Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମୋଦି ସରକାରରେ କାଶ୍ମୀରରେ ୮୦ ପ୍ରତିଶତ ହିଂସା କମିଛି: ଅମିତ ଶାହ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମୋଦି ସରକାରରେ କାଶ୍ମୀରରେ ୮୦ ପ୍ରତିଶତ ହିଂସା କମିଛି: ଅମିତ ଶାହ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ସମୟରେ କାଶ୍ମୀରରେ ୮୦ ପ୍ରତିଶତ ହିଂସା କମିଛି । ଉତ୍ତର-ପୂର୍ବାଞ୍ଚଳରେ ଉଗ୍ରବାଦ ଓ ବାମପନ୍ଥି ଉଗ୍ରପନ୍ଥିଙ୍କ ପ୍ରାଦୂର୍ଭାବ କମିଛି । ଶନିବାର ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ମହାରାଷ୍ଟ୍ର ନାଗପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି କହିଛନ୍ତି ଗୃହମନ୍ତ୍ରୀ । ଏହା ପୂର୍ବରୁ ରବିବାର ପୁଣେ ଗସ୍ତ କରି ଜାମ୍ମୁ-କାଶ୍ମୀର ସହିଦ ହୋଇଥିବା ଯବାନଙ୍କର ପିଲାମାନଙ୍କୁ ଭେଟିଥିଲେ ଗୃହମନ୍ତ୍ରୀ ଅମିତ ଶାହ । ସେମାନଙ୍କ ସହ ଆଲୋଚନା କରିବା ସହ ଭଲମନ୍ଦ ପଚାରି ବୁଝିଥିଲେ ।ଏହାପରେ ସେଠାରୁ ନାଗପୁର ଆସି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ସମ୍ବୋଧନ କରି ଶାହ କହିଛନ୍ତି “ମୋଦୀ ସରକାର ସମୟରେ କାଶ୍ମୀରେ ୮୦ ପ୍ରତିଶତ ହିଂସା କମ ହୋଇଛି । ସେହିପରି ଉତ୍ତରପୂର୍ବାଞ୍ଚଳରେ ବିଦ୍ରୋହ ଓ ବାମପନ୍ଥୀ ଉଗ୍ରବାଦ ହ୍ରାସ ହୋଇଛି ।” ଗୋଟିଏ ବର୍ଷ ମଧ୍ୟରେ ୧.୮ କୋଟି ପର୍ଯ୍ୟଟକ ଜାମ୍ମୁକାଶ୍ମୀର ଭ୍ରମଣରେ ଆସିବ ଏକ ବଡ଼ କଥା । କାଶ୍ମୀର ପ୍ରତ୍ୟେକ ଘରକୁ କଳ ପାଣି ଓ ବିଦ୍ୟୁତ୍ ଯୋଗା ହୋଇଛି । ଯାହା ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି ଶାହ କହିଛନ୍ତି ।

Leave a Reply