Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ହିଜାବ ପିନ୍ଧିନଥିବାରୁ ଇରାନରେ ଛୋଟ ଝିଅକୁ ନିସ୍ତୁକ ମାଡ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ହିଜାବ ପିନ୍ଧିନଥିବାରୁ ଇରାନରେ ଛୋଟ ଝିଅକୁ ନିସ୍ତୁକ ମାଡ


ନୂଆଦିଲ୍ଲୀ : ଟ୍ୱଟର ରେ ଜଣେ ୟୁଜର୍ସ ଏକ ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ, ଇରାନରେ ଏକ ଅଭାବନୀୟ କାଣ୍ଡ ଘଟିଛି । ଏକ ଛୋଟ ଝିଅକୁ ନିସ୍ତୁକ ପିଟାଯାଇଛି । ଝିଅଟିର ଦୋଷ କ’ଣ? କାରଣ ହେଉଛି ଛୋଟ ଝିଅଟି ହିଜାବ ପିନ୍ଧିନଥିଲା । ସେଥିପାଇଁ ତାଙ୍କୁ ଆକ୍ରୋଶର ଶିକାର ହେବାକୁ ପଡିଛି । ଦର୍ବୃତ ତାଙ୍କୁ ଏଭଳି ମାଡ ମାରିଛନ୍ତି ଯେ ନାକରୁ ପାଟିରୁ ରକ୍ତ ଝରୁଛି । ଝିଅଟିକୁ କେହି ଜଣେ ଚୁପ୍ କରାଉଥିବା ଭିଡିଓରେ ଦେଖିବାକୁ ମିଳିଛି । ଇରାନର ସର୍ବଜାନକ ସ୍ଥାନରେ ହିଜାବ ପନ୍ଧିବା ପାଇଁ ମହିଳାଙ୍କୁ ତଥାକଥିତ ଭାବେ ଚେତାବନୀ ଦିଆଯାଇଛି । ସୂଚନାଯୋଗ୍ୟ, ଇରାନରେ ଗତ କିଛି ମାସ ଧରି ଅଶାନ୍ତି ଲାଗି ରହିଛି । ଗତ ସପ୍ତାହରେ ସେଠାରେ ବିରୋଧ ପ୍ରଦର୍ଶନ ଜାରି ରହିଥିଲା । ପ୍ରଦର୍ଶନ ଭିଡିଓ ଫେବୃଆରୀ ୨୪ ତାରିଖ ଦିନ ସାମ୍ନାକୁ ଆସିଥିଲା । ବିରୋଧ ପ୍ରଦର୍ଶନ ଅଭିଯୋଗରେ ଦୁଇ ଜଣଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଯାଇଥିଲା । ହିଜାବ ପିନ୍ଧିବା ଏକ ବ୍ୟକ୍ତି ମାମଲା । ଜଣେ ଚାହାଁଲେ ଏହାକୁ ପିନ୍ଧିପାରିବ ଏବଂ ନ ଚାହିଁଲେ କେହି ତାଙ୍କୁ ବାଧ୍ୟ କରିପାରିବେ ନାହିଁ ।

Leave a Reply