Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତ ସହ ମିଶି ଦୁନିଆର ସବୁଠୁ ଶକ୍ତିଶାଳୀ ଟ୍ୟାଙ୍କ ତିଆରି କରିବ ଋଷ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତ ସହ ମିଶି ଦୁନିଆର ସବୁଠୁ ଶକ୍ତିଶାଳୀ ଟ୍ୟାଙ୍କ ତିଆରି କରିବ ଋଷ

ନୂଆଦିଲ୍ଲୀ: ଭାରତ ସହ ମିଶି ଦୁନିଆର ସବୁଠୁ ଶକ୍ତିଶାଳୀ ଟ୍ୟାଙ୍କ୍ ତିଆର କରିବ ଋଷ । ଅତ୍ୟାଧୁନିକ ଟ୍ୟାଙ୍କ୍ ଟି-୧୪ ଆର୍ମଟାର ଟେକ୍ନୋଲୋଜୀକୁ ଭାରତ ସହ ବାଣ୍ଟିବା ଏବଂ ଏହାର ନିର୍ମାଣରେ ସହଭାଗିତା କରିବାକୁ ଇଚ୍ଛା ପ୍ରକାଶ କରିଛି ଋଷ । ଟି-୧୪ ଆର୍ମଟା ଦୁନିଆର ସବୁଠୁ ଶକ୍ତିଶାଳୀ ଟ୍ୟାଙ୍କ ମଧ୍ୟରୁ ଗୋଟିଏ । ଏହା ଭବିଷ୍ୟତରେ ଭାରତ ସହ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ୍ଗୁଡ଼ିକୁ ମିଳିତ ଭାବରେ ବିକାଶ କରିବାକୁ ଇଚ୍ଛା କରିଛି ଋଷ । ବର୍ତ୍ତମାନ ଭାରତ ପାଖରେ ଋଷ ଟେକ୍ନୋଲୋଜୀ ଦ୍ୱାର ନିର୍ମିତ ଟି-୯୦ ଭୀଷ୍ମ ଏବଂ ଟି-୭୨ ଅଜେୟ ଯୁଦ୍ଧ ଟ୍ୟାଙ୍କ୍ ରହିଛି । ଖାଲି ସେତିକି ନୁହେଁ ଭାରତ ପାଖରେ ସ୍ୱଦେଶୀ ଭାବରେ ବିକଶିତ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ୍ ଅର୍ଜୁନ ମଧ୍ୟ ରହିଛି । ଏକ ରିପୋର୍ଟ ଅନୁଯାୟୀ ଋଷର ଫେଡେରାଲ୍ ସର୍ଭିସେସ୍ ଅଫ୍ ମିଲିଟାରୀ ଟେକ୍ନୋଲୋଜି କର୍ପୋରେସନର ଡେପୁଟି ଡାଇରେକ୍ଟର ଭ୍ଲାଡିମିର୍ ଡ୍ରୋଜଜୋଭ୍ କହିଛନ୍ତି, ଋଷ ଆଧୁନିକ ପ୍ରଯୁକ୍ତିର ବ୍ୟବହାର କରି ଭାରତୀୟ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ୍ରଙ୍କୁ ମିଳିତ ଭାବରେ ବିକାଶରେ ଭାଗ ନେବା ପାଇଁ ଯୋଜନା କରାଯାଉଛି । ସେ ଆହୁରି କହିଛନ୍ତି ଗତ ସେୟାର କରିବ ଟି-୧୪ ଆର୍ମଟାର ଟେକ୍ନୋଲୋଜି କିଛି ବର୍ଷରେ ଭାରତ ସହ ଅର୍ମାଟା ୟୁନିର୍ଭସାଲ କମ୍ବାଟ ପ୍ଲାଟଫର୍ମ ଉପରେ ଆଧାରିତ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ୍ର ବିକାଶ ଉପରେ କାମ କରିବାକୁ ନେଇ ଅନେକ ଥର ଚର୍ଚ୍ଚା ହୋଇଛି ।

Leave a Reply