Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି

ଜୟପୁର : ଜୟପୁର ଠାରେ ସତ୍ୟ ସନାତନ ପ୍ରଜା ସମିତି ଆନୁକୁଲ୍ୟରେ ୧୩ ତମ ବିଶାଳ ସତ୍ୟ ସନାତନ ଧର୍ମ ସମ୍ମିଳନି ଅନୁଷ୍ଟିତ ହୋଇଛି । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ବଳିଦାନ ୧୫ ବର୍ଷ ପୁରୁଣ ହେବାକୁ ଯାଉଥିଲେ ସୁଦ୍ଧା ହତ୍ୟା କାରି ମାନଙ୍କୁ ଧରିବାରେ ସରକାର ବିଫଳ ହୋଇଛନ୍ତି । ଏଣୁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବା ପାଇ ସ୍ୱାମୀ ଜୀଙ୍କ ଜଳେଶପଟ୍ଟା ଆଶ୍ରମରୁ  ଏକ ଅଖଣ୍ଡ ଜ୍ୟୋତି ବାହାରି ସମଗ୍ର ଓଡିଶା ପ୍ରଦେଶ ବୁଲିବା ପରେ ଆଜି କୋରାପୁଟ ଜିଲା ଜୟପୁର ଗୀତା ଭବନ ନିକଟରେ ପହଞ୍ଚି ଥିଲାା ଏହି ସମ୍ମିଳନିରେ ସମ୍ପୁଣ୍ଣ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରୁ ଆସି ଯୋଗଦାନ କରିଥିବା ଦୁଇ ଶହରୁ ଅଧିକ ଶିକ୍ଷା ବିତ ପ୍ରଥମେ ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ୱତୀଙ୍କ ହତ୍ୟାସ୍ଥଳରୁ ଆସିଥିବା ୍ ଅଖଣ୍ଡ ଜ୍ୟୋତିକୁ ସ୍ୱାଗତ କରିଥିଲେ । ଏଥିରେ ସତ୍ୟ ସନାତନ ପ୍ରଜା ସମିତି ରାଜ୍ୟ ସଭାପତି ଜନନେତା ଦେବାଶିଷ ହୋତା ଉପସ୍ଥିତ ହୋଇ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ କରାଯିବା ନିମନ୍ତେ ଆଜିର ସମ୍ମିଳନି ମାଧ୍ୟମରେ ନିବେଦନ କରିଛନ୍ତି । ଜୟପୁର ଗୀତ ଭବନ ଠାରେ ଆୟୋଜିତ ଏହି କାଯ୍ୟକ୍ରମରେ ଏହି ଦାବି କରାଯାଇଛି । ଏହି ଜ୍ୟୋତି ସହ ଜଣେ ସନ୍ଥ ଏବଂ ଅନ୍ୟ ତିନି ଜଣ ଆସିଛନ୍ତି । ସେ ମାନେ ହେଲେ ଦିଲେଶ୍ୱର ନନ୍ଦ ମହାରାଜ, ହରିଦ୍ୱାର ଦେବାଶିଷ ହୋତା, ରଞ୍ଜନ କୁମାର ଲେଙ୍କା, କାଳିନ୍ଦି ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ଭ୍ରମଣ ପରେ ଆସନ୍ତା ମାଚ୍ଚ ୧୦ ତାରିଖରେ ସମସ୍ତ ଆଞ୍ଚଳର ଦସ୍ତଖତ ସହ ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ କରାଯିବ । ୨୩ ଅଗଷ୍ଟ ୨୦୦୮ରେ ଲକ୍ଷଣା ନନ୍ଦଙ୍କୁ ହତ୍ୟା କରାଯାଇଥିଲା । ଏହାର ତଦନ୍ତ ଜଷ୍ଟିସ କରିଥିଲେ । କିନ୍ତୁ ଏହି ତଦନ୍ତ ରିପୋର୍ଟ ସାବଜନୀନ କରି ନାହାନ୍ତି କି ଦୋଷୀକୁ ଗିରଫ କରାଯାଇ ନାହିଁ । ତେଣୁ ସିବିଆଇ ତଦନ୍ତ ଦାବି କରାଯାଇ ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦେ୍ଦଷ୍ୟରେ ଏକ ସ୍ମାରକ ପତ୍ର ରେ ହସ୍ତାକ୍ଷର କରାଯାଇଥିଲା । ।

Leave a Reply