Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ୱେବ ସାଇଟ “ସେବାଗାଥା”ର ଓଡିଆ ସଂସ୍କରଣ ଶୁଭାରମ୍ଭ ସମାରୋହ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ୱେବ ସାଇଟ “ସେବାଗାଥା”ର ଓଡିଆ ସଂସ୍କରଣ ଶୁଭାରମ୍ଭ ସମାରୋହ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ସେବା ବିଭାଗ, ଓଡିଶା

ୱେବ ସାଇଟ “ସେବାଗାଥା”ର ଓଡିଆ ସଂସ୍କରଣ ଶୁଭାରମ୍ଭ ସମାରୋହ 

ଭୁବନେଶ୍ୱର-ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ସେବା ବିଭାଗ,ଓଡିଶାର ୱେବ ସାଇଟ “ସେବାଗାଥା”ର ଓଡିଆ ପ୍ରକରଣର ଶୁଭାରମ୍ଭ ସମାରୋହ ଉକôଳ ବିପନ୍ନ ସହାୟତା ସମିତି, ପ୍ଲଟ ନଂ-୪୧, ସେକ୍ଟର ଏ, ମଂଚେଶ୍ୱର, ଭୁବନେଶ୍ୱର   ଠାରେ ଏପ୍ରିଲ ୨୬ ତାରିଖ ଦିନ ଓଡିଶା ପୂର୍ବ ପ୍ରାନ୍ତର ମାନନୀୟ ସଂଘଚାଳକ ଶ୍ରୀ ସମୀର ମହାନ୍ତିଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ ହୋଇଯାଇଛି ।  

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ସେବାପ୍ରମୁଖ ଶ୍ରୀ ପରାଗ ଅଭ୍ୟଙ୍କର,  ମୁଖ୍ୟ ଅତିଥି ରୂପେ ଡଃ ସଂଘମିତ୍ରା ମିଶ୍ର ବିଭାଗୀୟ ମୁଖ୍ୟ, ଭେଷଜ ବିଜ୍ଞାନ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ତଥା ସେବାଗାଥାର ଅଖିଳ ଭାରତୀୟ ସଂଯୋଜକ ଶ୍ରୀ ଉଦୟ ସିଂ  ଯୋଗ ଦେଇଥିଲେ ।

ସେବାଗାଥାର ଅଖିଳ ଭାରତୀୟ ସଂଯୋଜକ ଶ୍ରୀ ଉଦୟ ସିଂ ସେବାଗାଥା ୱେବ ସାଇଟର ପରିଚୟ ଓ ଏହାର ଉପଯୋଗିତା ବିଷୟରେ ଆଲୋକପାତ କରି ଏ ପର୍ଯ୍ୟନ୍ତ ସେବାଗାଥା ୯ଟି ଭାଷାରେ ଉପଲବ୍ଧ ଅଛି । ଏହା ମାଧ୍ୟମରେ ଆକୁମାରୀ-ହିମାଚଳ ସମସ୍ତେ ବିଭିନ୍ନ ପ୍ରଦେଶରେ ହେଉଥିବା ସେବାକାର୍ଯ୍ୟ ବିଷୟରେ ଅବଗତ ହୋଇପାରୁଛନ୍ତି ।

ମୁଖ୍ୟବକ୍ତା ଶ୍ରୀ ପରାଗ ଅଭ୍ୟଙ୍କର ତାଙ୍କର ବକ୍ତବ୍ୟରେ ନିମ୍ନୋକ୍ତ ବିନ୍ଦୁ ଉପରେ ଆଲୋକ ପାତ କରିଥିଲେ ସଂଘ ଦେଶର ନିର୍ମାଣ କରୁଛି । ସେବା ମାଧ୍ୟମରେ ସମାଜର ଅନଗ୍ରସର ଶ୍ରେଣୀ ମଧ୍ୟରେ ସମରସତାର  ଭାବ ନିର୍ମାଣ ହେଉଛି । ପ୍ରଚାର  ପାଇଁ ନୁହେଁ ବରଂ ପ୍ରେରଣା ପାଇଁ ଉଦ୍ଦିଷ୍ଟ ଏହି ସେବାଗାଥା ।

ମୁଖ୍ୟ ଅତିଥି ଶ୍ରୀମତୀ ସଂଘମିତ୍ରା ମିଶ୍ର  ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ସେବା ହିଁ ସାମାଜିକ ପରିବର୍ତନର   ମାଧ୍ୟମ ଓ ଏହା ଦ୍ୱାରା ଏକ ସଂସ୍କାରିତ ସମାଜ ନିର୍ମାଣ ହୋଇପାରିବ ।

ତେଣୁ ଉକ୍ତ କାର୍ଯ୍ୟକ୍ରମରେ ମହାନଗର ସେବାପ୍ରମୁଖ ଶ୍ରୀ ପ୍ରେମାନନ୍ଦ ନାଥ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଓ ଓଡିଶା ପୂର୍ବ ପ୍ରାନ୍ତର ସେବା ପ୍ରମୁଖ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସେବା ଭାରତୀ  ଓଡିଶା ପୂର୍ବର ଶ୍ରୀ କୈଳାଶ ଚନ୍ଦ୍ର ଜେନା , ଓଡିଶା ପଶ୍ଚିମର ଶ୍ରୀ ହୃଷିକେଶ ନାଗ, ଉକôଳ ବିପନ୍ନ ସହାୟତା ସମିତିର  ସଂପାଦକ ଶ୍ରୀ ଅଚୁ୍ୟତାନନ୍ଦ ପାଣିଗ୍ରାହୀ, କୋଷାଧକ୍ଷ୍ୟ ଶ୍ରୀମତୀ ପୁଷ୍ପାଞ୍ଜଳୀ ପାତ୍ର ସାହାଯ୍ୟ କରିଥିଲେ ।

Leave a Reply