Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଡିବିରି ଆଲୁଅ ହିଁ ୩୫ ଗାଁର ଭରସା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଡିବିରି ଆଲୁଅ ହିଁ ୩୫ ଗାଁର ଭରସା

କଳାହାଣ୍ଡି : ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ବିତିଲାଣି । ଏହା ଭିତରେ ସରକାରଙ୍କ ମାଳ ମାଳ ଯୋଜନା ହୋଇଛି । ହେଲେ ଏବେ ବି ବିଜୁଳି ଭଳି ମୌଳିକ ସୁବିଧାରୁ ବଞ୍ଚିତ ରହିଛି ଓଡ଼ିଶାର ଅନେକ ଗାଁ । ଯାହାଫଳରେ ଡିବିରି ଆଲୁଅରେ ଦିନ କାଟୁଛନ୍ତି ଶତାଧିକ ଲୋକେ । ଗାଁକୁ ଚାଲ ଗାଁକୁ ଗଢ଼ ସ୍ଲୋଗାନ ନେଇ ଗ୍ରାମାଞ୍ଚଳରେ ଗଡ଼ୁଥିବା ସରକାରଙ୍କ ବିକାଶ ରଥ ସତେ ଯେପରି ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳକୁ ପହଞ୍ଚି ପାରୁନି । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକର ବଣ ପାହାଡ଼ ଘେରା ଯୁଗସାଇପାଟଣା ପଞ୍ଚାୟତରେ । ଏହି ପଞ୍ଚାୟତରେ ୩୫ ଗାଁ ରହିଛି । ଜିଲ୍ଲାର ଅତି ଉପାନ୍ତ ଓ ମାଓ ଇଲାକା ଭାବରେ ପରିଚିତ ଏହି ଅଞ୍ଚଳରେ ଅନେକ ସମସ୍ୟା ରହିଥିବା ବେଳେ ଅନେକ ଗାଁକୁ ପାଦ ଚଲା ପକ୍କା ରାସ୍ତା ଖଣ୍ଡିଏ ମଧ୍ୟ ନାହିଁ । ହେଲେ କିଛି ଏମିତି ଯୋଜନା ମଧ୍ୟ ରହିଛି, ଯାହା ସେମାନଙ୍କ ପାଖରେ ପହଞ୍ଚି ମଧ୍ୟ ଅପହଞ୍ଚ ହୋଇ ରହିଛି । ଏହି ୩୫ ଗାଁରେ ଆଜି ପର୍ଯ୍ୟନ୍ତ ବିଜୁଳି ସଂଯୋଗ ହୋଇ ପାରିନାହିଁ । ଗତ ୧୦ ବର୍ଷ ତଳେ ଅଞ୍ଚଳବାସୀଙ୍କ ଅନେକ ଆନେ୍ଦାଳନ ପରେ ସମସ୍ତ ଗାଁରେ ଟ୍ରାନ୍ସଫର୍ମର ବସିଲା । କେବୁଲ ଟଣା ହେବା ସହ ଘରେ ଘରେ ମିଟର ମଧ୍ୟ ଲାଗିଲା । ଏନେଇ ଲୋକେ ଖୁସି ହୋଇ ଟିଭି ସାଙ୍ଗକୁ ନାନାଦି ବିଦୁ୍ୟତ୍ ଉପକରଣ କିଣିଥିଲେ । ପ୍ରାୟ ୮ ଦିନ ବିଦୁ୍ୟତ୍ ସଂଯୋଗ ଦିଆଯାଇଥିଲା । ପରେ ଜଙ୍ଗଲୀ ଜନ୍ତୁଙ୍କ ଉପରେ ବିପଦ ଦର୍ଶାଇ ସଂଯୋଗକୁ ବନ୍ଦ କରିଦେଲା ବିଦୁ୍ୟତ୍ ବିଭାଗ । ସେହିଦିନଠାରୁ ପୂର୍ବଭଳି କିଟିମିଟି ଅନ୍ଧାର ଭିତରେ ଦିନ କାଟୁଛନ୍ତି ଲୋକେ । ଏହି ଅନ୍ଧାରି ମୂଲକରେ ଶିକ୍ଷାର ଚିତ୍ର ନ କହିବା ଭଲ । ରାତିରେ ପିଲାମାନେ ଡିବିରି ଆଲୁଅରେ ପାଠ ପଢୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ସେପଟେ ବିଜୁଳି ପାଇଁ ସ୍ଥାନୀୟ ଲୋକେ ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ନିର୍ବାଚିତ ପ୍ରତିନିଧିଙ୍କ ନିକଟରେ ବାରମ୍ବାର ଗୁହାରୀ କରିବା ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି । ବନ୍ୟଜନ୍ତୁଙ୍କ ସୁରକ୍ଷା ଦୃଷ୍ଟିରୁ ସୋଲାର ମାଧ୍ୟମରେ ବିଦୁ୍ୟତ୍ ସେବା ଯୋଗାଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ଏନେଇ ବିଭାଗୀୟ ଏସ୍ଡିଓ ବିଜୟ କୁମାର ମହାପାତ୍ରଙ୍କୁ ପଚାରିବାରୁ ମୁଁ ନୂଆ କରି ଆସିଛି । ଯନ୍ତ୍ରୀଙ୍କ ସହ ଏ ବିଷୟରେ ଆଲୋଚନା କରି ତଦନ୍ତ ପାଇଁ ପଠାଇବି ବୋଲି କହିଛନ୍ତି ।

Leave a Reply