Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଥ୍ୟାଙ୍କ୍ ୟୁ, ଇଣ୍ଡିଆ: ଭୂମିକମ୍ପ ରିଲିଫ୍ ପାଇଁ କୃତଜ୍ଞତା ଜଣାଇଲେ ତୁର୍କୀ ରାଷ୍ଟ୍ରଦୂତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଥ୍ୟାଙ୍କ୍ ୟୁ, ଇଣ୍ଡିଆ: ଭୂମିକମ୍ପ ରିଲିଫ୍ ପାଇଁ କୃତଜ୍ଞତା ଜଣାଇଲେ ତୁର୍କୀ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଭୂମିକମ୍ପ ପ୍ରପୀଡ଼ିତ ତାଙ୍କ ଦେଶକୁ ରିଲିଫ୍ ସାମଗ୍ରୀ ପଠାଇଥିବାରୁ ଆଜି ଭାରତସ୍ଥିତ ତୁର୍କୀର ରାଷ୍ଟ୍ରଦୂତ ଫିରାତ୍ ସୁନେଲ୍ ଭାରତ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ।ସାମାଜିକ ଗଣମାଧ୍ୟମ ‘ଟୁଇଟର’ରେ ସୁନେଲ୍ ଲେଖିଛନ୍ତି: ଭାରତବାସୀଙ୍କ ତରଫରୁ ଆଉ ଗୋଟାଏ ବ୍ୟାଚ୍ ଜରୁରୀକାଳୀନ ସହାୟତା ତୁର୍କୀ ଯାଉଛି । ଏହି ସହାୟତା ସାମଗ୍ରୀଗୁଡ଼ିକୁ ତୁର୍କୀ ଏୟାରଲାଇନ୍ ଦୈନିକ ମାଗଣାରେ ଭୂମିକମ୍ପ ପ୍ରଭାବିତ ଅଞ୍ଚଳକୁ ନେଇ ଯାଉଛି । ଥ୍ୟାଙ୍କ୍ ୟୁ ଇଣ୍ଡିଆ! ଅଗଣିତ ଭୂମିକମ୍ପ-ପ୍ରପୀଡ଼ିତଙ୍କ ପାଇଁ ପ୍ରତିଟି ତମ୍ବୁ, ପ୍ରତିଟି କମ୍ବଳ ଅଥବା ‘ସ୍ଲିପିଙ୍ଗ୍ ବ୍ୟାଗ୍’ର ଗୁରୁତ୍ୱ ରହିଛି । ଉଲ୍ଲେଖଯୋଗ୍ୟ, ୨୩ ଟନ୍ ରିଲିଫ୍ ସାମଗ୍ରୀ ନେଇ ରବିବାର ଦିନ ୭ମ ‘ଅପରେସନ୍ ଦୋସ୍ତ୍’ ବିମାନ ଭୂମିକମ୍ପ ପ୍ରପୀଡ଼ିତ ସିରିୟାରେ ପହଞ୍ଚିଥିଲା । ଡାମାସ୍କସ୍ ବିମାନ ବନ୍ଦରରେ ସ୍ଥାନୀୟ ପ୍ରଶାସନ ଏବଂ ପରିବେଶ ଉପମନ୍ତ୍ରୀ ମେତାଜ୍ ଦେଜାଇ ଉକ୍ତ ରିଲିଫ୍ ସାମଗ୍ରୀ ଗ୍ରହଣ କରିଥିଲେ । ଗତ ସପ୍ତାହରେ ରାଷ୍ଟ୍ରଦୂତ ସୁନେଲ୍ କହିଥିଲେ ଯେ, ‘ଅପରେସନ୍ ଦୋସ୍ତ୍’ ଭାରତ ଓ ତୁର୍କୀର ବନ୍ଧୁତ୍ୱର ସଙ୍କେତ । ଆମେ ବନ୍ଧୁ ବୋଲି ପ୍ରମାଣ ହୋଇସାରିଛି । ଆମେ ଆମ ସମ୍ପର୍କକୁ ଆହୁରି ନିବିଡ଼ କରିବା । ସଦ୍ୟତମ ସୂଚନା ଅନୁସାରେ, ଗତ ସପ୍ତାହରେ ସଂଘଠିତ ଭୟାବହ ଭୂମିକମ୍ପ ଯୋଗୁଁ ତୁର୍କୀରେ ୨୯,୬୦୫ଜଣ ଏବଂ ସିରିୟାରେ ୩,୫୦୦ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା କଥା ଏପର୍ଯ୍ୟନ୍ତ ଜଣାପଡ଼ିଛି । କୋଠାବାଡ଼ିର ଭଗ୍ନସ୍ତୂପ ଭିତରେ ଲୋକେ ପୋତି ହୋଇପଡ଼ିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ୧୯୩୯ ପରେ ତୁର୍କୀରେ ସଂଘଠିତ ଏହି ଭୂମିକମ୍ପ ହେଉଛି ସବୁଠୁ ଭୟାବହ ଭୂମିକମ୍ପ ।

Leave a Reply