Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶିବରାତ୍ରୀରେ ୧୮.୮୨ ଲକ୍ଷ ଦୀପ ଜାଳି ବିଶ୍ୱ ରେକର୍ଡ କଲା ଉଜ୍ଜୟିନୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶିବରାତ୍ରୀରେ ୧୮.୮୨ ଲକ୍ଷ ଦୀପ ଜାଳି ବିଶ୍ୱ ରେକର୍ଡ କଲା ଉଜ୍ଜୟିନୀ

ଭୋପାଳ : ମହା ଶିବରାତ୍ରୀ ଅବସରରେ ମଧ୍ୟପ୍ରଦେଶର ଉଜ୍ଜୟିନୀ ୧୮.୮୨ ଲକ୍ଷ ମାଟିଦୀପ ଜାଳି ନୂଆ “ଗିନିଜ୍’ ବିଶ୍ୱ ରେକର୍ଡ ସୃଷ୍ଟି କରିଛି । ଏହାପୂର୍ବରୁ, ଗତବର୍ଷ ଦୀପାବଳିରେ ସର୍ବାଧିକ ଦୀପ ପ୍ରଜ୍ଜ୍ୱଳନ କରି ଉତ୍ତର ପ୍ରଦେଶର ଅଯୋଧ୍ୟା “ଗିନିଜ୍’ ରେକର୍ଡ କରିଥିଲା । ସେଦିନ ଅଯୋଧ୍ୟାରେ ପ୍ରାୟ ୧୫.୭୬ ଲକ୍ଷ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । “ଗିନିଜ୍ ୱାଲର୍ଡ ରେକର୍ଡ’ର ବି·ରପତି ସ୍ୱପ୍ନିଳ ଦଙ୍ଗରିକର୍ କହିଛନ୍ତି, ଦ୍ୱୀପଗୁଡ଼ିକ ସର୍ବନିମ୍ନ ୫ ମିନିଟ୍ ପାଇଁ ଜଳିବାକୁ ସମୟ ଧାର୍ଯ୍ୟ କରାଯାଇଥିଲା । ତାହା ସଫଳତାର ସହ ସମ୍ପାଦିତ ହୋଇଛି । ମୁଖ୍ୟତଃ କ୍ଷିପ୍ରା ନଦୀ କୂଳେ କୂଳେ ପ୍ରଦର୍ଶନ କରାଯାଇଥିବା ଏହି ଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମରେ ପ୍ରାୟ ୨୦, ୦୦୦ରୁ ଅଧିକ ସ୍ୱେଚ୍ଛାସେବୀ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚେହାନ୍ ଏବଂ ତାଙ୍କ ପତ୍ନୀ ମଧ୍ୟ ଯୋଗ ଦେଇଥିଲେ । ସହରର ସରକାରୀ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ଶନିବାର ଦିନ ଆୟୋଜିତ ଏହି ସମଗ୍ର କାର୍ଯ୍ୟକ୍ରମ ଥିଲା ସମ୍ପୂର୍ଣ୍ଣ “ଆବର୍ଜନା ରହିତ’ । ଏଥିସହିତ ଉଜ୍ଜୟିନୀ ମଧ୍ୟ “ଶିବଜ୍ୟୋତି ଅର୍ପଣମ୍ ୨୦୨୩’ର ଶୁଭାରମ୍ଭ କରିଛି । ସ୍ମରଣଯୋଗ୍ୟ, ଗତବର୍ଷ ମହାଶିବ ରାତ୍ରୀ ଅବସରରେ ଉଜ୍ଜୟିନୀରେ ପ୍ରାୟ ୧୧,୭୧,୦୭୮ଟି ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ।

Leave a Reply