Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ତୁର୍କୀ-ସିରିଆ ପରେ ଏବେ ତାଜିକିସ୍ତାନର ସହାୟତା କରିବ ଭାରତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ତୁର୍କୀ-ସିରିଆ ପରେ ଏବେ ତାଜିକିସ୍ତାନର ସହାୟତା କରିବ ଭାରତ

ନୂଆଦିଲ୍ଲୀ: ତୁର୍କୀ-ସିରିଆ ପରେ ଏବେ ଭାରତ ତାକିକିସ୍ତାନକୁ ଭୂକମ୍ପ ପରିସ୍ଥିତିର ମୁକାବିଲା କରିବାରେ ସହାୟତା କରିବ । ଗୁରୁବାର ତାଜିକିସ୍ତାନରେ ହୋଇଥିବା ଭୂକମ୍ପ ପରେ ଭାରତ ପରିସ୍ଥିତି ଉପରେ ନଜର ରଖିଛି । ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଜିକିସ୍ତାନରେ ହୋଇଥିବା ଭୂକମ୍ପର ସ୍ଥିତି ସମୀକ୍ଷା କରିବା ସହ ଏହାର ପ୍ରଭାବିତ ଅଞ୍ଚଳଗୁଡ଼ିକ ଉପରେ ନଜର ରଖିଛନ୍ତି । ସୂଚନା ଅନୁଯାୟୀ, ଭାରତୀୟ ଅଧିକାରୀମାନେ ତାଜିକିସ୍ତାନର ଅଧିକାରୀଙ୍କ ସହ ଯୋଗାଯୋଗରେ ରହିବା ସହ ଭାରତ ସରକାର ଆବଶ୍ୟକୀୟ ସହାୟତା ଯୋଗାଇବା ପାଇଁ ଆଲୋଚନା କରିଛନ୍ତି । ସୂଚନାଯୋଗ୍ୟ, ସ୍ଥାନୀୟ ସମୟାନୁସାରେ ସକାଳ ୫ଟା ୩୭ରେ ତାଜିକିସ୍ତାନରେ ୬.୮ ତୀବ୍ରତାରେ ଭୂକମ୍ପ ଅନୁଭୂତ ହୋଇଥିଲା ।

Leave a Reply