Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରରେ ବୋହି ମହାପ୍ରଭୁଙ୍କ ଦର୍ଶନ କରାଇଲା-ମା’ର ଶେଷ ଇଛା ପୂରଣ କଲା ପୁଅ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରରେ ବୋହି ମହାପ୍ରଭୁଙ୍କ ଦର୍ଶନ କରାଇଲା-ମା’ର ଶେଷ ଇଛା ପୂରଣ କଲା ପୁଅ

ପୁରୀ: ଏଯୁଗର ଶ୍ରବଣ କୁମାର । ମା’ର ଶେଷ ଇଛା ରଖିବାକୁ କାନ୍ଧରେ କଟକରୁ ପୁରୀ ଭାର କରି ବୋହି ଆଣିଛି ପୁଅ । ପୂରଣ କରିଛି ବୃଦ୍ଧା ମାଆର ଶେଷ ଇଛା । ଶ୍ରୀମନ୍ଦିର ସିଂହଦ୍ୱାରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । କଟକ ପାଟସୁନ୍ଦରପୁର ଅଞ୍ଚଳର ବୃଦ୍ଧା ସାରଦା ବେହେରାଙ୍କୁ ତାଙ୍କ ପୁଅ ଭାରରେ ବୋହି ଆଣି ଆଜି ମହାପ୍ରଭୁଙ୍କ ଦର୍ଶନ କରାଇଛନ୍ତି । ମାଆର ଶେଷ ଇଛା ପୂରଣ କରି ସେ ନିଜକୁ ବେଶ୍ ଭାଗ୍ୟବାନ ମନେ କରିଛନ୍ତି । ବୟସର ଅପରାହ୍ନରେ ପହଞ୍ଚିଥିବା ସାରଦା ମହାପ୍ରଭୁଙ୍କ ଟିକେ ଦର୍ଶନ ପାଇଁ ନିଜ ପୁଅକୁ କହିଥିଲେ । ତେବେ କାଳିଆର ଡୋରି ଆଜି ତାଙ୍କୁ ପୁରୀ ଟାଣି ଆଣିଥିଲା । ସବୁ କଷ୍ଟ ଭୁଲି ମାଆଙ୍କୁ ବୋଝରେ ବୋହି ସିଂହଦ୍ୱାର ପାଖକୁ ଆଣିଥିଲେ ପୁଅ । ସେଠାରେ କାର୍ଯ୍ୟରତ ଥିବା ଶ୍ରୀମନ୍ଦିର ସୁବେଦାର ଯୋଗେଶ ସ୍ୱାଇଁ ମଧ୍ୟ ତାଙ୍କୁ ସାହାଯ୍ୟ କରିଥିବା ବେଳେ ଯୋଗେଶ ନିଜେ କାନ୍ଧ ଲଗାଇ ବୋଝ ସାହାଯ୍ୟରେ ବୃଦ୍ଧା ମା’ଙ୍କୁ ସିଂହଦ୍ୱାର ପାଖକୁ ନେଇ ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଶ୍ରୀମନ୍ଦିର କର୍ମଚାରୀ ମାନେ ମଧ୍ୟ ବୃଦ୍ଧା ମାଆଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରକୁ ନେଇଥିଲେ । ଜଗା ଦର୍ଶନ କରି ଜୀବନର ସବୁ ଅଭିଳାଷ ପୂର୍ଣ୍ଣ ହୋଇଗଲା ବୋଲି ସାରଦା କହିଥିଲେ । ତେବେ ଜଣେ ବୃଦ୍ଧ ମା’ଙ୍କୁ ପୁଅ କାନ୍ଧରେ ନେଉଥିବା ଦେଖି, ଭକ୍ତ କହୁଥିଲେ । ହେଇ ଦେଖ ଆସୁଛି ଏଯୁଗର ଶ୍ରବଣ କୁମାର । ପୁଅର କାନ୍ଧରେ ପ୍ରାଣର ଠାକୁରକୁ ଦର୍ଶନ । କଥାରେ ଅଛି ଲକ୍ଷେ ଶିବ ପୂଜି ପାଇଛି ପୁଅ । ପୁଅ ତ ଶ୍ରବଣ କୁମାର ଭଳି ହେବା ଦରକାର । ପିତା-ମାତାଙ୍କ ବୃଦ୍ଧାବସ୍ଥାରେ ସେମାନଙ୍କ ଶେଷ ଇଛା ପୂରଣ କରିବାର କର୍ତ୍ତବ୍ୟ ନିଭାଇବା ଦରକାର । ସେ ଯେତେ କଷ୍ଟ ହେଉନା । ଆଉ ଏଭଳି ପୁଅକୁ ପାଇ ଶେଷ ସମୟରେ ବାପା-ମାଆ ବି ସାର୍ଥକ ଲାଭ କରୁଥିବେ । ଏ ଦୃଶ୍ୟ ତ ବର୍ତ୍ତମାନ ପିଢୀକୁ ଅଡୁଆ ଲାଗୁଥିବ । ଚାକଚକ୍ୟ ଜୀବନରେ ବୃଦ୍ଧ ପିତାମାତାଙ୍କୁ କିଏ ପଚାରେ ? କାଳେ ଘର ଅସନା କରିଦେବେ, ପିଲାଙ୍କୁ ପାଖରେ ରହିଲେ ଇଂଫେକ୍ସନ ହୋଇଯିବ । ସେବା କରିବାକୁ ସମୟ ଅଭାବ ପଡିବ । ସେଥିପାଇଁ ତ ଅନେକ ବୃଦ୍ଧ ପିତାମାତାଙ୍କ ଶେଷ ଠିକଣା ଏବେ ପାଲଟିଛି ଅନାଥ ଆଶ୍ରମ ।

Leave a Reply