Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅସ୍ତ୍ରଶସ୍ତ୍ର ଆମଦାନୀରେ ଭାରତ ୧ନଂ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅସ୍ତ୍ରଶସ୍ତ୍ର ଆମଦାନୀରେ ଭାରତ ୧ନଂ

ନୂଆଦିଲ୍ଲୀ: ଋଷ୍ଠାରୁ ଅସ୍ତ୍ରଶସ୍ତ୍ର କିଣିବା ମାମଲାରେ ଭାରତ ବିଶ୍ୱର ୧ନଂ ସ୍ଥାନରେ ରହିଛି । ଋଷ୍ ସରକାରୀ ନୁ୍ୟଜ୍ ଏଜେନ୍ସି ରବିବାର ଏହି ସୂଚନା ଦେଇଛି । ଏଜେନ୍ସି ମୁତାବକ ଗତ ୫ ବର୍ଷରେ ଋଷ୍ ପାଖାପାଖି ୧୩ ବିଲିଅନ୍ ଡଲାର ଅର୍ଥାତ ୧ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଭାରତକୁ ଯୋଗାଣ କରିଛି । ଭାରତ ଏହି ଅବଧି ମଧ୍ୟରେ ଋଷ୍ ଠାରୁ ୧୦ ବିଲିୟନ୍ ଡଲାରର ଅସ୍ତ୍ରଶସ୍ତ୍ର ଅର୍ଡର କରିଥିବା ଏଜେନ୍ସି ସୂଚନା ଦେଇଛି । ଏଜେନ୍ସି ଏହା ବି ଦର୍ଶାଇଛି ଯେ ଋଷ୍ର ୨୦ ପ୍ରତିଶତ ଅସ୍ତ୍ରଶସ୍ତ୍ରକୁ ଭାରତ ଏକାକୀ କିଣିଛି । ୟୁକ୍ରେନ୍ ଯୁଦ୍ଧ କାରଣରୁ ପାଶ୍ଚାତ୍ୟ ରାଷ୍ଟ୍ର ପକ୍ଷରୁ ଋଷ୍ ଉପରେ ଲଗାଯାଇଥିବା କଟକଣା ସମୟରେ ବି ଦୁଇ ଦେଶ ମଧ୍ୟରେ ଅସ୍ତ୍ରଶସ୍ତ୍ର କିଣାବିକାରେ କୌଣସି ପ୍ରଭାବ ପଡ଼ିନାହିଁ । ଋଷ୍ ଫେଡେରାଲ୍ ସର୍ଭିସ୍ ଫର୍ ମିଲିଟାରୀ ଟେକ୍ନିକାଲ୍ କୋର୍ପୋରେସନ୍ର ମୁଖ୍ୟ ଦିମିତ୍ରୀ ଶୁଗାୟେବ କହିଛନ୍ତି କି ଭାରତ ବ୍ୟତୀତ ଚୀନ୍ ଓ କିଛି ଦକ୍ଷିଣ ପୂର୍ବ ଏସୀୟ ଦେଶ ଋଷ୍ ଠାରୁ ଅସ୍ତ୍ରଶସ୍ତ୍ର କିଣିବାରେ କିଛି କମ୍ ନାହାନ୍ତି । ଋଷ୍ ଠାରୁ ତେଲ କିମ୍ବା ଅସ୍ତ୍ରଶସ୍ତ୍ର ନକିଣିବା ପାଇଁ ଭାରତ ଉପରେ ସମୟ ସମୟରେ ପାଶ୍ଚାତ୍ୟ ରାଷ୍ଟ୍ର ପକ୍ଷରୁ ଚାପ ପକାଯାଇଥାଏ । ଗତବର୍ଷ ଅକ୍ଟୋବରରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନିଂ ବୋଙ୍ଗଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ । ଏହି ସମୟରେ ଅଷ୍ଟ୍ରେଲିଆ ସାମ୍ବାଦିକ ଜୟଶଙ୍କରଙ୍କୁ ଏହା ଉପରେ ପ୍ରଶ୍ନ ପଚାରିବାରୁ ବୈଦେଶିକ ମନ୍ତ୍ରୀ ସେମାନଙ୍କୁ କଡ଼ା ଜବାବ ଦେଇଥିଲେ ।

Leave a Reply