ୱାଶିଂଟନ : ଚୀନ୍ ଓ ଆମେରିକା ମଧ୍ୟରେ ଜାରି ରହିଛି ମୁହାଁମୁହିଁ ପରିସ୍ଥିତି । ଚୀନର ଗୁଇନ୍ଦା ବେଲୁନକୁ ନେଇ ଥମୁନି ଉଭୟଙ୍କ ମଧ୍ୟରେ ବିବାଦ । ଏହି ମାମଲାକୁ ନେଇ ଏବେ ସିଧାସଳଖ ଆମେରିକା ଚୀନକୁ ଚେତାବନୀ ଦେଇଛି । ଆମେରିକା ବୈଦେଶିକ ମନ୍ତ୍ରୀ ଏଣ୍ଟୋନୀ ବ୍ଲିଙ୍କେନ ଚୀନର ମୁଖ୍ୟ କୂଟନୀତିଜ୍ଞ ୱାଙ୍ଗ ୟିଙ୍କୁ ଭେଟିଛନ୍ତି । ଏହି ଭେଟ୍ଘାଟ ବେଳେ ବ୍ଲିଙ୍କେନ୍ ପୁଣିଥରେ ଯେପରି ଆମେରିକା ଆକାଶରେ ଗୁଇନ୍ଦା ବେଲୁନ ଦେଖିବାକୁ ନ ମିଳେ ସେ ନେଇ ୱାଙ୍ଗ ୟିଙ୍କୁ ଚେତାଇ ଦେଇଛନ୍ତି । ଆମେରିକା ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ନେଡ ପ୍ରାଇସ ଏନେଇ ସୂଚନା ଦେଇଛନ୍ତି । ନେଡ କହିଛନ୍ତି ଯେ, ଆମେରିକା ଆକାଶରେ ଏଭଳି ବେଲୁନ ଉଡ଼ିବା ଅର୍ଥ ଅନ୍ତରାଷ୍ଟ୍ରୀୟ ଆଇନର ଉଲ୍ଲଙ୍ଘନ କରିବା । ଏହି କାରଣରୁ ଏଭଳି କାର୍ଯ୍ୟ ଚୀନ ଯେଭଳି ପୁଣିଥରେ ନ କରୁ ସେ ନେଇ ସ୍ପଷ୍ଟ କରିଛି ଆମେରିକା । ଏଭଳି ଦାୟିତ୍ୱହୀନ କାର୍ଯ୍ୟ ଆଉ ଯେମିତି ନ ଘଟେ । ଅନ୍ୟପଟେ ଚୀନ କୂଟନୀତିଜ୍ଞ ୱାଙ୍ଗ ୟି କହିଛନ୍ତି କି, ବାଇଡେନ ପ୍ରଶାସନ ଯେଭଳି କାମ କରୁଛି ତାହା ଆଇନ ବିରୋଧୀ ଓ ଦୁର୍ଭାଗ୍ୟଜନକ । ଏହାସହ ଆମେରିକା ତାର ସାଧନାର ବିନିଯୋଗ ଚୀନକୁ ବଦନାମ କରିବାକୁ କରୁଛି ବୋଲି ସେ ଅଭିଯୋଗ ଆଣିଛନ୍ତି । ସେପଟେ ଆମେରିକା ରାଷ୍ଟ୍ରପତି ଜୋବାଇଡେନ କହିଛନ୍ତି କି ଆମେରିକା ଚୀନ ସହ ଶୀତଳ ଯୁଦ୍ଧ ଚ।ହୁଁନାହିଁ ।