Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଲକ୍ଷ୍ମଣ ନଗରୀ' ହେବ ଲକ୍ଷ୍ନୌ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଲକ୍ଷ୍ମଣ ନଗରୀ’ ହେବ ଲକ୍ଷ୍ନୌ

ଲକ୍ଷ୍ନୌ: ବଦଳିବ ଲକ୍ଷ୍ନୌ ନାଁ । ଆଗକୁ ଲକ୍ଷ୍ନୌର ନାଁ ଲକ୍ଷ୍ମଣ ନଗରୀ ହେବ ବୋଲି ଚର୍ଚ୍ଚା ହେଉଛି । ନାଁ ବଦଳାଇବା ପାଇଁ ଦାବି କରାଯିବା ପରେ ଏବେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଲକ୍ଷ୍ନୌର ନାଁ ବଦଳାଇବା ଦାବି ଉପରେ ଦେଇଥିବା ପ୍ରତିକ୍ରିୟାକୁ ନେଇ ଲକ୍ଷ୍ନୌର ନାଁ ଲକ୍ଷ୍ମଣ ନଗରୀ ହେବ ବୋଲି ଲୋକେ କହିବା ଆରମ୍ଭ କହିଛନ୍ତି । ଲକ୍ଷ୍ନୌର ନାଁ ବଦଳାଇବା ଦାବି ସମ୍ପର୍କରେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଏକ ବଡ଼ ବିବୃତ୍ତି ଦେଇ କହିଛନ୍ତି ଯେ, ଏହା ସମସ୍ତେ ଭଲ ଭାବରେ ଜାଣିଛନ୍ତି ଯେ ଲକ୍ଷୌ୍ନ, ଲକ୍ଷ୍ମଣଙ୍କ ସହର ଥିଲା । ଏବେ ଲକ୍ଷ୍ନୌର ନାମ ପରିବର୍ତ୍ତନ କରିବାକୁ ଦାବି କରାଯାଉଥିବା ବେଳେ ଏ ସମ୍ପର୍କରେ ସରକାର ଆଗକୁ ଏକ ଅଦ୍ୟତନ ପ୍ରଦାନ କରିବେ । ବୁଧବାର ଭଦୋହିରେ ଉପମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନା ଏବଂ ବିକାଶ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବେଠକ କରିଥିଲେ । ପରେ ସେ ସୁରିଆଭାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏକ ପ୍ରତିମୂର୍ତ୍ତି ମଧ୍ୟ ଉନ୍ମୋଚନ କରିଥିଲେ । ଏହି ଅବସରରେ ଲକ୍ଷ୍ନୌର ନାଁ ପରିବର୍ତ୍ତନ କରିବାକୁ ବିଜେପି ସାଂସଦ ସଙ୍ଗମ ଲାଲ ଗୁପ୍ତା କରିଥିବା ଦାବି ବିଷୟରେ ନିଜର ମତ ରଖିଥିଲେ ଉପମୁଖ୍ୟମନ୍ତ୍ରୀ । ସେ କହିଥିଲେ ଯେ ସମସ୍ତେ ଜାଣନ୍ତି ଯେ ଲକ୍ଷ୍ନୌ ଲକ୍ଷ୍ମଣଙ୍କ ସହର ଥିଲା । ଏହାର ନାଁ ପରିବର୍ତ୍ତନକୁ ନେଇ ଅଧିକ ଆଲୋଚନା ହେବ । ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ଦିନ ବିଜେପି ସାଂସଦ ସଙ୍ଗମ ଲାଲ ଗୁପ୍ତା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଉତ୍ତରପ୍ରଦେଶର ରାଜଧାନୀର ନାମ ‘ଲଖନପୁର କିମ୍ବା ଲକ୍ଷ୍ମଣପୁର’ କରିବାକୁ ଅନୁରୋଧ କରିଥିଲେ ।

Leave a Reply