Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନ ପ୍ରଥମେ ନିଜକୁ ତର୍ଜମା କରିବା ଉଚିତ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନ ପ୍ରଥମେ ନିଜକୁ ତର୍ଜମା କରିବା ଉଚିତ୍



ନୂଆଦିଲ୍ଲୀ: ମିଳିତ ଜାତିସଂଘର ସାଧାରଣ ସଭାରେ ୟୁକ୍ରେନ ସଙ୍କଟ ଉପରେ ଏକ ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରାଯାଇଥିବାବେଳେ ପାକିସ୍ତାନ ନିଜର ପୁରୁଣା କାଶ୍ମୀର ରାଗ ଉପରେ ବିଳିବିଳେଇଥିଲା । କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ବିରୋଧରେ ପାକିସ୍ତାନ ମିଥ୍ୟା ଏବଂ ତଥ୍ୟାତ୍ମକ ସ୍ଥିତିର ଭୁଲ୍ ପ୍ରଚାର କରୁଥିବା ଅଭିଯୋଗ ହୋଇଛି । ପୂର୍ବରୁ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ କଡ଼ା ସମାଲୋଚନା କରିଥିଲା ଭାରତ । ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ମିଶନର ପରାମର୍ଶଦାତା ପ୍ରତୀକ ମାଥୁର କହିଥିଲେ ଯେ ପାକିସ୍ତାନ ପ୍ରଥମେ ନିଜକୁ ତର୍ଜମା କରିବା ଉଚିତ୍ । ଆତଙ୍କବାଦୀଙ୍କୁ ନିରାପଦ ଆଶ୍ରୟ ଦେଉଛି ପାକିସ୍ତାନା ଆତଙ୍କବାଦୀଙ୍କୁ ଶରଣ ଦେଇଥିବା ପାକିସ୍ତାନ ଭାରତ ବିଷୟରେ ଚିନ୍ତା ନକରି ବରଂ ନିଜର ପୂର୍ବ ରେକର୍ଡକୁ ଜାଣି ରଖିବା ଉଚିତ୍ । ଅନ୍ୟଥା ମିଥ୍ୟା ତଥ୍ୟ ଓ ଭୁଲ୍ ପ୍ରଚାର କରି ଦୁନିଆ ଆଗରେ ଲୋକହସାର ପାତ୍ର ହେବା ସାର । ଏହା ମିଳିତ ଜାତିସଂଘ ପ୍ଲାଟଫର୍ମର ଅପବ୍ୟବହାର ବୋଲି ଭାରତ ଅଭିଯୋଗ କରିଛି । ଭାରତରୁ ତାଗିଦ ପରେ ମଧ୍ୟ ପାକିସ୍ତାନ ନିଜ ବ୍ୟବହାରରେ ପରିବର୍ତନ ନକରି କାଶ୍ମୀର ପ୍ରସଙ୍ଗରେ ଭାରତ ବିରୁଦ୍ଧରେ ବିଷ ଓଗାଳିଥିଲା ।

Leave a Reply