Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଷ୍ଟ୍ରେଲିଆରେ ଖଲିସ୍ତାନୀ ସମର୍ଥକମାନଙ୍କ ଦୌରାତ୍ମ୍ୟ ବଢିଚାଲିଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଷ୍ଟ୍ରେଲିଆରେ ଖଲିସ୍ତାନୀ ସମର୍ଥକମାନଙ୍କ ଦୌରାତ୍ମ୍ୟ ବଢିଚାଲିଛି


ବ୍ରିସବେନ : ଅଷ୍ଟ୍ରେଲିଆରେ ଖଲିସ୍ତାନୀ ସମର୍ଥକମାନଙ୍କ ଦୌରାତ୍ମ୍ୟ ବଢିଚାଲିଛି । ଗତ କିଛି ମାସ ହେଲା ସେଠାରେ ଥିବା ହିନ୍ଦୁ ମନ୍ଦିରଗୁଡ଼ିକ ଉପରେ ଖଲିସ୍ତାନୀମାନେ ଆକ୍ରମଣ କରିବା ପରେ ଏବେ ସେମାନଙ୍କ ସହାସ ଏତେ ବଢିଯାଇଛି ଯେ ସେମାନେ ଭାରତୀୟ କନସୁଲେଟ ( ବାଣିଜ୍ୟ ଦୂତାବାସ) ଉପରେ ବି ଆକ୍ରମଣ କରିବାକୁ ପଛଉ ନାହାନ୍ତି । ଅଷ୍ଟ୍ରେଲିଆର ବ୍ରିସବେନଠାରେ ଥିବା ଭାରତୀୟ କନସୁଲେଟ ଉପରେ ଗତ ଫେବୃଆରୀ ୨୧ ତାରିଖଦିନ ଖଲିସ୍ତାନୀମାନେ ଆକ୍ରମଣ କରି ଭଙ୍ଗାରୁଜା କରିଛନ୍ତି ଓ ଖଲିସ୍ତାନୀ ପତାକା ଲଗାଇଛନ୍ତି । ଭାରତୀୟ କନସୁଲ ଅର୍ଚ୍ଚନା ସିଂ ଅଫିସରେ ପହଂଚିବା ପରେ ଏହି ପତାକାକୁ ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଂଚିବା ପରେ ପତାକାକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ପୁଲିସ ଉପରେ ପୂର୍ଣ୍ଣ ଭରସା ଥିବା ସିଂ କହିଛନ୍ତି । ଗତ ଜାନୁଆରି ମାସ ୧୨ ତାରିଖରେ ମେଲବାର୍ଣ୍ଣଠାରେ ଥିବା ସ୍ୱାମୀନାରାୟଣ ମନ୍ଦିରରେ ଖଲିସ୍ତାନୀ ସମର୍ଥକମାନେ ଭଙ୍ଗାରୁଜ୍ଜା କରିବା ସହ ସ୍ଲାଗାନ ଲେଖିଥିଲେ । ଏହି ଘଟଣାର ସପ୍ତାହକ ପରେ ଭିକ୍ଟୋରିଆ ରାଜ୍ୟର କାରମ ଡନସଠାରେ ଥିବା ଶିବବିଷ୍ଣ ମନ୍ଦିରରେ ଖଲିସ୍ତାନୀ ସମର୍ଥକମାନେ ଭଙ୍ଗାରୁଜା କରିବା ସହ ହିନ୍ଦୁ ବିରୋଧୀ ସ୍ଲୋଗାନ ଲେଖିଥିଲେ । ଏହାଛଡ଼ା ସେମାନେ ଅଷ୍ଟ୍ରେଲିଆରେ ରହୁଥିବା ହିନ୍ଦୁମାନଙ୍କୁ ଆକ୍ରମଣ କରୁଛନ୍ତି । ଏହା ସତ୍ୱେ ପୁଲିସର ନୀରବତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave a Reply