଥିଲା । ବିଏସଏଫ ଯବାନମାନେ ଡ୍ରୋନ ଉପରକୁ ଗୁଳି ଚଳାଇ ଏହାକୁ ତଳକୁ ଖସାଇ ଦେଇଥିଲେ । ଡ୍ରୋନକୁ ଜବତ କରି ଫରେନସିକ୍ ପରୀକ୍ଷା ପାଇଁ ପଠାଯାଇଥିଲା । ଡ୍ରୋନର ଫରେନସିକ୍ ବିଶ୍ଳେଷଣରୁ ଜଣାପଡିଛି ଯେ ୨୦୨୨ ଜୁନ୍ ୧୧ ରେ ଏହା ଚୀନର ସାଂଘାଇରେ ଉଡ଼ାଣ ଭରିଥିଲା । ଏହାପରେ ୨୪ ସେପ୍େଟମ୍ବର ୨୦୨୨ରୁ ୨୫ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ଏହା ପାକିସ୍ତାନର ପଞ୍ଜାବର ଖାନେୱାଲ ଉପରେ ୨୮ ଥର ଉଡ଼ାଣ ଭରିଥିଲା । ଏଥିରୁ ସ୍ପଷ୍ଟ ହୋଇଯାଉଛି ଯେ ଭାରତ ଉପରେ ବ୍ୟବହାର କରିବାକୁ ଚୀନ ପାକିସ୍ତାନକୁ ଏସବୁ ଡ୍ରୋନ ଯୋଗାଉଛି ।

Leave a Reply