Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଦୁନିଆାର ସବୁଠୁ ଶକ୍ତିଶାଳୀ ଟ୍ୟାଙ୍କ୍ ଆର୍ମଟା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦୁନିଆାର ସବୁଠୁ ଶକ୍ତିଶାଳୀ ଟ୍ୟାଙ୍କ୍ ଆର୍ମଟା

ଆର୍ମଟା ଋଷର ଟି-୧୪ ଭାରି ଟ୍ୟାଙ୍କ୍ ଏବଂ ଟି-୧୫ ଆର୍ମର୍ଡ ଇନଫ୍ୟାଣ୍ଟ୍ରି ଲଢ଼ୁଆ ବିମାନ ପାଇଁ ଏକ ଆଧାର ଭାବରେ କାମ କରିଥାଏ । ଟି-୧୪ ଆର୍ମଟା ଟ୍ୟାଙ୍କକୁ ଋଷ କମ୍ପାନୀ ଉରଲବଗୋନଜାୱାଡ ପ୍ରସ୍ତୁତ କରିଛି । ଏହା ଋଷ ଏପର୍ଯ୍ୟନ୍ତର ସବୁଠୁ ଅତ୍ୟାଧୁନିକ ଏବଂ ଶକ୍ତିଶାଳୀ ଟ୍ୟାଙ୍କ । ପ୍ରଥମ ଥର ୨୦୧୫ ରେ ମସ୍କୋ ସାର୍ବଜନିକ ହୋଇଥିଲା । ଆର୍ମଟାର ସବୁଠୁ ବଡ଼ ବିଶେଷତ୍ୱ ହେଉଛି ଏହାର ମୁଖ୍ୟ ବନ୍ଧୁକ । ଟି୧୪ ଆର୍ମଟାରେ ସ୍ୱୟଂଚାଳିତ ଲୋଡର ସହ ୧୨୫ ଏମଏମର ୨ଏ୮୨-୧ଏମ ସ୍ମୁଥବୋର କ୍ୟାନନ୍ ଲଗାଯାଇଛି । ଏଥିରେ ୩୨ ରାଉଣ୍ଡ ଗୁଳି ପ୍ରସ୍ତୁତ ଅବସ୍ଥାରେ ରଖାଯାଇପାରିବ ।

ଲେଜର ମିଶାଇଲରୁ ମଧ୍ୟ କରିପାରିବ ଆକ୍ରମଣ : ଟି-୧୪ ଆର୍ମଟାର ୭ ରୁ ୧୨ କିମି ରେଞ୍ଜ୍ର ମୁଖ୍ୟ ବନ୍ଧୁକ ରହିଛି । ଯାହା ଏକ ନୂଆ ଲେଜର ଆଧାରିତ ମିସାଇଲ ମଧ୍ୟ କ୍ଷେପଣ କରିପାରିବ । ଏହି ଟ୍ୟାଙ୍କ ଶତ୍ରୁର ୧୫୨ ଏମଏମ ଟ୍ୟାଙ୍କ୍ର ଗୁଳିକୁ ମଧ୍ୟ ସହ୍ୟ କରିପାରିବ । ଦୁନିଆର ଅନ୍ୟ କୌଣସି ଟ୍ୟାଙ୍କ ଟି-୧୪ ଆର୍ମଟା ଭଳି ସୁରକ୍ଷିତ ନୁହେଁ । ଏହି ଟ୍ୟାଙ୍କରେ ଆମେରିକାର ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ୍ ଆବ୍ରାମ୍ସ ଟ୍ୟାଙ୍କ୍ ତୁଳନାରେ ଦୁଇଗୁଣା ମୋଟା କବଚ ଲାଗିଛି । ଟି୧୪ ଆର୍ମଟା ଗୋଟିଏ ଥରରେ ୪୫ ରାଉଣ୍ଡ ଯାଇପାରିବ । କୁହାଯାଉଛି ଟି-୧୪ ଆର୍ମଟାକୁ ଭବିଷ୍ୟତରେ ୧୫୨ ଏମଏମ୍ର ନୂଆ ତୋପରେ ଖଚିତ କରାଯାଇପାରେ ।

Leave a Reply