Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମହାକାଶରେ ବଢ଼ୁଛି ଭାରତର ଦବ୍ ଦବା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମହାକାଶରେ ବଢ଼ୁଛି ଭାରତର ଦବ୍ ଦବା

। ଭାରତୀୟ ମହାକାଶଅନୁସନ୍ଧାନ ସଂଗଠନ (ଇସ୍ରୋ) ଶନିବାରଅନ୍ୟ ଏକ ପ୍ରମୁଖ ମିଶନରେ ପୋଲାର ସାଟେଲାଇଟ୍ ଲଞ୍ଚ ଯାନ (ପିଏସ୍ଏଲ୍ଭି) ଉତ୍କ୍ଷେପଣ କରିଛି । ଏହି ରକେଟ୍ସିଙ୍ଗାପୁରର ଦୁଇଟି ବଡ ଉପଗ୍ରହ ଏବଂ ଏକ ଇନ୍-ହାଉସ୍ ପ୍ଲାଟଫର୍ମ ସହିତ ଉଡ଼ାଣ ଭରିଥିଲା । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେସ୍ସେ ଣ୍ଟରରୁ ପିଏସ୍ଏଲ୍ଭି-ସି୫୫ ମିଶନ୍ଅପରାହ୍ନ ୨:୧୯ ରେ ଆରମ୍ଭକରାଯାଇଥିଲା । ଏହା ଥିଲା ପିଏସ୍ଏଲ୍ଭିର ୫୭ ତମ ଊଡ଼ାଣ ଏବଂ ପିଏସ୍ଏଲ୍ଭି କୋର ଏକାକୀ ବିନ୍ୟାସକରଣ ବ୍ୟବହାର କରିବାକୁ ୧୬ ତମ ମିଶନ୍ । ଏହି ମିଶନର ନାମ ଟିଏଲ୍ଭିଓଏସ୍-୨ । ଏହାର ଟ୍ୱିଟର ହ୍ୟାଣ୍ଡେଲରେ ସିଙ୍ଗାପୁରର ଦୁଇଟି ଉପଗ୍ରହ ଉତକ୍ଷେପଣ ବିଷୟରେ ଇସ୍ରୋ ସୂଚନା ଦେଇଛି । ସିଙ୍ଗାପୁରର ପ୍ରତିରକ୍ଷା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଏଜେନ୍ସି ଦ୍ୱାରା ଏହା ପ୍ରସ୍ତୁତ କରାଯାଇଛି । ଏହି ଉପଗ୍ରହ ଏହା ସହିତ ଏକ ସିନ୍ଥେଟିକ୍ ଆପେଚରରାଡାର ବହନ କରିବ ଏବଂ ଏହା ଦିନରାତି ସଠିକ୍ ପାଣିପାଗ ସୂଚନା ପ୍ରଦାନ କରିବ । ଦ୍ୱିତୀୟ ଉପଗ୍ରହ ହେଉଛି ଖଟଗଋଖଓଞଋ-୪, ଏହା ୧୬ କିଲୋଗ୍ରାମ ଓଜନର ଏକ ଉନ୍ନତ ଉପଗ୍ରହ । ଏହା ଏକ ଉଚ୍ଚ ଫ୍ରିକ୍ୱେନ୍ସି ଡାଟା ବିନିମୟ ବ୍ୟବସ୍ଥା ପ୍ରଦର୍ଶନ କରିବାକୁ ବିକଶିତ ହୋଇଛି । ଏହି ଉପଗ୍ରହ ସିଙ୍ଗାପୁରର ଇ-ନାଭିଗେସନ୍ ସାମୁଦ୍ରିକ ନିରାପତ୍ତାକୁ ପ୍ରୋତ୍ସାହିତ କରିବା ଏବଂ ବିଶ୍ୱର ପରିବହନ ସମ୍ପ୍ରଦାୟକୁ ଲାଭ କରିବା ପାଇଁ ଡିଜାଇନ୍ କରାଯାଇଛି ।

Leave a Reply