Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନବାସୀଙ୍କ ପାଇଁ ଆହୁରି କଠିନ ସମୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନବାସୀଙ୍କ ପାଇଁ ଆହୁରି କଠିନ ସମୟ

ଇସଲାମାବାଦ : ଅର୍ଥନୈତିକ ସଂକଟରେ ଡୁବିଛି ପାକିସ୍ତାନ । ମହଙ୍ଗା ମାଡ଼ରେ ଯୁଝି ହେଇଛନ୍ତି ଦେଶବାସୀ । ଖାଦ୍ୟ ପାଇଁ ସବୁଠି ହାହାକାର ପଡିଲାଣି । ବିଭିତ୍ତ ସ୍ଥାନରେ ପ୍ରଦର୍ଶନ ଆରମ୍ଭ କରିଦେଲେଣି ଲୋକେ । ଏପଟେ ଆର୍ଥିକ ସଂକଟକୁ ନେଇ ଓଗୠ ଇଙ୍ଗିତରେ ନାଚିବା ଆରମ୍ଭ କରିଦେଲାଣି ପଡୋଶୀ ଦେଶ । ପରମାଣୁ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ଦେଶ ଉପରେ ଏବେ ମାସକୁ ୧୭୦ ଆରବ ଟଙ୍କାର ଟ୍ୟାକ୍ସ ବୋଝ ପଡ଼ିବ । ଓଗୠର ନୂଆ ଶୁଳ୍କ ସ୍ଲାବ୍ ଅନୁଯାୟୀ, ଦେଶରେ ମୁଦ୍ରାସ୍ଫିତି ଆହୁରି ବଢିଯିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ଇକୋନୋମିକ୍ସ ଟାଇମ୍ ଅନୁଯାୟୀ, ଅର୍ଥନୀତି ବିଶେଷଜ୍ଞ ଓ ରାଜନୀତି ବିଶ୍ଲେଷକଙ୍କ ରିପୋର୍ଟରେ ପାକିସ୍ତାନରେ ଆହୁରି ଖରାପ ସ୍ଥିତି ଆସିବ । ଶୁକ୍ରବାର ଆଇଏମଏଫ ଓ ପାକିସ୍ତାନ ସରକାରଙ୍କ ମଧ୍ୟରେ ଆଲୋଚନା ପରେ ଏଭଳି କିଛି କହିଛନ୍ତି ବିଶେଷଜ୍ଞ । ଅର୍ଥଶାସ୍ତ୍ରୀ ଏହତଶାମ-ଉଲ୍-ହକ୍ଙ୍କୁ କହିବା ଅନୁଯାୟୀ, ଅଧିକ ଶୁଳ୍କ ଲାଗିବା ଅର୍ଥ ପାକିସ୍ତାନବାସୀଙ୍କ ପାଇଁ ଆହୁରି କଠିନ ସମୟ ଆସିବ । ଦେଶରେ ବିଦେଶ ମୁଦ୍ରା ଭଣ୍ଡାର ହ୍ରାସ ପାଇଛି । ଦେଶ ପାଇଁ ଏବେ ଅଧିକ ଋଣର ଆବଶ୍ୟକତା ରହିଛି । ଅଧିକ ଶୁଳ୍କରେ ଆଇଏମଏଫ ଠାରୁ ଋଣ ଆଣିବା ଛଡ଼ା ପାକିସ୍ତାନ ପକ୍ଷରେ ଅନ୍ୟ କୌଣସ ରାସ୍ତା ବୋଲି ଅର୍ଥଶାସ୍ତ୍ରୀ କହିଛନ୍ତି । ପାକିସ୍ତାନ ନିଜକୁ ଡିଫଲ୍ଚର ଘୋଷିତ କରିବାରେ ବଞ୍ଚାଇବାକୁ ଚେଷ୍ଟା କରୁଛି । ହେଲେ ଅନ୍ୟପଟେ ଓଗୠ ସର୍ତ୍ତ ସାମ୍ନାରେ ପାକିସ୍ତାନ ସରକାର ମୁଣ୍ଡ ନୁଆଁଇବାକୁ ପଡ଼ୁଛି । ପାକିସ୍ତାନ ଅଧିକାରୀ ଓ ଓଗୠ ମଧ୍ୟରେ ଅନ୍ତିମ ଆଲୋଚନା ହୋଇଥିଲା । ଏଥିରେ ସରକାର ଦେଶର ରକ୍ଷା ବଜେଟ୍ ହ୍ରାସ କରିବାକୁ ସହମତି ପ୍ରକାଶ କରିନାହିଁନ୍ତି । ଫଳରେ କୌଣସି ନିଷ୍କର୍ସ ବାହାରି ନାହିଁ । ଅର୍ଥମନ୍ତ୍ରୀ ଇଶାକ ଦାର ଓଗୠର ରକ୍ଷା ବଜେଟ୍ ସର୍ତ୍ତ ହଟାଇବାକୁ ଅନୁରୋଧ କରିଛନ୍ତି । ଯାହା ପରେ ଉଭୟଙ୍କ ମଧ୍ୟରେ ଆଲୋଚନା ବନ୍ଦ ହୋଇଛି । ଅର୍ଥଶାସ୍ତ୍ରୀ ଏହତଶାମ-ଉଲ୍-ହକ୍ କହିଛନ୍ତି, ନୂଆ ସ୍ଲାବ ଲାଗୁ ହେଲେ ପାକିସ୍ତାନର ଟ୍ୟାକ୍ସ ୨୬ ପ୍ରତିଶତରୁ ବୃଦ୍ଧି ପାଇଁ ୪୦ ପ୍ରତିଶତରେ ପହଞ୍ଚିବ । ପାକିସ୍ତାନ ଯଦି କୌଣସି ବିଳମ୍ବ ନକରି ଆଇଏଫଏମର ବେଲଆଉଟକୁ ପୁନଃଜୀବିତ କରିବାରେ ବିଫଳ ହୁଏ, ତେବେ ଲୋକଙ୍କ ପାଇଁ ଆହୁରି କଠିନ ସମୟ ଆସିବ ।

Leave a Reply