Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜୟ ବଜରଙ୍ଗବାଲି କହୁଥିବା ଲୋକଙ୍କୁ ଘୃଣା କରେ କଂଗ୍ରେସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜୟ ବଜରଙ୍ଗବାଲି କହୁଥିବା ଲୋକଙ୍କୁ ଘୃଣା କରେ କଂଗ୍ରେସ

ବେଙ୍ଗାଲୁରୁ: କର୍ଣ୍ଣାଟକର ହୋସପେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାବେଳେ କଂଗ୍ରେସ ଉପରେ ଜୋରଦାର ଆକ୍ରମଣ କରିଛନ୍ତି । ମୋଦି କହିଛନ୍ତି ଯେ ପୂର୍ବରୁ ଭଗବାନ ଶ୍ରୀରାମଙ୍କ ନାମ ନେବାରେ ସେମାନଙ୍କର ସମସ୍ୟା ଥିଲା ଏବଂ ବର୍ତ୍ତମାନ ଯେଉଁମାନେ ଜୟ ବଜରଙ୍ଗବାଲି କହୁଛନ୍ତି ସେମାନଙ୍କୁ କଂଗ୍ରେସ ଘୃଣା କରୁଛ । ବାସ୍ତବରେ କଂଗ୍ରେସ ଏହାର ଇସ୍ତାହାରରେ ବଜରଙ୍ଗ ଦଳ, ପିଏଫଆଇ ଭଳି ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କରିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ହନୁମାନ ଜୀଙ୍କର ଏହି ପବିତ୍ର ଭୂମିରେ ପ୍ରଣାମ କରିବା ମୋର ସୌଭାଗ୍ୟ ବୋଲି ମନେ କରୁଛି । ତେବେ ଆଜିକାର ଦୁର୍ଭାଗ୍ୟ ଦେଖନ୍ତୁ ଯେ ଆଜି ଯେତେବେଳେ ମୁଁ ହନୁମାନ ଜୀଙ୍କୁ ପ୍ରଣାମ କରିବାକୁ ଆସିଛି, ସେହି ସମୟରେ କଂଗ୍ରେସ ଦଳ ଏହାର ଇସ୍ତାହାରରେ ବଜରଙ୍ଗବାଲିଙ୍କୁ ତାଲା ପକାଇବାକୁ ନିଷ୍ପତ୍ତି ନେଇଛି । ପୂର୍ବରୁ ଶ୍ରୀ ରାମଙ୍କୁ ତାଲା ପକାଇ ଦିଆଯାଇଥିଲା ଏବଂ ବର୍ତ୍ତମାନ ଜୟ ବଜରଙ୍ଗବାଲି କହୁଥିବା ଲୋକଙ୍କୁ ତାଲା ପକାଇବାକୁ ଇସ୍ତାହାରରେ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି । ଏହା ଦେଶର ଦୁର୍ଭାଗ୍ୟ ଯେ କଂଗ୍ରେସ ଦଳକୁ ପ୍ରଭୁ ଶ୍ରୀ ରାମଙ୍କ ନାମକୁ ନେଇ ଅସୁବିଧା ହେଉଥିବାବେଳେ ବର୍ତ୍ତମାନ ଜୟ ବଜରଙ୍ଗବାଲି କହୁଥିବା ଲୋକଙ୍କୁ ନେଇ ମଧ୍ୟ ଅସୁବିଧା ହେଉଛି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ବିଜେପି କର୍ଣ୍ଣାଟକର ସମ୍ମାନ ଓ ସଂସ୍କୃତିର କୌଣସି କ୍ଷତି କରିବାକୁ ଦେବ ନାହିଁ । କର୍ଣ୍ଣାଟକର ବିକାଶ, ଏଠାକାର ଲୋକଙ୍କୁ ଆଧୁନିକ ସୁବିଧା ଯୋଗାଇବା, ନୂତନ ସୁଯୋଗ ଯୋଗାଇବା ପାଇଁ ବିଜେପି ସମ୍ପୂର୍ଣ୍ଣ ପ୍ରତିବଦ୍ଧ । କଂଗ୍ରେସ ସରକାର ସହର ଏବଂ ଗ୍ରାମ ମଧ୍ୟରେ ବ୍ୟବଧାନକୁ ବହୁଗୁଣିତ କରିଥିଲା, କିନ୍ତୁ ବିଜେପି ସରକାର କ୍ରମାଗତ ଭାବରେ ଗ୍ରାମ ଏବଂ ସହର ମଧ୍ୟରେ ବ୍ୟବଧାନ ହ୍ରାସ କରିବାରେ ଲାଗିଛନ୍ତି । ଆଜି ସହର ପରି ସୁବିଧା ଆମ ଗାଁରେ ପହଞ୍ଚୁଛି ା

Leave a Reply