Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ହନିଟ୍ରାପରେ ପଡ଼ି ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଆଇଟିଆର ଅଧିକାରୀ ଗିରଫ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ହନିଟ୍ରାପରେ ପଡ଼ି ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଆଇଟିଆର ଅଧିକାରୀ ଗିରଫ



ବାଲେଶ୍ୱର: ପ୍ରତିରକ୍ଷା ତଥ୍ୟ ପୁଣି ଥରେ ପ୍ରଘଟ ହୋଇଛି । ହନିଟ୍ରାପ୍ର ଶିକାର ହୋଇ ପାକିସ୍ତାନକୁ ଗୁପ୍ତ ତଥ୍ୟ ଯୋଗାଇବା ଅଭିଯୋଗରେ ବାଲେଶ୍ୱର ପୁଲିସ ଜଣଙ୍କୁ ଗିରଫ କରିଥିବା ଶୁକ୍ରବାର ସୂଚନା ଦେଇଛି । ଆଇଟିଆର ତଥ୍ୟ ଲିକ୍ ଅଭିଯୋଗରେ ବାଲେଶ୍ୱର ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ଆଇଟିଆରରବରିଷ୍ଠ ଅଧିକାରୀ ବୋଲି ସୂଚନା ମିଳିଛି । ଡିଆଡିଓ ତଥ୍ୟ ଲିକ୍ ପ୍ରସଙ୍ଗରେ ବାଲେଶ୍ୱର ପୁଲିସ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛି । ଗଣମାଧ୍ୟମର ପ୍ରତିନିଧିଙ୍କୁ ଆଇଜି ହିମାଂଶୁ ଲାଲ ଓବାଲେଶ୍ୱର ଏସ୍ପିସାଗରିକା ନାଥ କହିଛନ୍ତି, ଯାହାକୁ ଗିରଫକରାଯାଇଛି ତା’ପାଖରେ ତଥ୍ୟ ରହିଛି ।ବାଲେଶ୍ୱର ପୁଲିସ ଏବଂ ସେଣ୍ଟରାଲଏଜେନ୍ସିର ମିଳିତ ଭାବେ ତଦନ୍ତ କରିଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତଜଣକ ଦୀର୍ଘ ୧ ବର୍ଷ ପର୍ଯ୍ୟନ୍ତ ଭାରତର ପ୍ରତିରକ୍ଷା ସଂପର୍କିତ ତଥ୍ୟ ପାକିସ୍ତାନକୁ ଯୋଗାଇଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡିଛି ମୋବାଇଲ୍ ମାଧ୍ୟମରେ ସେ ରାଓଲପିଣ୍ଡିରେ ଥିବା ବ୍ୟକ୍ତିଙ୍କୁ ତଥ୍ୟ ଲିକ୍ କରିଥିଲା । ହ୍ୱାଟ୍ସଅପ ମାଧ୍ୟମରେ ମେସେଜ୍, ଫଟୋ ଓ ଭିଡିଓ ଦେଉଥିଲା । ଏହି ଘଟଣାର ନିରପେକ୍ଷ ତଦନ୍ତ ଚାଲିଛି । ଆଗକୁ ପଚରାଉଚରା ଚାଲିବ, ତଥ୍ୟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ଘଟଣାରେ ଆଉ କେତେକଙ୍କ ସଂପୃକ୍ତି ଥିବା ମଧ୍ୟ ପୋଲିସ ସନେ୍ଦହ କରୁଛି । ପୂର୍ବରୁ ମଧ୍ୟ ଓଡ଼ିଶା ରେ ହନିଟ୍ରାପ୍ର ନଜିର ରହିଛି । ହନିଟ୍ରାପ୍ର ଶିକାର ହୋଇ ଅନେକ ଗିରଫ ହୋଇଛନ୍ତି । ସେହି ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ବି ପୂର୍ବରୁ ଅନେକଙ୍କୁ ଗିରଫ କରାଯାଇଛି । ୨୦୨୧ରେ ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଂଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ, ଓଞଜରୁ ତଥ୍ୟ ଲିକ୍ ଅଭିଯୋଗକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା । ପାକିସ୍ତାନ ଓଝଓକୁ କେଇଟା ଟଙ୍କା ପାଇଁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ପୋଲିସ୍ ୪ ଜଣଙ୍କୁ ଗିରଫ କରିଥିଲା । ଏହି ୪ ଅଭିଯୁକ୍ତ ଓଞଜର ୩ ନମ୍ବର ଲଂଚ ପ୍ୟାଡରେ କାମ କରୁଥିଲେ । ଯେଉଁମାନେ ବିଦେଶୀ ସଂସ୍ଥା ଏବଂ ପାକିସ୍ତାନୀ ଏଜେଟଂଙ୍କ ସହ ଫୋନ୍ କଲ ମାଧ୍ୟମରେ ଲିଙ୍କରେ ରହି ତଥ୍ୟ ପ୍ରଘଟ କରିଥିବା ଆଶଙ୍କା କରାଯାଇଥିଲା ।

Leave a Reply