Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନର ଆର୍ଥିକ ଦୂରାବସ୍ଥା ନେଇ ମୁହଁ ଖୋଲିଲା ଭାରତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନର ଆର୍ଥିକ ଦୂରାବସ୍ଥା ନେଇ ମୁହଁ ଖୋଲିଲା ଭାରତ

ନୂଆଦିଲ୍ଲୀ : ପାକିସ୍ତାନର ଆର୍ଥôକ ଦୂରାବସ୍ଥା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର । ସେ କହିଛନ୍ତି ଯେ ପାକିସ୍ତାନର ଭବିଷ୍ୟତ ତାର ନିଜର କାର୍ଯ୍ୟ ଓ ପସନ୍ଦ ନିର୍ଦ୍ଧାରିତ । ଏଣୁ ଉପୁଜିଥିବା ପରିସ୍ଥିତିରୁ ପାକିସ୍ତାନ କିପରି ନିଜକୁ ବାହାର କରିବ ଏହା ଏବେ ତା ଉପରେ ନିର୍ଭର କରୁଛି । ତେବେ ଭାରତ ପକ୍ଷରୁ ଶ୍ରୀଲଙ୍କାକୁ ଦିଆଯାଇଥିବା ସହାୟତା ନେଇ ପ୍ରଶ୍ନ କରାଯିବାରୁ ଭାରତ ଓ ଶ୍ରୀଲଙ୍କା ସମ୍ପର୍କ ଭିନ୍ନ ବୋଲି କହିଛନ୍ତି ବିଦେଶ ମନ୍ତ୍ରୀ । ଦ୍ରୁତ ହ୍ରାସ ହେଉଥିବା ବିଦେଶୀ ମୁଦ୍ରାଭଣ୍ଡାର, ଉଚ୍ଚ ମୁଦ୍ରାସ୍ପିତି ହାର ଓ ପାକିସ୍ତାନୀ ମୁଦ୍ରାର ତୀବ୍ର ମୂଲ୍ୟ ହ୍ରାସ ପାକିସ୍ତାନର ଆର୍ଥôକ ଅବସ୍ଥାକୁ ଗୁରୁତର କରିଛି । ଏଥିରୁ ମୁକୁଳିବା ଲାଗି ପାକିସ୍ତାନ ଆଇଏମଏଫଙ୍କ ଠାରୁ ବେଲଆଉଟ୍ ପ୍ୟାକେଜ୍ ପାଇବା ପାଇଁ ଦେଶରେ ଉଚ୍ଚ ଶୁଳ୍କ ହାର ଲଗାଇବାକୁ ମଧ୍ୟ ଏବେ ପ୍ରସ୍ତୁତ । ଏଥିରେ ଏସ୍. ଜୟଶଙ୍କର କହିଛନ୍ତି ଯେ କେହି ଅଚାନକ ଓ ଆକାରଣରେ କୌଣସି କଠିନ ପରିସ୍ଥିତିର ସମ୍ମୁଖୀନ ହୁଏନି । ତେବେ ପାକିସ୍ତାନ ସହିତ ଆଜି ଆମର ଏପରି କୌଣସି ସମ୍ପର୍କ ନାହିଁ ଯାହା ଦ୍ୱାରା ଆମେ ସିଧାଶଳଖ ସେହି ପ୍ରକ୍ରିୟା (ସହାୟତା)ରେ ସାମିଲ ହୋଇପାରିବୁ । ଏଣୁ ଏଥିରୁ ବାହାରିବା ପାଇଁ ରାସ୍ତା ଖୋଜିବା ଆମ ପଡୋଶୀ ଦେଶର କର୍ତ୍ତବ୍ୟ ବୋଲି କହିଛନ୍ତି । ତେବେ ମୁଁ ଯେଉଁ ପର୍ଯ୍ୟନ୍ତ ଅନୁଭବ କରୁଛି ପାକିସ୍ତାନର ଭବିଷ୍ୟତ ତାର କାର୍ଯ୍ୟ ଓ ପସନ୍ଦ ଉପରେ ନିର୍ଦ୍ଧାରିତ । ତେବେ ଭାରତ ସହ ଶ୍ରୀଲଙ୍କା ଓ ପାକିସ୍ତାନର ସମ୍ପର୍କ ସମ୍ପୂର୍ଣ୍ଣ ପୃଥକ ବୋଲି କହିଛନ୍ତି । ଶ୍ରୀଲଙ୍କା ଓ ପାକିସ୍ତାନ ପ୍ରତି ଭାରତୀୟ ଲୋକଙ୍କ ଭାବନାକୁ ଜୟଶଙ୍କର ଉଲ୍ଲେଖ କରିଛନ୍ତି । ଶ୍ରୀଲଙ୍କା ଲାଗି ଏବେବି ଭାରତୀୟଙ୍କ ସହାନୁଭୂତି ରହିଛି । ହେଲେ ପାକିସ୍ତାନର ଆତଙ୍କବାଦ କାର୍ଯ୍ୟକଳାପ ଦ୍ୱିପାକ୍ଷିୟ ସମ୍ପର୍କକୁ ଗୁରୁତର ପ୍ରଭାବିତ କରିଛି । ତେବେ ସଂକଟ ଜନକ ପରିସ୍ଥିତିରେ ନିଜ ପଡୋଶୀର ସହାୟତା ଲାଗି ଭାରତ ସର୍ବଦା ପ୍ରସ୍ତୁତ ବୋଲି ଜୟଶଙ୍କର କହିଛନ୍ତି । ଭାରତ ଗତବର୍ଷ ଗୁରୁତର ଆର୍ଥôକ ସଂକଟଗ୍ରସ୍ତ ଶ୍ରୀଲଙ୍କାକୁ ୪.୫ ବିଲିୟନ ଡଲାରର ନଗଦ ସହାୟତା କରିଥିଲା । ଏହା ବାଦେ ତୈଳ ଓ ଖାଦ୍ୟ ଶଶ୍ୟ ବାବଦେ ସହାୟତା ମଧ୍ୟ କରିଛି । ଏହା ଛଡା ଆଇଏମଏଫରେ ଶ୍ରୀଲଙ୍କାର ଋଣ ପୁନର୍ଗଠନ ଲାଗି ଗତମାସରେ ଭାରତ ଲେଟର ଅଫ ସପୋର୍ଟ ମଧ୍ୟ ଦେଇଛି । ଶ୍ରୀଲଙ୍କା ଲାଗି ଆଇଏମଏଫକୁ ଲେଟର ଅଫ ସପୋର୍ଟ ଦେବାରେ ଭାରତ ବିଶ୍ୱର ପ୍ରଥମ ରାଷ୍ଟ୍ର । ପାକିସ୍ତାନ ଏବେ ଋଣ ଜାଲରେ ଫଶି ଯାଇଛି । ଫଳରେ ସରକାରୀ ରାଜକୋଷ ଖାଲି ହୋଇଯାଇଥିବା ବେଳେ ପାକିସ୍ତାନୀ ବିଦେଶ ମୁଦ୍ରାଭଣ୍ଡାରରେ ମାତ୍ର ୩ ବିଲିୟନ ଡଲାର ରହିଛି । ଏହି ରାଶି ଅତି ବେଶିରେ ୧୫ ଦିନର ଆମଦାନୀ ଚଳାଇ ପାରିବ । ଆଇଏମଏଫଙ୍କ ରିପୋର୍ଟ ଅନୁସାରେ ପାକିସ୍ତାନ ଉପରେ ମୋଟ ୧୨୬ ବିଲିୟନ ଡଲାରର ଋଣ ରହିଛି

Leave a Reply