Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତରେ ତିଆରି ହେବ କାର୍ଲ-ଗୁସ୍ତାଫ ରାଇଫଲ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତରେ ତିଆରି ହେବ କାର୍ଲ-ଗୁସ୍ତାଫ ରାଇଫଲ

ନୂଆଦିଲ୍ଲୀ: ଦେଶରେ ଶିଳ୍ପକୁ ପ୍ରୋତ୍ସାହିତ କରିବା ଏବଂ ଦେଶରେ ରୋଜଗାର ସୃଷ୍ଟି କରିବା ପାଇଁ ଉତ୍ପାଦନ କ୍ଷେତ୍ରକୁ ମଜବୁତ କରିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତର ପ୍ରୟାସ କରି ଅ ।ସୁଛନ୍ତି । ଏଥିରେ ପ୍ରତିରକ୍ଷା ଉତ୍ପାଦ ମଧ୍ୟ ସାମିଲ ଅଟେ, ଯାହା ଦ୍ୱରା ପ୍ରତିରକ୍ଷା କ୍ଷେତ୍ରରେ ଅ ।ମଦାନୀକୁ ହ୍ରାସ କରାଯାଇପାରିବ । ଏଥିପାଇଁ ଦେଶରେ ପ୍ରତିରକ୍ଷା କରିଡର ଭଳି ଯୋଜନା ମଧ୍ୟ କରାଯାଇଛି । ତେବେ ଏହାରି ଭିତରେ ଏକ ଭଲ ଖବର ଅ ।ସିଛି ଯେ, ସ୍ୱିଡେନର ପ୍ରସିଦ୍ଧ କାର୍ଲ-ଗୁସ୍ତାଫ ରାଇଫଲ ଏବେ ଭାରତରେ ତିଆରି ହେବ । ସ୍ୱିଡେନର ପ୍ରତିରକ୍ଷା କମ୍ପାନୀ ସାବ୍ ଭାରତରେ କାର୍ଲ-ଗୁସ୍ତାଫ ରାଇଫଲ କାରଖାନା ପ୍ରତିଷ୍ଠା କରିବାକୁ ଯୋଜନା କରିଛି । ଏହା ଭାରତୀୟ ସଶସ୍ତ୍ର ବାହିନୀ ପାଇଁ ବହୂମଖୀ ଅସ୍ତ୍ର ପ୍ରଣାଳୀ ଉତ୍ପାଦନରେ ସାହାଯ୍ୟ କରିବ ବୋଲି କୁହାଯାଇଛି । ସ୍ୱିଡେନ କମ୍ପାନୀର ଭାରତୀୟ ୟୁନିଟ୍ ସାବ ଇଣ୍ଡିଆ ଟେକ୍ନୋଲୋଜୀ ମେକ୍ ଇନ୍ ଇଣ୍ଡିଆ ପ୍ରଚେଷ୍ଟାରେ ଏହି ରାଇଫଲ କାରଖାନା ପ୍ରତିଷ୍ଠା କରିବ । ଏହି ଫ୍ୟାକ୍ଟ୍ରିରେ ତିଅ ।ରି ହେବାକୁ ଥିବା କାର୍ଲ-ଗୁସ୍ତାଫ ରାଇଫଲ ପ୍ରତିରକ୍ଷା ପ୍ରଣାଳୀ ସମ୍ପୂର୍ଣ୍ଣ ରୂପେ ଭାରତରେ ତିଆରି ହେବ । ଭାରତୀୟ ସେନାର ଅ ।ବଶ୍ୟକତାକୁ ଦୃଷ୍ଟିରେ ରଖି ଏହା ପ୍ରସ୍ତୁତ କରାଯିବ । କେବଳ ଏତିକି ନୁହେଁ, ସାବ୍ ଇଣ୍ଡିଅ । ଟେକ୍ନୋଲୋଜୀର ମୁଖ୍ୟ ମେଟ୍ସ ପାମବର୍ଗ କହିଛନ୍ତି ଯେ, ଏହି ରାଇଫଲ ତିଅ ।ରୀ କରିବା ପାଇଁ କମ୍ପାନୀ ଭାରତରେ ଛୋଟ ଯୋଗାଣକାରୀଙ୍କ ସହ ମଧ୍ୟ ଭାଗିଦାରୀ କରିବ । ସ୍ୱିଡେନର କାର୍ଲ-ଗୁସ୍ତାଫ ଏମ୪ ରାଇଫଲ ଏକ ବହୁମୁଖି ଅସ୍ତ୍ର-ପ୍ରଣାଳି ବା ମଲ୍ଟି ୱିପନ୍ସ ସିଷ୍ଟମ ଅଟେ ଏହାକୁ ଜଣେ ସୈନିକ ହାତରେ ଧରି ଚଲାଇପାରିବେ ଏହାର ଓଜନ ୭ କେଜି ହୋଇଥିବା ବେଳେ ଏହା ଖୁବ୍ କମ୍ ସମୟରେ କାମ କରେ ଏପରିସ୍ଥଳେ, ଯୁଦ୍ଧ ସମୟରେ ଏହା ସେନାବାହିନୀର ଅ ।କ୍ରମଣକୁ ଶୀଘ୍ର ମାତ୍ ଦେଇଥାଏ ଏକାସାଙ୍ଗରେ ଏହା ବିଭିନ୍ନ ଅ ।କାରର ଅସ୍ତ୍ରଶସ୍ତ୍ର ସହିତ ଦ୍ରୁତ ଏବଂ ଦୀର୍ଘ ଦୂରତା ପର୍ଯ୍ୟନ୍ତ ଲକ୍ଷଭେଦ କରିବାର କ୍ଷମତା ରଖିଥାଏ ୧୯୭୬ ପରଠାରୁ ଭାରତୀୟ ସେନା ଏହି ରାଇଫଲ ବ୍ୟବହାର କରିଅ ।ସୁଛି ।

Leave a Reply