Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆମେରିକା ରାଷ୍ଟ୍ରପତି ଦୌଡରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆମେରିକା ରାଷ୍ଟ୍ରପତି ଦୌଡରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ର୍ନିବାଚନ ୨୦୨୪ ଦୌଡରେ ନିଜକୁ ସାମିଲ କରାଇଛନ୍ତି ଭାରତୀୟ ବଂଶୋଦ୍ଭବ ବିବେକ ରାମାସ୍ୱାମୀ । ନିକ୍କି ହେଲିଙ୍କ ପରେ ରାମାସ୍୍ୱାମୀ ରିପବ୍ଲିକାନ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ଦୌଡରେ ସାମିଲ ହେବାରେ ଦ୍ୱିତୀୟ ଭାରତୀୟ ବଂଶୋଦ୍ଭବ ହୋଇଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଆମେରିକା ଲୋକଙ୍କ ମଧ୍ୟରେ ଯୋଗ୍ୟତା ଫେରାଇ ଆଣିବା ଏବଂ ଚୀନ ଉପରେ ର୍ନିଭରତାକୁ ଶେଷ କରିବା ପ୍ରତିଶ୍ରୁତି ସହ ସେ ୨୦୨୪ ର୍ନିବାଚନରେ ଛିଡା ହେବେ । ରିପବ୍ଲିକାନ ପାର୍ଟି ପକ୍ଷରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟରେ ଏହି ଦୌଡରେ ଅଛନ୍ତି । ବିଲେନିୟର ବ୍ୟବସାୟୀ ବିବେକ ରାମାସ୍୍ୱାମୀ (୩୭)ଙ୍କ ପରିବାର ହେଉଛି କେରଳର ମୂଳ ବାସିନ୍ଦା । ପରେ ପୂରା ପରିବାର ଆମେରିକା ·ଲି ଯାଇଥିଲା । ଆମେରିକାର ଫୋକ୍ସ ନ୍ୟୁଜର ପ୍ରାଇମ ଟାଇମ୍ ସୋରେ ଏକ ସକ୍ଷାତକାର ସମୟରେ ରାମାସ୍ୱାମୀ ଏହି ଘୋଷଣା କରିଛନ୍ତି । ବିଲେନିୟର ବିବେକ ରାମାସ୍୍ୱାମୀ ୨୦୧୪ରେ ରୋଇଭେଣ୍ଟ ସାଇନସେସର ପ୍ରତିଷ୍ଠା କରିଥିଲେ ଏବଂ ୨୦୧୫ ଏବଂ ୨୦୧୬ରେ ସବୁଠୁ ବଡ଼ ବାୟୋଟେକ୍ ଆଇପିଓର ନେତୃତ୍ୱ ନେଇଥିଲେ । ଏହାସହ ସେ ଅନେକ ସଫଳ ସ୍୍ୱାସ୍ଥ୍ୟ ସେବା ଏବଂ ଉଦ୍ୟୋଗ କମ୍ପାନି ପ୍ରତିଷ୍ଠା କରିଛନ୍ତି । ୨୦୨୨ ମସିହାରେ ରାଜନୀତି ଉପରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ନାଗରିକଙ୍କ ସ୍ୱରକୁ ବଳ ଦେବା ଉଦେ୍ଦଶ୍ୟରେ ଏକ ନୂଆ ଫାର୍ମ ଷ୍ଟ୍ରାଇଭ ଆସେଟ୍ ମ୍ୟାନେଜମେଣ୍ଟ ଆରମ୍ଭ କରିଥିଲେ । ହାବର୍ଡ ଏବଂ ୟେଲେ ବିଶ୍ୱବିଦ୍ୟାଳୟରୁ ପଢିଥିବା ବିବେକ ରାମାସ୍ୱାମୀଙ୍କ ମୋଟ ସମ୍ପତ୍ତି ୫୦୦ ମିଲିୟନ ଡାଲର ଉପରେ ରହିଛି । ରାମାସ୍୍ୱାମୀ ଫୋକ୍ସ ନ୍ୟୁଜକୁ କହିଛନ୍ତି, “ଆମେରିକାକୁ ଚୀନ ପରି ବାହାର ବିପଦର ସାମନା କରିବାକୁ ପଡୁଛି । ଏହା ଆମର ଶୀର୍ଷ ବିଦେଶ ନୀତି ପାଇଁ ବିପଦ ପାଲଟିଛି, ଯାହାର ଜବାବ ଆମକୁ ଦେବାକୁ ପଡିବ । ଏଥିପାଇଁ କିଛି ବଳିଦାନର ଆବଶ୍ୟକତା ପଡିବ, କିଛି ଅସବୁଧା ମଧ୍ୟ ହେବ’ । ସାକ୍ଷତକାରରେ ରାମାସ୍୍ୱାମୀ କହିଛନ୍ତି, “ଆମେ ବର୍ତ୍ତମାନ ରାଷ୍ଟ୍ରୀୟ ପରିଚୟ ସଂକଟର ସାମନା କରୁଛି । ଦେଶରେ ସେହି ପୁରୁଣା ଆଦର୍ଶକୁ ପର୍ନଃଜୀବିତ କରାଇବା ପାଆଇଁ ଆମେରିକା ରାଷ୍ଟ୍ରପତି ଦୌଡରେ ସାମିଲ ହେଉଛି’ ।

Leave a Reply