Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଶେଷଜ୍ଞଙ୍କ ଆକଳନ ବଢାଇଛି ଚିନ୍ତା -ସମୁଦ୍ରରେ ବୁଡ଼ିବ ଅନେକ ସହର! - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଶେଷଜ୍ଞଙ୍କ ଆକଳନ ବଢାଇଛି ଚିନ୍ତା -ସମୁଦ୍ରରେ ବୁଡ଼ିବ ଅନେକ ସହର!

ନୂଆଦିଲ୍ଲୀ: ବିଶେଷଜ୍ଞଙ୍କ ଆକଳନ ବଢାଇଛି ଚିନ୍ତା । ସମୁଦ୍ରରେ ବୁଡ଼ିଯିବ ଅନେକ ସହର । ଯାହାକୁ ନେଇ ଏବେଠୁ ବଢିଲାଣି ଚିନ୍ତା । ବଢୁଛି ସମୁଦ୍ର ଜଳସ୍ତର । ପାଣିରେ ଲୀନ ହୋଇପାରେ ଉପକୂଳବର୍ତ୍ତୀ ବିଶ୍ୱର ବଡ ବଡ ସହର । ବିଶ୍ୱ ପାଣିପାଗ ବିଜ୍ଞାନ ସଂଙ୍ଗଠନର ବୈଜ୍ଞାନିକମାନେ ଦେଲେ ସୂଚନା । ଜେନେଭା ସ୍ଥିତ ବିଶ୍ୱ ପାଣିପାଗ ବିଜ୍ଞାନ ସଙ୍ଗଠନ ଦ୍ୱାରା ମଙ୍ଗଳବାର ଜାରି ହୋଇଛି ନୂଆ ରିପୋର୍ଟ । ଯେଉଁଥିରେ ସାରା ବିଶ୍ୱକୁ ମିଳିଛି ସତର୍କ ସୂଚନା । ଏହି ରିପୋର୍ଟ ଅନୁସାରେ ଭାରତ ଚୀନ, ବାଙ୍ଗଲାଦେଶ ଓ ନେଦରଲ୍ୟାଣ୍ଡକୁ ମାଡି ଆସିପାରେ ବିପଦ । ସମୁଦ୍ରସ୍ତରରେ ଜଳସ୍ତର ବୃଦ୍ଧି ଯୋଗୁଁ ଏହି ସବୁ ଦେଶର ଊପକୂଳବର୍ତ୍ତୀ ସହର ଗୁଡିକ ସମୁଦ୍ରରେ ଲୀନ ହୋଇଯିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ବୋଲି ମତ ପ୍ରକାଶ କରିଛନ୍ତି ପାଣିପାଗ ବିଶେଷଜ୍ଞ । ସମୁଦ୍ର ଜଳସ୍ତର ବିପଦ ମୁଖରେ ଥିବା ମୁଖ୍ୟ ସହର ଗୁଡିକ ମଧ୍ୟରେ ରହିଛନ୍ତି ସାଂଘାଇ, ଢାକା, ବ୍ୟାଙ୍ଗକକ୍, ଜାକର୍ତ୍ତା, ଭାରତର ମୁମ୍ବାଇ, ମାପୁଟୋ, ଲାଗୋସ୍, କାହିରା, ଲଣ୍ଡନ୍, କୋପେନହାଗେନ୍, ନ୍ୟୁୟର୍କ ଲସ୍ ଏଞ୍ଜେଲ୍ସ, ବ୍ୟୁନସ୍ଆୟର୍ସ ଓ ସୈଣ୍ଟିୟାଗୀ ଆଦି ବଡ ବଡ ସହର ରହିଛନ୍ତି । ତେବେ ବିଶ୍ୱ ତାପନ ଯୋଗୁଁ ଗ୍ଲାସିଅର୍ସ ତରଳିବା ଏହାର ମୁଖ୍ୟ କାରଣ ବୋଲି କହିଛନ୍ତି ବିଶେଷଜ୍ଞ । ଏଥିପାଇଁ ବିକଶିତ ଦେଶ ଗୁଡିକ ସମୟ ଥାଉଁଣୁ ସଚେତ ହେବା ଉଚିତ ବୋଲି ଚେତାଇଛନ୍ତି ଗବେଷକ ।

Leave a Reply