Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତ ବିକାଶ ପରିଷଦ-ସହିଦ ବାଜି ରାଉତ ଶାଖା ଢେଙ୍କାନାଳ ବାର୍ଷିକ ସାଧାରଣ ପରିଷଦ ବୈଠକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତ ବିକାଶ ପରିଷଦ-ସହିଦ ବାଜି ରାଉତ ଶାଖା ଢେଙ୍କାନାଳ ବାର୍ଷିକ ସାଧାରଣ ପରିଷଦ ବୈଠକ

ଢେଙ୍କାନାଳ : ଭାରତ ବିକାଶ ପରିଷଦ, ସହିଦ ବାଜି ରାଉତ ଶାଖା, ଢେଙ୍କାନାଳ ର ବାର୍ଷିକ ସାଧାରଣ ପରିଷଦ ବୈଠକ ଏବଂ ବର୍ଷ ୨୦୨୩-୨୪ ପାଇଁ ସଂଗଠନ ର ନୂତନ ପଦାଧିକାରୀ ମନୋନୟନ ହେଇଯାଇଛି । ବୈଠକରେ ମୁଖ୍ୟ ଅତିଥି ତଥା ପର୍ଯ୍ୟବେକ୍ଷକ ଭାବେ ପୂର୍ବତନ ପ୍ରାନ୍ତ ସଭାପତି,ସାଧାରଣ ସମ୍ପାଦକ ତଥା ଭୁବନେଶ୍ୱର ଉକ୍ଷର ଶାଖା ର ବରିଷ୍ଠ କାର୍ଯ୍ୟକର୍ତା ଶ୍ରୀ ଜଗତ ମୋହନ ପଟନାୟକ ଯୋଗଦେଇ ଭାରତ ମାତା, ସ୍ୱାମୀ ବିବେକାନନ୍ଦ ଓ ସହିଦ ବାଜି ରାଉତଙ୍କୁ ପୁଷ୍ପ ଅର୍ପଣ ପୁର୍ବକ ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ଶାଖା ସଭାପତି ଇଂ ବାବୁଚାନ୍ଦ ମହାଳିକ ସଭାପତିତ୍ୱ କରିଥିଲେ । ସମ୍ପାଦକ ଡ଼ ସମୀର ସାହୁ ବାର୍ଷିକ ବିବରଣୀ ପାଠ ଓ ରାଜୀବ ମାହୁନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ସଭାକାର୍ଯ୍ୟ ଶ୍ରୀମତୀ ଉଷାରାଣୀ ଦାସ ସଂଯୋଜନା କରିଥିଲେ । ସମ୍ମାନିତ ଅତିଥି ଭାବେ ଝଗ୍ଧ ଙ୍ଘବଙ୍ଖସରକ୍ସ ସ୍କୁଲର ଅଧ୍ୟକ୍ଷ ଶ୍ରୀ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଊଓଋଞ ଅଧ୍ୟାପକ ଅରକ୍ଷିତ ପରିଡ଼ା ଯୋଗ ଦେଇଥିଲେ । ଭାରତ ବିକାଶ ପରିଷଦ ତରଫରୁ ଆୟୋଜିତ କୁଇଜ ପ୍ରତିଯୋଗିତାରେ ଝଗ୍ଧ ଢବଙ୍ଖସରକ୍ସ ସ୍କୁଲ, ସର୍ବ ଭାରତୀୟ ସ୍ତର ପର୍ଯ୍ୟନ୍ତ ଉତୀର୍ଣ୍ଣ ହୋଇ ବାଜି ରାଉତ ଶାଖାକୁ ସର୍ବ ଭାରତୀୟ ସ୍ତରରେ ପରିଚୟ ଦେଇଥିବାରୁ ଦୁଇ ଛାତ୍ର ଅଭିଷେକ ମହାନ୍ତି ଓ ଶିଳାଦିତ୍ୟ ପତି ଙ୍କୁ ପୁରସ୍କୃତ, ସେମାନଙ୍କ ମାତାଙ୍କୁ ସମ୍ବର୍ଦ୍ଧିତ ଓ ପ୍ରିନ୍ସିପାଲଙ୍କୁ ମାନପତ୍ର, ଉପଢୌକନ ସହ ସମ୍ମାନିତ କରାହୋଇଥିଲା । ପରେ ପରେ ନୂତନ ବର୍ଷ ପାଇଁ ସଭାପତି ଭାବେ ଇଂ ବାବୁଚାନ୍ଦ ମହାଳିକ, ସମ୍ପାଦକ ଭାବେ ଶ୍ରୀମତୀ ଉଷା ରାଣୀ ଦାସ ଓ କୋଷାଧ୍ୟକ୍ଷ ଭାବେ ଶ୍ରୀମାନ ରାଜୀବ ମାହୁନ୍ତ ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । ଶ୍ରୀ ହରେକୃଷ୍ଣ କର ଓ ଡ଼ ସମୀର ସାହୁ ଙ୍କୁ ଶାଖା ର ପୃଷ୍ଠପୋଷକ (ଚବଗ୍ଧକ୍ସକ୍ଟଦ୍ଭ) ଭାବେ ମନୋନୀତ କରାଗଲା । ସମ୍ପର୍କ ସଚିବ (ଉପସଭାପତି) ନବଦ୍ୱୀପ ନାୟକ, ସଂଗଠନ ସଚିବ ଅନୀଲ କୁମାର ରାଉତ, ସଂସ୍କାର ସଚିବ ରାମନାଥ ପାତ୍ର, ସେବା ସଚିବ ବ୍ରଜକିଶୋର ମହାନ୍ତି, ମହିଳା ସହଭାଗିତା ସଚିବ ମୋନାଲିସା ମାହୁନ୍ତ, ସମୂହ ଗାନ ପ୍ରତିଯୋଗିତା ଓ ଭାରତ କୋ ଜାନୋ କାର୍ଯ୍ୟକ୍ରମ ଆବାହିକା ସବିତା ଧୀର , ସହ ସଂଗଠନ ସଚିବ ଭାବେ ସୁଶ୍ରୀ ସ୍ୱାତୀ ନନ୍ଦଙ୍କୁ ମନୋନୟନ କରାଗଲା । ଅନ୍ୟ ମାନଙ୍କ ମଧ୍ୟରେ ସଂଗଠନ ର ସମସ୍ତ ବରିଷ୍ଠ ସଦସ୍ୟ ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ରାଷ୍ଟ୍ର ଗୀତ ବନେ୍ଦ ମାତରମ ଓ ଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇ ସଭା ଶେଷ ହୋଇଥିଲା ।

Leave a Reply